viral news -ତପସ୍ଵିନୀ ଓ ସୁମିତଙ୍କ ବିବାଦକୁ ନେଇ ଏଭଳି କହିଲେ ସମାଜସେବୀ ସରିତା ପଣ୍ଡା,ଯାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଜାଣନ୍ତୁ ସମ୍ପୂର୍ଣ ଘଟଣା ଟି କଣ !

ଭଲପାଇ ବିବାହ କରିଥିଲେ ତପସ୍ଵିନୀ ଦାସ ଓ ସୁମିତ ସାହୁ। ହେଲେ ତପସ୍ଵିନୀ ଓ ସୁମିତଙ୍କ ବୈବାହିକ ଜୀବନ ଯାତ୍ରା ବେଶି ଦିନ ପର୍ଯ୍ୟନ୍ତ ତିଷ୍ଠିପାରି ନଥିଲା। ଭାଙ୍ଗି ଯାଇଥିଲା ସେମାନଙ୍କର ସମ୍ପର୍କ। ବିବାହର କିଛି ମାସ ପରେ ସୃଷ୍ଟି ହୋଇଥିଲା ସୁମିତ ଓ ତପସ୍ଵିନୀଙ୍କ ସମ୍ପର୍କରେ ତିକ୍ତତା। ଭାଙ୍ଗି ଯାଇଥିଲା ତପସ୍ଵିନୀଙ୍କ ସୁନ୍ଦର ସଂସାର ଗଢ଼ି ତୋଳିବାର ସପ୍ନ। ଅଧା ବାଟରେ ହାତ ଛାଡି ଦେଲେ ସୁମିତ। ଯାହାକୁ ନେଇ ତପସ୍ଵିନୀ ଚୁପହୋଇ ବସି ନଥିଲେ, ସ୍ବାମୀଙ୍କୁ ଫେରିପାଇବା ପାଇଁ ସୁମିତଙ୍କ ଘର ସାମ୍ନାରେ ଧାରଣା ଦେଇ ବସିଥିଲେ ତପସ୍ଵିନୀ।

ଯାହା ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।ସୁମିତ୍ ସାହୁ ଏବଂ ତପସ୍ଵିନୀ ଦାଶଙ୍କ ପାରିବାରିକ କଳହ ବିବାଦ ଘେରକୁ ଚାଲି ଆସିଥିଲା। ଏ ନେଇ ଏବେ ମଧ୍ୟ କୋର୍ଟରେ ମାମଲା ରୁଜ୍ଜୁ ହୋଇଛି। ନ୍ୟାୟ ପାଇବା ଆଶାରେ ତପସ୍ଵିନୀ ଦାଶ ସ୍ବାମୀ ସୁମିତ ସାହୁଙ୍କ ଘର ଆଗରେ ଧାରଣା ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ତପସ୍ଵିନୀ ଦାସ ଓ ସୁମିତ ସାହୁ ସମ୍ପର୍କ ଯୋଡିବା ନେଇ କୌଣସି ସମାଧାନର ବାଟ ବାହାରି ନାହିଁ।

ତପସ୍ଵିନୀ ଓ ସୁମିତଙ୍କ ମିଳନ ପାଇଁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି। ତେବେ ତପସ୍ଵିନୀ ଓ ସୁମିତ ଦାସଙ୍କ ପାରିବାରିକ ବିବାଦକୁ ନେଇ ବାଟ ବାହାର କରିଛନ୍ତି ସମାଜ ସେବୀ ସରିତା ପଣ୍ଡା। ସମାଜ ସେବୀ ସରିତା ପଣ୍ଡାଙ୍କ କହିବା ମୁତାବକ ତପସ୍ଵିନୀ ଓ ସୁମିତଙ୍କ ସମ୍ପର୍କ ସଜାଡ଼ିବା ପାଇଁ ସୁମିତ ଓ ତପସ୍ଵିନୀଙ୍କୁ ଏକୁଟିଆ ନିରୋଳାରେ କଥା ହେବାକୁ ପଡିବ। କେବଳ ସୁମିତ ଓ ତପସ୍ଵିନୀ ଚାହିଁଲେ ହିଁ ସମାଧାନର ବାଟ ବାହାର କରି ପାରିବେ।

ସମାଜ ସେବୀ ସରିତା ପଣ୍ଡା କହିବା ଅନୁସାରେ ସେମାନେ ଦୁହେଁ ଦୁହିଁଙ୍କୁ ଭଲପାଇ ଥିଲେ ଦୁହେଁ ଦୁହିଁଙ୍କୁ ଭଲଭାବରେ ଜାଣିଛନ୍ତି ବୁଝିଛନ୍ତି ତେବେ ସେମାନେ ନିଜେ ମିଳାମିଶା କରି ଏକ ସମାଧାନର ବାଟ ବାହାର କରନ୍ତୁ।

ସମାଜସେବୀ ଏକଥା ମଧ୍ୟ କହିଛନ୍ତି କୋର୍ଟକୁ କୋୖଣସି କାମ ଗଲେ ତାହାର ସମାଧାନ ଶୀଘ୍ର ହୋଇପାରିବ ନାହିଁ। ବହୁତ ସମୟ ଲାଗିଯିବ।ତେଣୁ ଏଭଳି ପରିସ୍ଥିତିରେ ତପସ୍ଵିନୀ ଓ ସୁମିତ ମିଳିମିଶି ଏହାର ସମାଧାନ କରନ୍ତୁ ବୋଲି କହିଛନ୍ତି ସମାଜସେବୀ ସରିତା ପଣ୍ଡା।

ତପସ୍ଵିନୀ ଦାସ ଓ ସୁମିତ ସାହୁଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହୋଇପାରିବ ପରସ୍ପର ସହ ବୁଝାମଣାରେ। କାହିଁକି ନା ପ୍ରଥମରୁ ହିଁ ଦୁହିଁଙ୍କ ଭିତରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଉଭୟ ଯଦି ଏହାର ସମାଧାନ ଚାହୁଁଛନ୍ତି ତେବେ ପରସ୍ପର ମଧ୍ୟରେ କଥା ହେବା ଆବଶ୍ୟକ।ଆଉ କଥା ହେଲେ ଯାଇ ବାହାରିବା

ସମାଧାନର ବାଟ।ଆଉ ବାଟ ବହାରିଲେ ହିଁ ମିଶି ପାରିବ ଦୁହିଁଙ୍କ ମନ।ଆଉ ମନ ମିଶିଲେ ମିଶି ପାରିବ ଭାଙ୍ଗି ଯାଇଥିବା ଦୁଇଟି ପରିବାର। ତେବେ ତପସ୍ଵିନୀ ଓ ସୁମିତଙ୍କ ସମ୍ପର୍କ କେଉଁଆଡକୁ ଯାଉଛି ତା ଆଡ଼କୁ ସମସ୍ତଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।