viral ଭିଡ଼ିଓ-ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁ ଘରେ ଓଡିଆ ପରମ୍ପାରାନୁଯାୟୀ ମା ସରସ୍ଵତୀଙ୍କ ପୂଜାଅର୍ଚ୍ଚନା କରୁଛନ୍ତି,ତେବେ ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି, ।

ବର୍ଷା ପ୍ରୟଦର୍ଶିନୀ ଜଣେ ଲୋକପ୍ରିୟ ଓଡ଼ିଆ ଅଭିନେତ୍ରୀ।ଓଡ଼ିଆ ସିନେମା ଜଗତରେ ବହୁ ଚର୍ଚ୍ଚିତ ନା ଭାବରେ ଓଲିଉଡ଼ କୁଇନ ସେ ବେଶ ଜଣାଶୁଣା। ଓଡ଼ିଶାର କଟକ ଜିଲ୍ଲାରେ ୭ ଅଗଷ୍ଟ ୧୯୮୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ। ବର୍ଷାଙ୍କ ମା ଦୀପା ସାହୁ ମଧ୍ୟ ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ଭାବରେ ପରିଚିତ।

ଓଲିଓଡ କୁଇନ ବର୍ଷାପ୍ରୟଦର୍ଶିନୀ ପ୍ରଥମ ଥର ପାଇଁ ଶିଶୁ କଳାକାର ଭାବରେ ମା ଏବଂ ଗୋଲାମଗିରି ଭଳି ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ଅଭିନୟ କରିଥିଲେ । ଏହାପରେ ଇ-ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ପଣତକାନିରେ ମଧ୍ୟ ଅଭିନୟ କରିଥିଲେ।କିନ୍ତୁ ସେ ଏହି ଧାରାବାହକରେ କିଛି ଦିନ କରିବା ପରେ ଧାରାବାହିକକୁ ଛାଡ଼ି ଦେଇଥିଲେ। ଏହା ଥିଲା ତାଙ୍କର ପ୍ରଥମ ଓଡ଼ିଆ ଧାରାବାହିକ ଯାହା ଦୂରଦର୍ଶନରେ ପ୍ରସାରିତ ହେଉଥିଲା।

ପରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ଜଗତରେ।୨୦୦୩ ମସିହାରେ ବହୁ ଚର୍ଚ୍ଚିତ ଓଡ଼ିଆ ସିନେମା ମିଥୁନ ଚକ୍ରବର୍ତ୍ତୀ ଏବଂ ଉତ୍ତମ ମହାନ୍ତିଙ୍କ ଦ୍ୱାରା ଅଭିନୀତ ‘ ଏ ଯୁଗର କୃଷ୍ଣ ସୁଦାମା’ ଥିଲା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପ୍ରଥମ ଓଡ଼ିଆ କଥାଚିତ୍ର। ଏହାପରେ ବର୍ଷାଙ୍କୁ ବହୁତ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

ଓଡ଼ିଆ କଥାଚିତ୍ର ‘ଟୋପାଏ ସିନ୍ଦୂର ଦି ଟୋପା ଲୁହ’, ‘ସୁନା ଛଢେଇ ମୋ ରୂପା ଛଢେଇ’, ‘ଥାଙ୍କ ୟୁ ଭଗବାନ’, ‘ତୁ ମୋ ଆଖିରେ ତାରା’, ‘ସାବତ ମା’ ‘ଗପ ହେଲେ ବି ସତ’, ‘ଗୋଟେ ଶୁଆ ଗୋଟେ ଶାରୀ’, ‘ମୋ ହାତ ଧରି ଚାଲୁଥା’, ‘ସମଥିଙ୍ଗ ସମଥିଙ୍ଗ’, ‘ବାଳୁଙ୍ଗା ଟୋକା’, ‘ ମେଟ୍ରିକ ଫେଲ’ ପରି ବହୁତ ସୁପରହିଟ ସିନେମାରେ ଅଭିନୟ କରିଛନ୍ତି। ନିଜର ଅଭିନୟ ପାଇଁ ସେ ବହୁତ ଥର ଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ଼ ମଧ୍ୟ ପାଇଛନ୍ତି।


କେବଳ ଓଡ଼ିଆ ସିନେମା ଜଗତରେ ନୁହେଁ ବରଂ ବଙ୍ଗଳା ସିନେମା ଜଗତରେ ମଧ୍ୟ ନିଜର ସଫଳତାପୂର୍ବ ଅଭିନୟ ପାଇଁ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ଜଣାଶୁଣା।୨୦୦୮ ମସିହାରେ ସେ ବଙ୍ଗଳା ସିନେମା ଜଗତରେ ପାଦ ରଖିଥିଲେ। ବଙ୍ଗଳା ସିନେମା ‘ଜୋର୍’ ମାଧ୍ୟମରେ ବଙ୍ଗଳାରେ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ତା ପରେ ସେ ଏକାଧିକ ବଙ୍ଗଳା ସିନେମା ଅଭିନୟ କରିଥିଲେ।

ଏଥିମଧ୍ୟରେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏବଂ ସେମାନେ ୨୦୧୪ ଫେବୃଆରୀ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କିନ୍ତୁ ବିବାହର କିଛି ଦିନ ପରେ ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଯାହା ପାଇଁ ଅନୁଭବ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ।

ତେବେ ବର୍ତ୍ତମାନ ସମୟର ବଡ ଖବର ହେଉଛି ବର୍ଷା ପ୍ରୟଦର୍ଶିନୀ ମା ସରସ୍ଵତୀଙ୍କ ପୂଜା କରୁଛନ୍ତି। ତାହାବି ପୁଣି ତାଙ୍କ ଶାଶୁ ଘରେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ଶାଶୁ ଘରେ ଓଡିଆ ପରମ୍ପାନୁଯାୟୀ ମା ସରସ୍ଵତୀଙ୍କ ପୂଜାପାଠ କରୁଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।