viral ଭିଡ଼ିଓ-ବାହାଘର ହେଲା କାଳ,ନବବଧୂ ଘରକୁ ଆସିବା ବଦଳରେ ଚାଲି ଗଲା ସଡକ ଦୁର୍ଘଟଣାରେ ୫ ଜଣଙ୍କ ଜୀବନ….ଦେଖନ୍ତୁ ଏହି ଭାଇରଲ ଭିଡିଓ……
ଆଜିର ସମୟରେ ପ୍ରତ୍ୟେକ ଦିନ କୋଉଠି ନାଁ କୋଉଠି ସଡ଼କ ଦର୍ଘଟଣାରେ କିଏ ନା କିଏ ଜୀବନ ହରାଇ ବସୁଛି। ଟିକିଏ ଭୁଲ ପାଇଁ ଟିକିଏ ବେସାବଧାନତା ପାଇଁ ଚାଲିଯାଉଛି କେତେ କେତେ ମୂଲ୍ୟବାନ ଜୀବନ। କାହାର ପରିବାର ଉଜୁଡି ଯାଉଛି ତ କାହା ମଥାର ସିନ୍ଦୁର କିଛି କ୍ଷଣରେ ସବୁଦିନ ପାଇଁ ଲିଭି ଯାଉଛି। ସେମିତି ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟି ଯାଇଛି ଯାହା ସୁବର୍ଣ୍ଣପୁର ଜିଲ୍ଲାରେ ଦେଖିବାକୁ ମିଳିଛି।
ସୁବର୍ଣ୍ଣପୁର ଜିଲ୍ଲା ମହାନଦୀ ପୋଲ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ମହାନଦୀ ପୋଲ ଉପରେ ଏକ ବୋଲେରୋ ଓ ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଗୁରୁତର ଅବସ୍ଥାରେ ଅନ୍ୟ ୫ ଜଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଦୁର୍ଘଟଣାରେ ସମ୍ମୁଖିନ ହୋଇଥିବା ଲୋକେ ଓଲଣ୍ଡା ବ୍ଲକ ନିମ୍ନା ଗାଁରୁ ବିନିକା ବ୍ଲକରୁ କଉଡ଼ିଆ ମୁଣ୍ଡା ଗାଁକୁ ବରଯାତ୍ରୀ ନେଇ ଭୋଜିଖାଇବକୁ ଯାଇଥିଲେ। ଭୋଜିଖାଇ ବୋଲେରୋରେ ଫେରିବା ସମୟରେ ବିଳମ୍ବିତ ରାତିରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ରାତି ପ୍ରାୟ ସାଢେ଼ ବାରଟାରୁ ଗୋଟାଏ ମଧ୍ୟରେ ମହାନଦୀ ପୋଲ ଉପରେ ଦୁର୍ଘଟଣା ଘଟଥିବାର ଜଣାପଡିଛି। ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା ବେଳେ ଆଉ ୫ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ବାହାଘର ସମୟରେ ଗାଁ ଦାଣ୍ଡ ଉଠିଥାଆନ୍ତା ପଡିଥାନ୍ତା କିନ୍ତୁ ଗାଆଁରେ ଶୋକର ଛାୟା ଖେଳିଯାଇଛି। ବରଯାତ୍ରୀ ହୋଇ ଘରୁ ବାହାରି ଯାଇଥିଲେ ହେଲେ ଘରକୁ ଫେରିଲା ମୃତ ଦେହ। ଦୁର୍ଘଟଣାରେ ଚାଲି ଗଲା ପାଞ୍ଚ ଜଣକ ଜୀବନ।ଆଉ ପାଞ୍ଚ ଜଣ ଜୀବନ ମୃତ୍ୟୁ ର ଛକା ପଞ୍ଝାରେ। ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପରେ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥନାନ୍ତରିତ କରାଯାଇଥିଲା। ଜଣକ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇ ଦିଆଯାଇଛି।ଏପଟେ ମୃତଙ୍କ ସମ୍ପର୍କୀୟ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି। ଶେଷରେ ମୃତକଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ମାନେ ସେମାନଙ୍କର ଅନ୍ତିମ ସଂସ୍କାର କରାଇଛନ୍ତି।
କଥାରେ ଅଛି ବିଧିର ବିଧାନ କେ କରିବ ଆନ ଠିକ୍ ସେହି ପରିସ୍ଥିତି ଘଟିଛି ଏଠି।କିଏ ଜାଣିଥିଲା ବରଯାତ୍ରୀରେ ବାହାରି ଯାଇଥିବା ଲୋକ ମାନଙ୍କ ମୃତ ଦେହ ଘରକୁ ଆସିବ। ସବୁକିଛି ଖୁସିରେ ଚାଲିଥିଲା ବାହାଘର ଭୋଜି ଖାଇ ବରର ୧୦ ଜଣ ସମ୍ପର୍କୀୟ ମାନେ ବହୁତ ଖୁସିରେ ଘରକୁ ଫେରୁଥିଲେ।
କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା ସତେ ଯେମିତି ସେମାନଙ୍କୁ କାଳ ଡାକୁଥିଲା।ଏହି ଦୁର୍ଘଟଣାରେ ବରର ବଡବାପା ଭଉଣୀ ଓ ଅନ୍ୟ ତିନି ଜଣ ପ୍ରାଣ ହରାଇଛନ୍ତି। ସତରେ ଘଟଣାଟି ବହୁତ ହୃଦୟ ବିଦାରକ ଅଟେ।ଆମେ ଯଦି ନିଜେ ସାବଧାନ ହୋଇ ରହିବା ହୁଏତ ଏମିତି ଦୁର୍ଘଟଣା ର ସାମ୍ନା କରିବାକୁ ପଡ଼ିବନି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।