viral ଭିଡ଼ିଓ – ଅଷ୍ଟପ୍ରହରୀରେ ରାସଲୀଳା,ଆଧୁନିକ ଡାନ୍ସ ସାଙ୍ଗକୁ ନାମ ସଙ୍କୀର୍ତ୍ତନ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଯାହାକୁ 3 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
ଦିନକୁ ଦିନ ଆମ ସମାଜରେ ରହିଥିବା ପରମ୍ପରା ରୀତିନୀତି ଗୁଡ଼ିକ ସବୁ ବଦଳିବାକୁ ଲାଗିଲାଣି। ଆଧୁନିକ ଯୁଗରେ ପାଦ ଥାପି ଆଜିର ଯୁବ ପିଢ଼ି ଧୀରେ ଧୀରେ ଆମ ସମାଜରେ ରହିଥିବା ପରମ୍ପରାକୁ ବଦଳାଇ ଏଥିରେ ଆଧୁନିକତାର ବାତାବରଣକୁ ଆପଣେଇ ନେଉଛନ୍ତି। ବିଭିନ୍ନ ସମୟରେ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି।
ଶ୍ରୀ ଚୈତନ୍ୟଙ୍କ ଅମଳରୁ ଓଡ଼ିଶାରେ ଭଗବାନଙ୍କ ନାମ ସଙ୍କୀର୍ତ୍ତନ ପ୍ରଚଳିତ ହୋଇଥିବା ଆସୁଛି। ଭଗବାନ ଶ୍ରୀକୃଷ୍ଣ ଓ ଶ୍ରୀ ଚୈତନ୍ୟଙ୍କ ଗୀତ ଗାନ କରିବା ହେଉଛି ସଙ୍କୀର୍ତ୍ତନ। ଖୋଳ, କରତାଳ ଓ ପାରମ୍ପରିକ ନୃତ୍ୟ ସହିତ ଭଗବାନଙ୍କ ନାମ ସଙ୍କୀର୍ତ୍ତନ କରାଯାଇଥାଏ।
କିନ୍ତୁ ବର୍ତ୍ତମାନ ନାମ ସଙ୍କୀର୍ତ୍ତନର ଏକ ଭିଡିଓ ବହୁତ ଭାଇରାଲ ହେଉଛି । ଯାହାକି ବହୁତ ହିଁ ଆଶ୍ଚର୍ଯ୍ୟକର ଅଟେ । ଏହା ପ୍ରଥମ ଥର ନୁହେଁ ଏହିଭଳି ବହୁତ ନାମ ସଙ୍କୀର୍ତ୍ତନର ଦଳ ଗୁଡିକ ଭିନ୍ନ ଭିନ୍ନ ଷ୍ଟାଇଲରେ ପ୍ରଭୁଙ୍କ ନାଁ ନେଇ ନାଚୁଛନ୍ତି । ଯାହାର ସବୁ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ସମସ୍ତେ ହରେ କୃଷ୍ଣ ଓ ହରେ ରାମଙ୍କ ନାଁ ନେଉଛନ୍ତି । କିନ୍ତୁ ସେମାନେ ପାରମ୍ପରିକ ଗୀତରେ ସ୍ଵରରେ ନ ବଜାଇ ଆଧୁନିକ ଗୀତର ସ୍ଵରରେ ପ୍ରଭୁଙ୍କ ନାଁ ନେଉଛନ୍ତି।
ଆପଣମାନେ ଦେଖିଥିବେ କି ଦଳର କିଛି ଲୋକମାନେ ତଳେ ବସି ହରେ କୃଷ୍ଣ ହରେ ରାମର ନାମ ସଙ୍କୀର୍ତ୍ତନ କରିଥାନ୍ତି ଓ ସେମାନେ ବିଭିନ୍ନ ପ୍ରକାରର ତାଳରେ ମଧ୍ୟ ଗାଇଥାନ୍ତି । କିନ୍ତୁ ବର୍ତ୍ତମାନର ନାମ ସଙ୍କୀର୍ତ୍ତନ ଦେଖିବେ ଓ ଶୁଣିବେ ଆପଣ ଅଳ୍ପ ଆଶ୍ଚର୍ଯ୍ୟ ହୋଇଯିବେ ।
କାରଣ ବର୍ତ୍ତମାନ ମର୍ଡେନ ଯୁଗରେ ଲୋକମାନେ ଫିଲ୍ମର ଗୀତର ତାଳେ ତାଳେ ନାମ ସଙ୍କୀର୍ତ୍ତନ କରୁଛନ୍ତି ଓ ସେହି ଗୀତର ଷ୍ଟାଇଲରେ ନାଚୁଛନ୍ତି ।ଯାହାକି ଏକ ପ୍ରକାରର ନାମ ସଙ୍କୀର୍ତ୍ତନକୁ ଅପମାନ ମଧ୍ୟ କରୁଛନ୍ତି ।
ଏମାନଙ୍କର ଭିନ୍ନ ଭିନ୍ନ ଷ୍ଟାଇଲ ଦେଖିଲେ ଆପଣ ବି ଚିନ୍ତା କରିବେ କି ଏଠି ଠାକୁରଙ୍କ ପୂଜା ହେଉଛି ନା ମର୍ଡେନ ଡାନ୍ସ ହେଉଛି । ବହୁତ ପୁରାତନ ସମୟରୁ ଆମ ଓଡିଆ ପରମ୍ପରାରେ ନାମ ସଙ୍କୀର୍ତ୍ତନ ଚାଲି ଆସୁଛି । ସେଥିରେ ଲୋକମାନେ କୃଷ୍ଣ ନାମ ଜପ କରୁଥିବାର ଦେଖା ଯାଆନ୍ତି । ଯଜ୍ଞ ସହିତ କୃଷ୍ଣଙ୍କ ନାମ ସଙ୍କୀର୍ତ୍ତନ ଚାଲିଥାଏ । ବିଭିନ୍ନ ସ୍ଥାନରୁ ଆସୁଥିବା କୀର୍ତ୍ତନୀୟ ଦଳ ନାମ ସଙ୍କୀର୍ତ୍ତନ କରିଥାନ୍ତ।
ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଆପଣ ମାନେ ଗୋଟେ କୀର୍ତ୍ତନ ଦଳର କିଛି ଯୁବକ ଓ ଯୁବତୀଙ୍କୁ ସଂକୀର୍ତ୍ତନ କରୁଥିବାର ଦେଖିବାକୁ ପାଇବେ। କିନ୍ତୁ ଏମାନଙ୍କ ଡାନ୍ସରୁ କେହିବି ଜାଣି ପାରିବେ ନାହିଁ ଯେ ଏମାନେ ନାମ ସଙ୍କୀର୍ତ୍ତନ କରୁଛନ୍ତି ବୋଲି।
“ହରେକୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେହରେ,ହରେରାମ ହରେରାମ ରାମ ରାମ ହରେହରେ” ସଙ୍କୀର୍ତ୍ତନ ପଦକୁ ଆଧୁନିକ ଗୀତ ଟିପି ଟିପି ବର୍ଷା ପାନି ସ୍ଵରରେ ଗାଇବା ସହ ଆଧୁନିକ ନୃତ୍ୟ ପରିବେଷଣ କରୁଛନ୍ତି। ଯାହାକୁ ଖୁବ୍ ସମାଲୋଚନା କରା ଯାଉଛି। ଭଗବାନଙ୍କ ନାମ ସଙ୍କୀର୍ତ୍ତନରେ ଏପରି ପରିଦର୍ଶନ ଖୁବ୍ ନିନ୍ଦା ଜନକ ବୋଲି କୁହାଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।