viral ଭିଡ଼ିଓ-ବରିଷ୍ଠ ଅଭିନେତା ମିହିର ଦାସଙ୍କ କିଛି ଅଭୁଲା ସ୍ମୃତି ଆଜିବି ମାନେ ପଡିଲେ ଆଖିରୁ ଲୁହ ଆସିଯିବ,ମିହିର ଦାସ ଙ୍କୁ ଭଲ ପାଉଥିଲେ ଭିଡ଼ିଓ ଟି କୁ ଶେଷ ଯାୟ ନିଶ୍ଚୟ ଦେଖନ୍ତୁ!

ବରିଷ୍ଠ ଅଭିନେତା ମିହିର ଦାସଙ୍କ ବିୟୋଗରେ ଭାଙ୍ଗି ପଡ଼ିଛି ଓଡ଼ିଆ ସିନେମା ଜଗତ। ମିହିର ଦାସଙ୍କ ମୃତ୍ୟୁ ଓଲିଉଡ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।ନିଜର ଜବରଦସ୍ତ ଅଭିନୟର ଯାଦୁରେ ଓଡିଶା ସିନେ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଯାଗା ତିଆରି କରିଥିଲେ। ଅଭିନେତା ମିହିର ଦାସ ।ସବୁ ଭୂମିକାରେ ସୁନ୍ଦର ଭାବେ ଅଭିନୟ କରିଥାନ୍ତି ଏହି ଅଭିନେତା ଜଣକ।

ଗତ ଡିସେମ୍ବର ମାସରେ ହଟାତ ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା। ଶରୀରର ବିଭିନ୍ନ ଅସୁବିଧା ପାଇଁ କିଡନୀ ସଂକ୍ରମଣ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମିହିରଙ୍କର ଏକାଧିକ ଅଙ୍ଗ ସଂକ୍ରମିତ ହୋଇଥିଵା ସୂଚନା ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ସେ କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ।

ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଡିସେମ୍ୱର ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ୨୦୨୨ ମସିହା ଜାନୁୟାରୀ ୧୧ ତାରିଖରେ ଏହି ମହାନ କଳାକାର ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା।

୧୯୫୯ ମସିହା ଫେବୃଆରୀ ୧୧ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ମିହିର ଦାସ ୧୯୭୯ ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ। ୧୯୮୦ ମସିହାରେ ‘ରାମାୟଣ’ ଚଳଚ୍ଚିତ୍ରରେ ଶତ୍ରୁଘ୍ନ ଚରିତ୍ରରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇ ପାରିଥିଲା।ସେ ଓଲିଉଡ ସିନେମା ଜଗତରେ ପ୍ରାୟ ୪ଦଶନ୍ଧି ହେବ କାର୍ଯ୍ୟରତ ଥିଲେ।

ଏହାପରେ ମିହିରଙ୍କୁ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରିବାର ଦେଖିବାକୁ ମିଳିଛି। ‘ପୁଅ ମୋର ଭୋଳାଶଙ୍କର’ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ। ୧୯୯୮ରେ ‘ଲକ୍ଷ୍ମୀ ପ୍ରତିମା’ ଓ ୨୦୦୫ରେ ‘ଫେରିଆ ମୋ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ।

ବିଧାତା, ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବା ମାନ, ମୁଁ ତତେ ଲଭ କରୁଛି , ପ୍ରେମ ଅଢେଇ ଅକ୍ଷର, ଭାଇ ହେଲା ଭଗାରୀ, ସୁହାଗ ସିନ୍ଦୁର, ଗଙ୍ଗା ଯମୁନା, ପବିତ୍ର ବନ୍ଧନ, ସହର ଜଳୁଛି, ତୁ ଏକା ଆମ ସାହା ଭରଷା ପରି ପ୍ରମୁଖ ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ଅଭିନେତାର ସ୍ଵୀକୃତି ପାଇଥିଲେ ମିହିର ଦାସ।

ଓଡ଼ିଆ କଥାଚିତ୍ର ସୁହାଗ ସିନ୍ଦୁର ଚଳଚ୍ଚିତ୍ରରେ ମିହିର ଦାସଙ୍କୁ ଏକ ଭିନ୍ନ ଧରଣର ଅଭିନୟ କରିବାର ଦେଖିବାକୁ ମିଳିଥିଲା।ଏହି ଚଳଚ୍ଚିତ୍ରରେ ମିହିର ଦାସ ହାସ୍ୟ ଅଭିନେତା ଭାବରେ ନଜର ଆସିଥିଲେ।

ଏକ ଅନ୍ଧାରକଣା ଚରିତ୍ର ମାଧ୍ୟମରେ ଦର୍ଶକ ମାନଙ୍କୁ ଖୁବ ହସାଇ ପାରିଥିଲେ ମିହିର ଦାସ। ତାଙ୍କର ଜବରଦସ୍ତ କମେଡିରେ ଦର୍ଶକମାନେ ମୁଗ୍ଧ ହୋଇ ଯାଇଥିଲେ। ଏମିତି ବହୁତ ଗୁଡ଼ିଏ ସୁପରହିଟ ସିନେମାର ଭେଟି ଦେଇଥିଲେ ଓଡିଆ ସିନେମା ଜଗତକୁ। ଯାହା ଚିରଦିନ ପାଇଁ ସ୍ମରଣୀୟ ଓ ଆସୁଥିବା ଆଗାମୀ କଳାକାର ମାନଙ୍କ ପାଇଁ ଏକ ଉଦାହରଣ ହୋଇ ରହିଥିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।