viral ଭିଡ଼ିଓ-ବର୍ବରତାର ସବୁ ସୀମାକୁ ପାର କରିଯାଇଛି ଋଷ, ୟୁକ୍ରେନ ନାଗରିକକୁ ନିସ୍ତୁକ ମାଡ ମାରିଲେ ଋଷ ସେନା,ଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି!

ଋଷ ଓ ୟୁକ୍ରେନ ମଧ୍ୟରେ ବିବାଦ ଭୟଙ୍କର ଯୁଦ୍ଧର ରୂପ ଧାରଣ କରିସାରିଛି। ଦିନକୁ ଦିନ ଯୁଦ୍ଧର ଛତିଥରା ଦୃଶ୍ୟ ସାମ୍ନାକୁ ଆସୁଛି। ଋଷର ୟୁକ୍ରେନ ଉପରେ ଏମିତି ଅତ୍ୟାଚାର ସହ୍ୟ କରିପାରୁ ନାହାନ୍ତି ୟୁକ୍ରେନବାସୀ। ୟୁକ୍ରେନ ଉପାରେ ଗୋଟିଏ ପରେ ଗୋଟିଏ ମିଜାଇଲ ମାଡ ଚାଲିଛି। ଘନ ଘନ ବୋମା ମାଡ଼ ଠାରୁ ଆରମ୍ଭ କରି ଗୁଳି ବର୍ଷା ମଧ୍ୟ କରିବାକୁ ପଛାଉ ନାହିଁ ଋଷ। ଏମିତି କିଛି ଖବର ଜାତୀୟ ଗଣ ମାଧ୍ୟମରେ ପ୍ରସାରିତ ହେଉଥିଲା ବେଳେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଦୃଶ୍ୟ।

ୟୁକ୍ରେନ ସୀମାରୁ ଏପରି କିଛି ଛାତିଥରା ଦୃଶ୍ୟସାମ୍ନାକୁ ଆସିଛି। ଯାହା ଏବେ ଜାତୀୟ ଗଣ ମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି।ଭିଡିଓରେ ଦେଖିବାକୁ ମିଳିଛି ଋଷ କିଭଳି ଅମାନବିକତାର ସହିତ ୟୁକ୍ରେନ ନାଗରିକ ମାନଙ୍କ ଉପରେ ଅତ୍ୟାଚାର କରି ଚାଲିଛି।

 ଅତ୍ୟାଚାର ସହ୍ୟ ନକରି ପାରି ୟୁକ୍ରେନବାସୀ ଜୀବନ ବିକଳରେ ଦେଶ ଛାଡ଼ିବାକୁ ବସିଛନ୍ତି। କିନ୍ତୁ ଋଷ ସେନାର ବର୍ବରତା ଏତେ ବଢି ଚାଲିଛି ଯେ ୟୁକ୍ରେନବାସୀଙ୍କୁ ନିସ୍ତୁକ ମାଡ ମାରି ଚାଲିଛନ୍ତି। ଯାହାର ଭିଡିଓ ଏବେ ଜାତୀୟ ଗଣ ମାଧ୍ୟମରେ ଘୁରି ବୁଲୁଛି।

ଋଷ ସେନା ଗୁଳି ବର୍ଷଣ କରିବା ସହ କିଛି ୟୁକ୍ରେନ ନାଗରିକକୁ ଜୋର କରି ଅଟକ ରଖିଛି। ଯିବାକୁ ଚାହିଁଲେ ପଛ ପଟରୁ ଠିଆ ଗୋଇଠା ମରୁଛନ୍ତି ଋଷ ସେନା। ଯାହାର ଦୃଶ୍ୟ ବର୍ବରତାର ସବୁ ସୀମାକୁ ପାର କରାଯାଇଛି। ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରି ଚାଲିଛନ୍ତି ୟୁକ୍ରେନ ନାଗରିକ। କିନ୍ତୁ ଋଷ କବଳରୁ ମୁକ୍ତ ହୋଇ ପାରୁ ନାହାଁନ୍ତି ।


ଜଣେ ଓଡ଼ିଆ ଝିଅ ୟୁକ୍ରେନ ସୀମାର ଦୃଶ୍ୟକୁ ଗୋଟି ଗୋଟି କରି ଦେଖାଇଛନ୍ତି। ଶୀତ କାକର ଖାଇ ୟୁକ୍ରେନ ନାଗରିକ ବାହାରେ ପଡ଼ିଛନ୍ତି। କୌଣସି ପ୍ରକାର ସୁବିଧା ପାଇ ପାରୁ ନାହାନ୍ତି। ପ୍ରତି ମୁହୂର୍ତ୍ତରେ ଋଷର ଘନ ଘନ ଆକ୍ରମଣ ସମସ୍ତଙ୍କୁ ଖୁବ୍ ଭୟଭୀତ କରୁଛି। ସେଠାକାର ନାଗରିକ ମାନେ ଭୋକ ଉପାସରେ ରହି କଷ୍ଟରେ ଛଟ ପଟ ହେଉଛନ୍ତି। ଦୁଃଖ ଦୁର୍ଦ୍ଦଶା ଭିତରେ ଦିନ କାଟୁଛନ୍ତି ୟୁକ୍ରେନ ନାଗରିକ।

ୟୁକ୍ରେନ ନାଗରିକଙ୍କ ସହ ଭାରତୟୀ ନାଗରିକ ମାନେ ମଧ୍ୟ ଋଷର ବର୍ବରତାର ଶିକାର ହେଉଛନ୍ତି। ଭୋକ ଉପାସରେ ରହି ଭାରତକୁ ଫେରି ଆସିବା ପାଇଁ ଦିନ ଗଣୁଛନ୍ତି ପିଲାମାନେ। ଏନେଇ ଅଭିଭାବକ ମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବରେ ୟୁକ୍ରେନରୁ ପିଲା ମାନଙ୍କୁ ଫେରାଇ ଆଣିବା ପାଇଁ ଗୁହାରୀ କରିଛନ୍ତି।

ତେବେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଲଗାତାର ଋଷ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ନିକ୍ଷେପ ବୋମା ମାଡ଼ ଗୁଳି ବର୍ଷଣ ଆଦି କରି ଚାଲିଛି। ଋଷର ଆକ୍ରମଣରେ ୟୁକ୍ରେନର ରାଜଧାନୀ କିଭ ସମେତ ଅନେକ ସହର କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଫଳରେ ୟୁକ୍ରେନର ସାଧାରଣ ନାଗରିକ ମାନେ ଜୀବନ ବିକଳରେ ଦେଶ ଛାଡ଼ିବାକୁ ବସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।