viral ଭିଡ଼ିଓ-ଚର୍ଚ୍ଚା ରେ ନିଜ ଭୁଲ ପାଇଁ ଓଡ଼ିଶାବାସୀଙ୍କ ଗୋଡ଼ ଧରି ଭୁଲ ମାଗିଲେ ରାଜବୀରଙ୍କ ବାପା, କହିଲେ ମୁଁ ଟେନସନରେ ମଦ ପିଇଥିଲି……ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ଭାଇରଲ!

କ୍ଷମା ପ୍ରାର୍ଥନା କରିଛନ୍ତି ରାଜବୀରଙ୍କ ବାପା କୁଳମଣି ରଣା। ନିଜ ଭୁଲ ପାଇଁ ତାଙ୍କ ପୁଅକୁ ଦଣ୍ଡ ନଦେବା ପାଇଁ ଅନୁରୋଧ କରିଛନ୍ତି ଓଡ଼ିଶା ବାସୀଙ୍କୁ। କିଛି ଦିନ ପୂର୍ବରୁ ରାଜବୀର ବାପା ଏକ ହୋଟେଲ ଭିତରେ ମଦ୍ୟ ପାନ କରୁଥିବାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା। ଭିଡିଓ ସାମ୍ନାକୁ ଆସିଲା ପରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏମିତିକି ଯେଉଁ ହାରରେ ରାଜବୀର ପାଖକୁ ସହାୟତା ରାଶି ଆସୁଥିଲା ତାହା କମିଯାଇଛି। ସାହାଯ୍ୟ ପାଇଁ ଅଣ୍ଟା ଭିଡ଼ି ଥିବା ଲୋକ ମାନେ ରାଜବୀରଙ୍କ ବାପା ମାଙ୍କୁ ତିରସ୍କାର କରିବା ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ତେବେ ଏ ନେଇ ରାଜବୀରଙ୍କ ବାପା କ୍ଷମା ପ୍ରାର୍ଥନା କରିଛନ୍ତି। ପୁଅ ପାଇଁ ଟେନସନ୍ ଥିବାରୁ ସେ ମଦ ପିଇଛନ୍ତି ବୋଲି ସ୍ବୀକାର କରିଛନ୍ତି। ସାଢେ ୪ କୋଟି ଓଡ଼ିଶା ବାସୀଙ୍କୁ ଗୋଡ଼ ଧରି ସେ ଭୁଲ ମାଗିଛନ୍ତି।

ତାଙ୍କ ଭୁଲ୍ ପାଇଁ ତାଙ୍କ ପୁଅକୁ ଦଣ୍ଡ ନଦେବା ପାଇଁ ଅନୁରୋଧ କରିଛନ୍ତି। ରାଜବୀରଙ୍କ ଚିକିତ୍ସା ପାଇଁ ଯେତେବେଳେ ରାଜ୍ୟ ସରକାରକୁ ଆର୍ଥିକ ସହାୟତା ନିବେଦନ କରିଥିଲେ ସେଠାରୁ କିଛି ବିଶେଷ ସହାୟତା ମିଳିନଥିଲା। ତେଣୁ ସେମାନେ ଅତ୍ୟଧିକ ହାରାସମେଣ୍ଟ ହୋଇପଡ଼ିଥିଲେ।

କିଛି ବ୍ୟକ୍ତିଗତ କଥାକୁ ନେଇ ସେମାନଙ୍କ ଭିତରେ ଯୁକ୍ତି ତର୍କ ହୋଇଥିଲା। ଯାହାକୁ ନେଇ ଟେନସନରେ ସେ ମଦ ପିଇଛନ୍ତି ବୋଲି କହିଛନ୍ତି। ସେଥି ପାଇଁ ସେ ବହୁତ ଲଜ୍ଜିତ ଓ ରାଜ୍ୟବାସୀ ଗୋଡ଼ ଧରି ସେ କ୍ଷମା ପ୍ରାର୍ଥନା କରିଛନ୍ତି।

ତେବେ ଭାଇରାଲ ଭିଡିଓ କରିଛନ୍ତି ସେମାନେ ଭୁଲ କରିଛନ୍ତି। ରାଜବୀର ପାଇଁ ଆସୁଥିବା ସହାୟତା ରାଶିର କିଛିବି ଅପ ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି। ନିଜ ବ୍ୟକ୍ତିଗତ ମାମଲାକୁ ରାଜବୀରର ଚିକିତ୍ସା ଉପରକୁଙ୍କୁ କହିଛନ୍ତି କୁଳମଣି ରଣା ଓ ତମଲିକା ଦାସ।

ଜନ୍ମ-ମୃତ୍ୟୁର ସଙ୍ଘର୍ଷ ଭିତରେ ଚାଲିଛି ବାଳୁତ ଶିଶୁ ରାଜବୀରର ଜୀବନ। ତେବେ ଏତିକି ବେଳେ ଭାଇରାଲ ଭିଡିଓ ପଛରେ ଥିବା ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାକୁ ଲାଗୁଛି।

ତେବେ ପ୍ରଶ୍ନ ଆସୁଛି ଲୋକଙ୍କ ଭରସା ସହିତ ଖେଳୁଛନ୍ତି କି ରାଜବୀରଙ୍କ ବାପା? ଭାଇରାଲ ଭିଡିଓ ଲୋକଙ୍କ ବିଶ୍ଵାସ ଭାଙ୍ଗି ଦେଇ ପାରେ। ଯେତେବେଳେ ରାଜବୀରର ଚିକିତ୍ସା ପାଇଁ ସବୁଆଡୁ ଆସୁଥିଲା ଭରଷାଟ ସୁଅ ସେତିକି ବେଳେ ଏହି ଭାଇରାଲ ଭିଡିଓ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି।

କୁନି ପୁଅ ରାଜବୀରର ଜୀବନ ପାଇଁ ଦରକାର ୧୬ କୋଟି ଟଙ୍କା। ଗାଁ ଠୁ ସହର ସବୁଠି ବୁଲି ବୁଲି ଆର୍ଥିକ ସହାୟତା ପାଇଁ ଅନୁରୋଧ କରିବାରେ ବ୍ୟସ୍ତଥିଲେ। ବହୁ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। କିନ୍ତୁ ଭାଇରାଲ ଭିଡିଓ ସାମ୍ନାକୁ ଆସିଲା ପରେ ଭାଙ୍ଗିବାକୁ ଲାଗିଛି ଲୋକଙ୍କ ଭରସା ଓ ବିଶ୍ୱାସ। ତେବେ ଦେଖିବାକୁ ବାକି ରହିଲା ବାପା ମାଙ୍କ ଭୁଲ୍ ପାଇଁ କୁନି ପୁଅ ରାଜବୀରର ଜୀବନ କେଉଁ ଦିଗକୁ ଗତି କରୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।