viral ଭିଡ଼ିଓ-ବିବାହ ପରେ ପ୍ରଥମ ଥର ପାଇଁ ପ୍ରଜ୍ଞାନଙ୍କୁ ସୁଟିଂସେଟକୁ ଛାଡିବାକୁ ଗଲେ ସୁନନ୍ଧା,ଏବେ ସୋସିଆଲ ମେଡିଆରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ତେବେ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ।

ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଓଲିଉଡ ସିନେମା ଜଗତର ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ। ହାସ୍ୟ ଅଭିନେତା ପ୍ରଜ୍ଞାନ ତାଙ୍କ କଲେଜ ବେଳର ବାନ୍ଧବୀ ସୁନନ୍ଧା ପରିଡ଼ାଙ୍କ ହାତ ଧରିଛନ୍ତି। ସୁନନ୍ଧା ମଧ୍ୟ ପେଶାରେ ଜଣେ ସଫଳ ଅଭିନେତ୍ରୀ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଠାରେ ଏହି ଦୁଇଜଣଙ୍କ ବିବାହ ସଂପନ୍ନ ହୋଇଛି।କୋଭିଡ୍‌ କଟକଣା ଯୋଗୁଁ ଏହି ହାଇପ୍ରୋଫାଇଲ୍‌ ବିବାହକୁ ଅଳ୍ପ ଲୋକଙ୍କ ଭିତରେ ସୀମିତ ରଖା ଯାଇଥିଲା। କିଛି ନାମୀଦାମୀ କଳାକାର ଓ ପରିବାର ବନ୍ଧୁବାନ୍ଧବ ମାନଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ବିବାହ ପରେ ଏହି ଦୁଇ ନବ ଦମ୍ପତି ହାସ୍ୟ ଅଭିନେତା ପ୍ରଜ୍ଞାନ ଓ ତାଙ୍କ ପତ୍ନୀ ସୁନନ୍ଧା ଖୁବ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ପ୍ରସାରିତ କରାଯାଉଛି ଯାହାକୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି।

ବର୍ତ୍ତମାନ ସମୟର ଖବର ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେବା ପରେ ପ୍ରଥମ ଥର ପାଇଁ ସୁଟିଂ ସେଟରେ ଆସି ପହଞ୍ଚି ଛନ୍ତି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ। ପ୍ରଜ୍ଞାନଙ୍କ ସହିତ ତାଙ୍କ ସୁନ୍ଦରୀ ସ୍ତ୍ରୀ ଅଭିନେତ୍ରୀ ସୁନନ୍ଧା ମଧ୍ୟ ସୁଟିଂ ସେଟକୁ ପ୍ରଜ୍ଞାନଙ୍କୁ ଛାଡିବା ପାଇଁ ଆସିଛନ୍ତି।

ତେବେ ଜୀ ସାର୍ଥକ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ‘ମିଷ୍ଟର ନନସେନ୍ସ’ ସିଜନ ୫ର ସୁଟିଂରେ ପ୍ରଥମ ଥର ପାଇଁ ବିବାହ ପରେ ନଜର ଆସିବାକୁ ଯାଉଛନ୍ତି ପ୍ରଜ୍ଞାନ ରଞ୍ଜନ ଖଟୁଆ। ଯାହାକୁ ନେଇ ପ୍ରଜ୍ଞାନ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି।

ତେବେ ଜୀ ସାର୍ଥକ ଟିଭି ଚ୍ୟାନେଲରେ ପ୍ରସାରିତ ‘ମିଷ୍ଟର ନନସେନ୍ସ’ରେ ସଫଳତା ପୂର୍ବକ ସିଜନ୍ ୫ରେ ପହଞ୍ଚି ପାରିଛି। ‘ମିଷ୍ଟର ନନସେନ୍ସ’ର ପ୍ରଥମ ସିଜନ ପାଖରୁ ପ୍ରଜ୍ଞାନ ରଞ୍ଜନ ଖଟୁଆ ମିଷ୍ଟର ନନସେନ୍ସ ଭୂମିକାରେ ନଜର ଆସିଛନ୍ତି।ତାଙ୍କର ଜବରଦସ୍ତ କମେଡି ପଞ୍ଚରେ ହସି ହସି ବେଦମ୍ ହୋଇଯାଆନ୍ତି ଦର୍ଶକ ମାନେ। ପ୍ରଜ୍ଞାନ ସବୁ କମେଡି କ୍ଲିପ୍ ଗୁଡ଼ିକ ଦର୍ଶକ ମାନଙ୍କୁ ପସନ୍ଦ ଆସିଥାଏ।

ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ତାଙ୍କ ଧର୍ମପତ୍ନୀ ଅଭିନେତ୍ରୀ ସୁନନ୍ଧା ‘ମିଷ୍ଟର ନନସେନ୍ସ’ ସୁଟିଂ ସେଟରେ ପହଁଞ୍ଚିବା ପରେ ସୁଟିଂ ସେଟରେ ଉପସ୍ଥିତ ଥିବା ସମସ୍ତ ଆର୍ଟିଷ୍ଟ ମାନେ ଖୁବ ଖୁସି ହୋଇ ଯାଇଥିଲେ। ତାଙ୍କ ସ୍ତ୍ରୀଙ୍କୁ ହଟାତ୍ ସୁଟିଂ ସେଟରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ତେବେ ସୁଟିଂ ସେଟରେ ଥିବା ମିଷ୍ଟର ନନସେନ୍ସର ଟିମ ମେମ୍ବର ମାନେ ପ୍ରଜ୍ଞାନ ରଞ୍ଜନ ଖଟୁଆ ଓ ତାଙ୍କ ସ୍ତ୍ରୀ ସୁନନ୍ଧାଙ୍କୁ ସ୍ଵାଗତ କରିବା ସହ ବହୁତ ଶୁଭେଚ୍ଛା ଜଣାଇ ଥିଲେ ଏବଂ ତାଙ୍କ ବୈବାହିକ ଜୀବନର ଶୁଭମନାସି ଥିଲେ।ବିବାହ ପରେ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ପ୍ରଜ୍ଞା ଯାହାକୁ ନେଇ ସେ ଖୁବ ଆନନ୍ଦିତ ଅଛନ୍ତି। ସୁନନ୍ଧା ମଧ୍ୟ ପ୍ରଥମ ଥର ପାଇଁ ପ୍ରଜ୍ଞାନ ସୁଟିଂ ସେଟକୁ ଆସି ବହୁତ ଖୁସି ଥିବାର କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।