viral ଭିଡ଼ିଓ- ଭାରତକୁ ଫେରିଲେ ଓଡ଼ିଶାର ସମ୍ବଲପୁର ଛାତ୍ରୀ ଅର୍ଚ୍ଚିତା ଶଥପତୀ, ଭାରତକୁ ଫେରି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଲେ ଅର୍ଚ୍ଚିତା,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି!,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

ୟକ୍ରେନ ଓ ଋଷ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଦିନକୁ ଦିନ ଯୁଦ୍ଧ ପ୍ରଚଣ୍ଡ ରୂପ ଧାରଣ କରୁଥିବାର ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ସମୟରେ ୟୁକ୍ରେନରେ ଫସିକି ରହିଛନ୍ତି ହଜାର ହଜାର ଭାରତୀୟ ପ୍ରବାସୀ।ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଥିବାବେଳେ ୟୁକ୍ରେନର ରାଜଧାନୀ କିଭକୁ ଚାରିପଟରୁ ଘେରି ରଖିଛି । ସେଠାକାର ସ୍ଥିତି ଅତି ସଙ୍ଗୀନ ରହିଛି।
ଯୁଦ୍ଧଗ୍ରସ୍ତ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କ ଉଦ୍ଧାର ଅଭିଯାନ ଜାରି ରହିଛି । ‘ଅପରେସନ ଗଙ୍ଗା’ ମାଧ୍ୟମରେ ନାଗରିକଙ୍କୁ ସ୍ବଦେଶ ଫେରାଉଛନ୍ତି ଭାରତ ସରକାର ।ତେବେ ବର୍ତ୍ତମାନ ସମୟରେ ୟୁକ୍ରେନରୁ ସ୍ବଦେଶ ଫେରିଛନ୍ତି ଭାରତୀୟ ଛାତ୍ରଛାତ୍ରୀ।

ଜୋର ଧରିଛି ଓପରେସନ ଗଙ୍ଗା ୟୁକ୍ରେନରୁ ୨୦୦ ଯାତ୍ରୀ ନେଇ ଆସିଛି ଦ୍ଵିତୀୟ ବିମାନ।ୟୁକ୍ରେନର ଫସି ରହିଥିବା ଓଡ଼ିଆ ଛାତ୍ର ଛାତ୍ରୀ ମାନଙ୍କ ସମସ୍ତ ପ୍ରକାର ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥି ସହିତ ଖୁବ୍ ସୁରକ୍ଷାର ସହ ଯାତ୍ରୀ ମାନଙ୍କୁ ଭାରତକୁ ଆଣାଯାଉଥିବାର ଦେଖାଯାଉଛି।

ତେବେ ସେଥିମଧ୍ୟରୁ ଭାରତ ଫେରିଛନ୍ତି ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଅର୍ଚ୍ଚିତା ଶଥପତି। ୟୁକ୍ରନରୁ ଫେରି ଅର୍ଚ୍ଚିତା ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ତେବେ ରଣଭୂମିରୁ ଫେରିବା ପରେ ଅର୍ଚ୍ଚିତା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ଅର୍ଚ୍ଚିତା କହିଛନ୍ତି ବର୍ତ୍ତମାନ ସୁଧା ୟୁକ୍ରେନରେ ସ୍ଥିତି ସଙ୍ଗୀନ ରହିଛି।

ତେବେ ସେମାନଙ୍କୁ ବିମାନ ଜରିଆରେ ଭାରତକୁ ଅଣାଯାଇଛି। ଭାରତ ଫେରିବା ପରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଖୁସି ଥିବାର ଦେଖିବାକୁ ମିଳିଛି। ଅର୍ଚ୍ଚିତା କହିଛନ୍ତି ଖାଇବା ଠାରୁ ପିଇବା ପର୍ଯ୍ୟନ୍ତ ସବୁର ଧ୍ୟାନ ରଖୁଛନ୍ତି ସରକାର। ଏଥି ନିମନ୍ତେ ସେ ଭାରତ ସରକାର ଓ ରାଜ୍ୟ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଇଛନ୍ତି ଅର୍ଚ୍ଚିତା।


ଅର୍ଚ୍ଚିତା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟ ମାନଙ୍କୁ ଫେରେଇ ଆଣିବାକୁ। ଅର୍ଚ୍ଚିତାଙ୍କ ଭଉଣୀ ଏବେ ୟୁକ୍ରେନର ଖାର୍କିବରେ ଅଛନ୍ତି। ଏବଂ ସେଠାକାର ସ୍ଥିତି ଅତି ସାଙ୍ଘାତିକ ହୋଇଯାଇଛି। ସେମାନଙ୍କ ପାଖରେ ଆଉ ମାତ୍ର ୩-୪ ଦିନର ଖାଦ୍ୟ ସଂରକ୍ଷିତ ହୋଇ ରହିଛି। ତେଣୁ ସେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି ତାଙ୍କ ଭଉଣୀ ଆୟୁଶା ଶତପଥୀଙ୍କ ସମେତ ୟୁକ୍ରେନରେ ରହିଥିବା ସବୁ ସ୍ୱଦେଶି ଭାରତୀୟ ବାସୀଙ୍କୁ ଫେରେଇ ଆଣିବା ପାଇଁ।

ଆହୁରି ହଜାର ହଜାର ଓଡିଆ ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଫସି ରହିଥିବାର କହିଛନ୍ତି। ଯୁଦ୍ଧର ପରିସ୍ଥିତି ଏତେ ଅଧିକ ଯେ ଘରୁ ବାହାରକୁ ବାହାରି ପାରୁ ନାହାଁନ୍ତି କେହି। ଖାଦ୍ୟ ପାନୀୟ ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଭାରତୀୟ ସ୍ୱଦେଶୀ।

ଭାରତ ସରକାର ଓ ରାଜ୍ୟ ସରକାର ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟ ମାନଙ୍କୁ ଫେରେଇ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କର ଏହି ଏହି ପ୍ରତିଶ୍ରୁତି ୟୁକ୍ରେନ ଫସି ରହିଥିବା ସମସ୍ତ ଭାରତୀୟ ସ୍ୱଦେଶୀ ମାନଙ୍କ ମନରେ ଆଶା ବାନ୍ଧି ଦେଇଛି। ସରକାରଙ୍କ ଏଭଳି ଉଦ୍ୟମକୁ ଖୁବ୍ ପ୍ରଶଂସା କରାଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।