viral ଭିଡ଼ିଓ-cc tv ରେ record ହେଲା ଭୟାନକ ଦୃଶ୍ୟ କନ୍ୟା ରତ୍ନ କୁ ଜନ୍ମ ଦେଇ ରାସ୍ତା କଡରେ ଫୋପାଡ଼ି ଦେଲା ମା,ଆଉ ତା ପରେ ଯାହା ହେଲା ଜାଣିଲେ ଆପଣମାନେ ଅଶ୍ଚର୍ଯ୍ୟ ହୋଇଯିବେ ……. ଜାଣନ୍ତୁ ସମ୍ପୂର୍ଣ ଘଟଣା ଆଉ ଦେଖନ୍ତୁ full ଭିଡ଼ିଓ !
ସୋସିଆଲ ମିଡ଼ିଆ ରେ କେବେକେବେ ଏହିପରି କେତକ ହୃଦୟ ବିଦାରକ ଘଟଣା ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବହୁତ କଷ୍ଟ ଲାଗେ ।ମନରେ ଗୋଟିଏ ପ୍ରଶ୍ନ ଆମେ କଣ ଏବେ ବି ଆମ ସମାଜ ରେ ଝିଅ ଭାବରେ ଜନ୍ମ ହେବା ପାପ ଅଟେ। କିଏ ନାରୀ ଟିଏ ଗର୍ଭ ରେ ରହିଛି ବୋଲି ତାକୁ ଭୃଣ ହତ୍ୟା କରୁଛି ତ କିଏ ପୁଣି ଝିଅ ଜନ୍ମ ହୋଇଛି ବୋଲି ରାସ୍ତା କଡ଼ ରେ ପକାଇ ଦେଉଛି ।ଆଉ ଯଦି ସେ କଷ୍ଟ ରେ ବଂଚିଯାଏ ତେବେ ବଡ଼ ହେବା ପରେ ଦୁଷ୍କର୍ମ ର ସ୍ୱୀକାର ହେଉଛି।
କେତେ ଝିଅ ଏହିପରି ଆମ ସମାଜ ରେ ପୀଡିତ ହେଉଛନ୍ତି ମାତ୍ର କୌଣସି ପରିବର୍ତ୍ତନ ଦେଖଯାଉ ନାହିଁ। ତେବେ ଏହିଭଳି ଏକ ଘଟଣା ଉପରେ ଆମେ ଆପଣ ଙ୍କୁ ଏକ ଶିକ୍ଷଣୀୟ ଭିଡ଼ିଓ ବିଷୟରେ ଜଣେଇବୁ ଯାହା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଭାବି ପାରିବେ ନାହିଁ କଣ ହେଉଛି ଆମ ସମାଜ ରେ କିଆଡ଼େ ହଜି ଯାଇଛି ମାନବିକତା।ତେବେ ଭିଡ଼ିଓ ଟି ବର୍ତ୍ତମାନ ଆମ ସମାଜ ରେ ଝିଅ ମାନଙ୍କ ସହ ଜନ୍ମ ରୁ ହେଉଥିବା ଅନ୍ୟାୟ ଏବଂ କିପରି ଭାବରେ ଏହାକୁ ରୋକିବା ସେ ବିଷୟରେ ଜଣେଇବୁ।
ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି, ଜଣେ ମହିଳା ଏକ କନ୍ୟା ସଂତାନ କୁ ଜନ୍ମ ଦେଇଥିଲେ, ମାତ୍ର ସେ ଏହାକୁ ଚାଁହୁ ନଥିଲା କିମ୍ବା କୌଣସି କାରଣ ପାଇଁ ସେ ନିଜ ସହ ରଖିପାରିଲା ନାହିଁ। ତେଣୁ ଏକ ନିଛାଟିଆ ରାସ୍ତା କଡ଼ ରେ ସେ ନବ ଜାତ କୁନି ଝିଅ କୁ କାନ୍ଦି କାନ୍ଦି ତାକୁ ବହୁତ ଗେଲ କରିଦେଇ ଛାଡି ଦେଲା ସେହି ରାସ୍ତା କଡରେ ଆଉ ସେଠାରୁ ପଳେଇ ଗଲା। ତେବେ ନବଜାତ କନ୍ୟା ରତ୍ନ ଟି ସେହିପରି ରାସ୍ତା କଡରେ ପଡିଥିଲା ।
ତେବେ କିଛି ସମୟ ପରେ ସେହି ରାସ୍ତା ଦେଇ ଜଣେ ବାବା ଯାଉଥିଲେ,ଆଉ ସେ ସେହି କୁନି ଝିଅ ଟିକୁ ଦେଖିଲେ। ବାବା ଜଣଙ୍କ ପ୍ରଥମେ ଜାଣିବା କୁ ଚାହିଁଲେ କି କୁନି ଝିଅ ଟି ଜୀଵିତ ରହିଛି କି ମୃତ ।ଆଉ ସେ ଜାଣିପାରିଲେ କି ନବଜାତ ଝିଅ ଟି ଜୀବିତ ଅଟେ , ତେଣୁ ସେ ତାର ମା କୁ ଖୋଜିବା କୁ ଚେଷ୍ଟା କଲେ ମାତ୍ର ଆଖପାଖ ରେ କେହି ନଥିଲେ। ତେଣୁ ସେ ପିଲାକୁ କୋଳ ରେ ଧରି ସାହାଯ୍ୟ ପାଇଁ ପୋଲିସ କୁ କଲ କଲେ। ଆଉ କିଛି ସମୟ ମଧ୍ୟରେ ଜଣେ ପୋଲିସ ସେଠାରେ ଆସି ପହଁଚିଲେ।
ତେବେ ବାବା ଜଣଙ୍କ ସମ୍ପୂର୍ଣ୍ଣ କଥା ଜଣାଇଲେ କିପରି ଭାବରେ ସେ ପିଲାଟି କୁ ପାଇଲେ ବୋଲି। ତେବେ ପୋଲିସ ଜଣଙ୍କ ପିଲାଟି କୁ ସାଙ୍ଗ ରେ ନେଇଗଲେ ଏବଂ ବାବା ଙ୍କୁ ବହୁତ ଧନ୍ୟବାଦ ମଧ୍ୟ ଦେଲେ। ତେବେ ବନ୍ଧୁଗଣ ଏହି ପିଲାଟିର ଜୀବନ ବଞ୍ଚିଗଲା କିନ୍ତୁ ଏହିପରି ହଜାର ହଜାର ନବଜାତ କନ୍ୟା ଶିଶୁ ଙ୍କର ମୃତ ହେଉଛି ଏହିପରି ଭାବରେ। ତେଣୁ ଦୟାକରି ଗୋଟିଏ ନବଜାତ କୁ ଏହିପରି ଦଣ୍ଡ ଦିଅନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।