viral ଭିଡ଼ିଓ-ବାଲେଶ୍ଵର ର ଭାଇରାଲ ଗାର୍ଲ୍ ସ୍ୱାଗତିକା ମୁର୍ମୁଙ୍କ ଗୀତର କମାଲ,ଗୀତ ଶୁଣି ଜଡ଼ଗେ ଅଶ୍ଚର୍ଯ୍ୟ ହୋଇଗଲେ ଆପଣମାନେବି ଅଶ୍ଚର୍ଯ୍ୟ ହୋଇଯିବେ …ଆଉ ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଓଡ଼ିଶାର ଲୋକପ୍ରିୟ ଗାଇକା ନମିତ ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲଙ୍କ ନୂଆ ଓଡ଼ିଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି ଏବେ ଓଡ଼ିଶାରେ ଲୋକପ୍ରିୟତା ହାସଲ କରି ବାରେ ଲାଗିଛି। ନୂଆ ନୂଆ ରିଆଲିଟି ଶୋ ଏବଂ ନୂଆ ନୂଆ ଧାରାବାହିକ ଓଡ଼ିଶାବାସୀଙ୍କୁ ଭେଟି ଦେବାରେ ଲାଗିଛି ଏହି ନୂଆ ଚ୍ୟାନେଲ ସିଦ୍ଧାର୍ଥ ଟିଭି। ଯାହା ସମସ୍ତ ମନ କିଣିବାରେ ଲାଗିଛି।

ସିଦ୍ଧାର୍ଥ ଟିଭି ନେଇ ଆସିଛି ନୂଆ ରିଆଲିଟୀ ଶୋ ‘ଓଡ଼ିଶାର ନୂଆ ସ୍ୱର(ଜୁନିଅର)। ଯାହା ଖୁବ୍ ଲୋକ ପ୍ରିୟ ହେବାରେ ଲାଗିଛି। ଏହି ରିଆଲିଟୀ ଶୋ ରେ ଓଡ଼ିଶାର କୋଣ ଅନୁକୋଣର ଛୋଟ ଛୋଟ ପିଲା ମାନେ ଅଂଶ ଗ୍ରହଣ କରିଥିଲେ। ତେବେ ଏହି ଶୋ ର ଜଣେ କୁନି ଝିଅ ନିଜ ଗୀତର ଯାଦୁ ପାଇଁ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଗାର୍ଲ୍ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ସ୍ୱାଗତିକା ମୁର୍ମୁ ଯାହାର ଗୀତକୁ ସମସ୍ତେ ପସନ୍ଦ କରିବାକୁ ଲାଗିଛନ୍ତି। ପୂର୍ବରୁ ସିଦ୍ଧାର୍ଥ ଟିଭି ତରଫରୁ ଏକ ରିଆଲିଟୀ ଶୋ ‘ ମୁଁ ବି ନମିତା ଅଗ୍ରୱାଲ ହେବି’ ରିଆଲିଟୀ ଜରିଆରେ ଖୁବ୍ ଭାଇରାଲ ହୋଇଥିଲା।ଏଥିରେ ସେ ଏକ ଲୋକପ୍ରିୟ ଓଡ଼ିଆ ଭଜନ ‘ଗୁହାରୀ ଶୁଣ ଭଗବାନ ବଧିର ହେଲ କୁ ନଶୁଣ’।ଏହି ଭିଡିଓଟି ୟୁଟ୍ୟୁବରେ ଅପଲୋଡ଼ ହେବା ପରେ କିଛି ଦିନ ମଧ୍ୟରେ ମିଲିୟନ ଭିଉ ହୋଇଥିଲା।

ସ୍ୱାଗତିକା ମୁର୍ମୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଜଳେଶ୍ବରର ଝିଅ। ବୟସ ମାତ୍ର ୧୧। ୪ବର୍ଷ ପାଖରୁ ସେ ଗୀତ ଶିଖିବା ଆରମ୍ଭ କରିଥିଲେ। ତାଙ୍କର ଗୀତ ଗାଇବାର ଶୈଳୀ ଏବଂ କନ୍ଫିଡେଣ୍ଟ ସମସ୍ତଙ୍କୁ ଭଲ ଲାଗିଥିଲ। ଜଜ୍ ମାନେ ବହୁତ ଭଲ ଭଲ କମେଣ୍ଟ ଦେଇଥିଲେ। କେବଳ ଜଜେସ୍ ମାନେ ନୁହଁନ୍ତି ଦର୍ଶକ ମାନେ ମଧ୍ୟ ଭଲ ଭଲ ମନ୍ତବ୍ୟ ରଖିଥିଲେ।କିଏ କହୁଥିଲେ କି ଏହି କୁନି ଝିଅର ଗୀତ ମୋ ହୃଦୟକୁ ଛୁଇଁ ଗଲା।ଆଉ କିଏ କିଏ କହୁଥିଲେ କି ଭଗବାନଙ୍କ କୃପାରୁ ଝିଅଟି ବହୁତ ଆଗକୁ ଯାଉ।

ଏବେ ଏହି ନୂଆ ରିଆଲିଟି ଶୋ ‘ ଓଡ଼ିଶାର ନୂଆ ସ୍ୱର (ଜୁନିୟର)’ ର ଅଡିସନ ରେ ଭାଗ ନେଇଥିଲେ। ଏହି ଶୋରେ ସ୍ୱାଗତିକା ମୁର୍ମୁ ଲୋକପ୍ରିୟ କଥାଚିତ୍ର ‘ଲୈଲା ଓ ଲୈଲା’ ଚଳଚ୍ଚିତ୍ରର ଗୀତ ‘ଫାର୍ଷ୍ଟ ଟାଇମ ଗୋଟେ ଝିଅ ତୁ କରିଲୁ ପାଗଳ’ ଗୀତ ଗାଇଥିଲେ। କେବଳ ଏହି ଗୋଟିଏ ଗୀତ ନୁହେଁ ଆଉ ଦୁଇଟି ଗୀତ ମଧ୍ୟ ଅଡିସନରେ ଗାଇଥିଲେ ସ୍ୱାଗତିକା ମୁର୍ମୁ।

ଓଡ଼ିଶାର ନୂଆ ସ୍ୱର ଜୁନିୟର ରେ ଗୀତ ଗାଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।ଏହି ସବୁ ଗୀତ ଗାଇ ଭାଇରାଲ ହୋଇଛନ୍ତି ସ୍ୱାଗତିକା। ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ ଓ ପ୍ରସଂଶା କରିଛନ୍ତି।ସେ ମେଗା ଅଡିସନ ପାଇଁ ମଧ୍ୟ ସିଲେକ୍ଟ ହୋଇଛନ୍ତି। ଭବିଷ୍ୟତରେ ସ୍ୱାଗତିକା ଜଣେ ଭଲ ସିଙ୍ଗର ଭାବରେ ପରିଚିତ ହେଉ ବୋଲି ସମସ୍ତେ ଆଶା ରଖିଛନ୍ତି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।