Viral ଭିଡ଼ିଓ – ୫୦ ଫୁଟ ଉଚ୍ଚତା ରୁ ଖସି ପଡିଲା ଦୋଳି ତଳକୁ,ଦେଖିଲେ ଛାତି ଥରି ଉଠିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପ୍ରତିଦିନ କିଛି ନା କିଛି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ସେହି ପରି ଏବେ ଏବେ ବଡ଼ ଛାତି ଥରା ଦୃଶ୍ୟ ଆସୁଛି ଆପଣ ମାନ ଙ୍କ ସାମ୍ନା ରେ । ଦେଖିପାରୁଥିବେ ଇଏ ହେଉଛି ୫୦ ପୁଟ ଉଚ୍ଚାର ଏକ ଲମ୍ବା ଦୋଳି । ଆଉ ଏମିତି ଦୋଳି ମଧ୍ୟ ଆଗରୁ ଆପଣମାନେ ଦେଖିଥିବେ ।
କିନ୍ତୁ ଏପରି ଦୋଳି କେବେ ଆପଣ ଦୁର୍ଘଟଣା ହେବାର ଦେଖିନଥିବେ । ଦେଖନ୍ତୁ ପ୍ରଥମ ଥର ପାଇଁ ପଞ୍ଜାବ ରୁ ଆସୁଛି ଏବେ ଏବେ ବଡ଼ ଭିଡ଼ିଓ କ୍ଲିପ । ଭାଇରାଲ ଭିଡ଼ିଓ ଆମେ ମଧ୍ୟ କହିପାରିବା । ଯାହାକି ଦୋଳି ବୁଲୁଥିବା ସମୟରେ ହୋଇଛି ଦୁର୍ଘଟଣା ବା ଅଘଟଣ ଘଟିଛି ।
କାଳ ପାଲଟିଲା ଦୋଳି । ମେଲଣ ଦୋଳିରେ ବସି ଝୁଲୁଥିବା ବେଳେ ଘଟିଲା ଅଘଟଣ । ୫୦ ଫୁଟ ଉଚ୍ଚତାରୁ ଖସିପଡିଲା ଦୋଳି । ଫଳରେ ୫୦ ଜଣ ଆହତ ହୋଇଥିବା ବେଳେ କେହି ମୃତହାତ ହୋଇନଥିବା ସୂଚନା । ପଞ୍ଜାବ ମୋହାଲିରେ ଘଟିଛି ଏହି ଅଭାବନୀୟ ଘଟଣା । ସମସ୍ତଙ୍କ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଆହତଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବ ରେ ମୋହାଲିରେ ଏକ ମେଲଣ ଚାଲିଥିବା ବେଳେ ଆୟୋଜକ ମାନଙ୍କୁ ସେପ୍ଟେମ୍ବର ୪ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ପାଇଁ ଅନୁମତି ରହିଥିଲା । କିନ୍ତୁ ଏହାକୁ ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା ।
ମେଲଣ ରେ ଦୋଳି ସାମିଲ ହୋଇଥିବା ବେଳେ ସେଠାକୁ ବୁଲି ଆସୁଥିବା ଲୋକେ ଦୋଳି ଖେଳୁଥିଲେ । ତେବେ ରବିବାର ଏକ ଦୋଳିରେ ଖେଳୁଥିବା ବେଳେ ହଠାତ୍ କୌଣସି କାରଣ ବସଶତଃ ଦୋଳିଟି ୫୦ ଫୁଟ ଉପରୁ ତଳକୁ ଖସି ପଡିଥିଲା । ଫଳରେ ଦୋଳି ରେ ବସିଥିବା ୫୦ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରିଥିଲା ।
ଏହି ଅଘଟଣ ଯୋଗୁଁ ଯଦି ଆୟୋଜକ ଙ୍କ ତରଫରୁ କିଛି ଭୁଲ ଥାଏ ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି DSP ହର୍ଷିମ୍ରାନ ସିଂହ । ଏନେଇ ଡାକ୍ତର ସୁଭାଷ କହିଛନ୍ତି ଯେ, ‘ହସ୍ପିଟାଲରେ ୫ଜଣ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଅବସ୍ଥା ଏବେ ଭଲ ରହିଛି ।’
ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ, ”ମେଳା ପରିଚାଳନା ରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିଲା, ଜଣେ ମହିଳା ଏହି ଦୋଳିର ମୁଖ୍ୟ ଥିଲେ । ଏହି ଘଟଣା ଘଟିବାର ୨୦ ମିନିଟ୍ ପରେ ମହିଳା ଜଣଙ୍କ ଘଟଣା ସ୍ଥଳରେ ପହଞ୍ଚି କାହାର ମୃତ୍ୟୁ ହୋଇନଥିବା କହିବା ସହ ୨ଜଣ ଶିଶୁ ଚେତାଶୂନ୍ୟ ହୋଇଯାଇଥିବା ସୂଚନା ଦେଇଥିଲେ ।
’’ ତେବେ ଏହି ଘଟଣା ପାଇଁ ଦାୟୀ କିଏ ଓ କିପରି ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଏହା ଚାଲିଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଅଘଟଣ କେଉଁ କାରଣ ଯୋଗୁଁ ଘଟିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ବର୍ତ୍ତମାନ ତଦନ୍ତ ଜାରି ରହିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ