viral ଭିଡ଼ିଓ -ବସ୍ ଭିତରେ ମଦ ପିଇ ମାତାଲ ହେଲେ ସ୍କୁଲ ଛାତ୍ରୀ ଭିଡ଼ିଓ ଦେଖିଲେ ମୁଣ୍ଡକାମ କରିବନି,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ସ୍କୁଲ ପିଲା ମାନେ ହାତରେ ବହି ବସ୍ତାନି ଧରିଥାନ୍ତି। ସାଙ୍ଗ ସାଥି ମାନଙ୍କ ସହିତ ଖେଳ କୁଦ କରିଥାନ୍ତି। ଏ ବୟସରେ ଏମାନଙ୍କର ଏକ ମାତ୍ର ଲକ୍ଷ୍ୟ ରହିଥାଏ କି ସେମାନେ ପାଠ ପଢି ଆଗକୁ ଯିବେ।ଏ ବୟସରେ ସାଙ୍ଗ ସାଥି ମାନଙ୍କ ସହିତ ମିଶି ମଜାମସ୍ତି ଏବଂ ବଦମାସୀ କରିବା ଖୁବ୍ ସାଧାରଣ କଥା।

କିନ୍ତୁ ଆଜିକାଲିର ପିଲା ଏମିତି କିଛି କାଣ୍ଡ କାରନାମା କରି ବସନ୍ତି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଯଦି କୁହା ଯାଇଥାଏ କି ସ୍କୁଲ ପିଲାଙ୍କ ହାତରେ ବିଅର ବୋତଲ ତାବି ପୁଣି ସ୍କୁଲ ୟୁନିଫର୍ମ ଓ ସ୍କୁଲ ବସ୍ ଭିତରେ ତେବେ କଥାଟା ନିଶ୍ଚିତ ଭାବରେ ଟିକିଏ ଅଜବ ଲାଗିବ।

ତେବେ ବର୍ତ୍ତମାନ ସମୟରେ ସ୍କୁଲ ପିଲାଙ୍କ ଏଭଳି ଏକ କାଣ୍ଡ କାରନାମା ଦେଖିବାକୁ ମିଳୁଛି।ଏହି ଭିଡିଓରେ ଦେଖିବା ପାଇଁ ମିଳୁଛି କିଛି ସ୍କୁଲ ଛାତ୍ରୀ ଚଳନ୍ତା ବସ୍‌ ଭିତରେ ଢକଢକ କରି ମଦ ପିଉଥିବା ବେଳର ଦୃଶ୍ୟ ରହିଛି। ତାମିଲନାଡୁର ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏମିତି ଏକ ଭିଡିଓକୁ ଖୁବ୍ ନିନ୍ଦା କରା ଯାଉଥିବାର ଜଣା ଯାଉଛି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଭିଡିଓକୁ ବସ ଭିତରୁ ହିଁ ମୋବାଇଲ ଯୋଗେ ଶୁଟିଂ କରା ଯାଇଛି ବୋଲି କୁହାଯାଉଛି। ବସ୍ ଭିତରେ ରହିଥିବ କେହି ଜଣେ ଛାତ୍ର ଛାତ୍ରୀ ଏହି ଭିଡିଓ କରିଥିବାର ଅନୁମାନ କରାଯାଉଛି। ଭିଡିଓରେ ଦେଖିବା ପାଇଁ ମିଳୁଛି କିଛି ଛାତ୍ରୀ ବସ୍ ରେ ଯାତ୍ରା କରୁଛନ୍ତି।ଏହା ପରେ ବିୟର ବୋତଲ ଖୋଲି ଏହାକୁ ଜଣଙ୍କ ପରେ ଜଣେ ମୁଁହ ଲଗେଇ ଢକଢକ କରି ପିଉଥିବା ଦେଖିବାକୁ ମିଳୁଛି।

ଏମାନେ ପିନ୍ଧିଥିବା ୟୁନିଫର୍ମରୁ ଏମାନେ ସମସ୍ତେ ଚେଙ୍ଗଲପାଟ୍ଟୁରେ ଥିବା ଗୋଟିଏ ସରକାରୀ ସ୍କୁଲର ଛାତ୍ରୀ ବୋଲି କୁହାଯାଉଛି। ପ୍ରାଥମିକ ଅବସ୍ଥାରେ ଭିଡିଓଟି ଅତି ପୁରୁଣା ବୋଲି କୁହା ଯାଉଥିଲା। କିନ୍ତୁ ପରେ ମଙ୍ଗଳବାର ଏପରି ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି।

ସ୍କୁଲ ୟୁନିଫର୍ମରେ ଥିବା ପିଲାମାନେ ବସ୍ ଯୋଗେ ଥିରୁକାଝୁକଦ୍ରମରୁ ଥାଚୁର ଯାଉଥିଲେ। ଏହି ସମୟରେ ହିଁ ସେମାନେ ବିୟର ପିଇଥିଲେ। ଘଟଣାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି।
ଏଥିସହ ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତଦନ୍ତ ସରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହା ଯାଇଛି।

କୁହା ଯାଇଥାଏ କି ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ।ତେବେ ପାଣି ବୋତଲ ଧରିବା ବୟସରେ ସ୍କୁଲ ପିଲାଙ୍କ ଏମିତି ବିଅର ପିଇବା ଘଟଣା ଯେତିକି ନିନ୍ଦାଜନକ ସେତିକି ଲଜ୍ୟା ଜନକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।