viral song – viral boy ଓଡ଼ିଶାର କୁନି ହ୍ୟୁମାନ ସାଗର ଭାଇରାଲ୍ ବୟ ଶାନ୍ତନୁ କୁମାର ମହାନ୍ତି ଜବର ଦସ୍ତ songଏବେ ସୋସିଆଲ ମିଡ଼ିଆ ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି !
ଶାନ୍ତନୁ କୁମାର ମହାନ୍ତି ବୟସ ମାତ୍ର ୭ ବର୍ଷ।“ଓଡ଼ିଶାର ନୁଆ ସ୍ୱର ଜୁନିୟର” ରେ ଅଡିସନ ଦେବାକୁ ଆସି ଓଡ଼ିଶାର ଭାଇରାଲ୍ ବୟ ପାଲଟି ଯାଇଛନ୍ତି ମାତ୍ର ୭ ବର୍ଷର କୁନି ପୁଅ ଶାନ୍ତନୁ କୁମାର ମହାନ୍ତି। ଏତେ କମ ବୟସରୁ ଭାଇରାଲ ହେବା ପଛରେ କାରଣ ରହିଛି ତାଙ୍କର ଭଏସର କମାଲ। ତାଙ୍କର ସୁନ୍ଦର ସ୍ୱର ପାଇଁ ଆଜି ସାରା ଓଡ଼ିଶାରେ ଫେମୋସ ହୋଇ ପାରିଛନ୍ତି ଶାନ୍ତନୁ। ଗୀତ ସାଙ୍ଗକୁ ମଜାଦାର ଅଭିନୟ କରିଥାନ୍ତି ଶାନ୍ତନୁ ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ଜଜେସ ଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ମଧ୍ୟ ଶାନ୍ତନୁଙ୍କୁ ପ୍ରଶଂସା କରୁଛନ୍ତି।
ତେବେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତିଙ୍କୁ ବର୍ତ୍ତମାନ ସମୟରେ ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ହ୍ୟୁମାନ ସାଗରଙ୍କ ସହିତ ତୁଳନା କରାଯାଉଛି। ହ୍ୟୁମାନ ସାଗର ଯେମିତି ରୋମାଣ୍ଟିକ ଗୀତ ଗାଇ ଦର୍ଶକ ମାନଙ୍କୁ ଆକୃଷ୍ଟ କରି ପାରିଛନ୍ତି ଠିକ୍ ସେହିଭଳି ଶାନ୍ତନୁ କୁମାର ମଧ୍ୟ ରୋମାଣ୍ଟିକ ଗୀତ ଗାଇ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛନ୍ତି।
ସେ ପ୍ରାୟତ ହ୍ୟୁମାନ ସାଗରଙ୍କ ଗୀତ ଗାଉଛନ୍ତି। ଓ ଅବିକଳ ହ୍ୟୁମାନ ସାଗର ପରି ଅତି ସୁନ୍ଦର ଗୀତ ଗାଉଥିବାର ନଜର ଆସୁଛନ୍ତି।ତେବେ ଶାନ୍ତନୁଙ୍କ କ୍ୟୁଟ ଓ ଫନି ଅନ୍ଦାଜକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ। ଗୀତ ଗାଇବା ସହ ଷ୍ଟେଜରେ ବହୁତ ମସ୍ତି କରିବାର ନଜର ଆସିଛନ୍ତି ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି।
ଭାଇରାଲ ବୟ ଶାନ୍ତନୁଙ୍କ ଗୀତକୁ ଯିଏ ଥରେ ଶୁଣୁଛି ସିଏ ବାରମ୍ବାର ଶୁଣିବାକୁ ଇଚ୍ଛା କରୁଛି। ଦିନକୁ ଦିନ ଶାନ୍ତନୁଙ୍କ ଫ୍ରେଣ୍ଡମାନେ ବଢ଼ି ବାରେ ଲାଗିଛନ୍ତି।ଶାନ୍ତନୁଙ୍କ ଗୀତରେ ମଧ୍ୟ କିଛି ୟୁଜର୍ସ ମାନେ ରିଲସ ଭିଡିଓ ଆଦି କରୁଥିବାର ନଜର ଆସୁଛନ୍ତିତ ଆଉ କିଏ ଶାନ୍ତନୁଙ୍କ ଗୀତକୁ ନେଇ ଷ୍ଟୋରୀ ଷ୍ଟାଟସ ରଖୁଛନ୍ତି।
ଶାନ୍ତନୁଙ୍କ ଗୀତ ୟୁଟ୍ୟୁବରେ ଅପଲୋଡ଼ ହେବା ପରେ ମିଲିୟନ ମିଲିୟନ ଦର୍ଶକ ଏହାକୁ ଦେଖୁବା ସହିତ ଲାଇକ କମେଣ୍ଟ ଓ ସେୟାର କରୁଛନ୍ତି।
ତେବେ ଓଡ଼ିଶାର ଏହି କୁନି ହ୍ୟୁମାନ ସାଗର ଶାନ୍ତନୁ ଆଗକୁ ମଧ୍ୟ ଖୁବ୍ ଭଲ ଭଲ ଗୀତ ଗାଇ ଦର୍ଶକ ମାନଙ୍କୁ ଆକୃଷ୍ଟ କରିବେ ବୋଲି ଶାନ୍ତନୁଙ୍କ ଫ୍ରେଣ୍ଡମାନେ ଆଶା ରଖିଛନ୍ତି। ତେବେ ଭାଇରାଲ ବୟ ଶାନ୍ତନୁ କୁମାର ମହାନ୍ତି ପ୍ରଥମ ଥର ପାଇଁ ପ୍ଲେବେକ ସିଙ୍ଗର ଭାବରେ ଷ୍ଟୁଡିଓ ରେ ଗୀତ ଗାଉଥିବାର ମଧ୍ୟ ନଜର ଆସିଛନ୍ତି।
ଓଡ଼ିଶା ଆର ପ୍ରଡକ୍ସନ ନିର୍ମାଣରେ “ଢୋଲ ଢୋଲ ଢୋଲ ଢୋଲ ବାଜିବ ଧୂଳି ଉଡେଇ ଟୋକା ନାଚିବ” ଗୀତ ଗାଇ ଦର୍ଶକ ମାନଙ୍କ ମନ କିଣିବାକୁ ଲାଗିଛନ୍ତି ଏହି କୁନି ଗାୟକ ଶାନ୍ତନୁ। ଏହି କୁନି ହ୍ୟୁମାନ ସାଗର ଶାନ୍ତନୁଙ୍କ ସବୁ ଗୀତର ମଜା ନେଉଛନ୍ତି ଦର୍ଶକମାନେ। ତେବେ ଏହି ପିଲାର ଭବିଷ୍ୟତରେ ଏକ ବଡ ଷ୍ଟାର ହେବାର ଆଶା ରଖିଛନ୍ତି ଶାନ୍ତନୁଙ୍କ ଫ୍ରେଣ୍ଡମାନେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।