viral news-ପୃଥିବୀ ପୃଷ୍ଟରେ ଜନ୍ମ ହେଲା ୪ଟି ହାତ ଓ ୪ଟି ଗୋଡ଼ ବିଶିଷ୍ଟ ଏକ ଅଜବ ପିଲା,ମନରେ ବିଶ୍ୱାସ ଥିଲେ ନିଶ୍ଚୟ ପଢିବେ ଏବଂ ସେୟାର ମଧ୍ୟ କରିବେ !

ଭଗବାନଙ୍କ ସୃଷ୍ଟିରେ କିଛି ବି ଅସମ୍ଭବ ନୁହେଁ। ତାଙ୍କର ଏ ସୁନ୍ଦର ସୃଷ୍ଟିରେ ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଅଜବ ଘଟଣା ଦେଖିବାକୁ ମିଳିଥାଏ। ମଣିଷ ମାନେ ମଧ୍ୟ ଭଗବାନଙ୍କ ସୃଷ୍ଟିର ଏକ ଅଂଶ ବିଶେଷ। ସାଧାରଣତଃ ଦେଖିବାକୁ ଗଲେ ଜଣା ଯାଏ କି ପ୍ରତ୍ୟେକ ମଣିଷର ଦୁଇଟି ହାତ, ଦୁଇଟି ଗୋଡ଼,ଦୁଇ ଆଖି,ଦୁଇ କାନ,ଗୋଟେ ନାକ ଗୋଟିଏ ପାଟି ଓ ଗୋଟିଏ ଶରୀର ଇତ୍ୟାଦି ରହିଥାଏ!

କିନ୍ତୁ ଯଦି କୁହାଯାଏ କି ଗୋଟିଏ ମଣିଷର ଦୁଇଟି ହାତ ବଦଳରେ ୪ଟି ହାତ ଏବଂ ୨ଟି ଗୋଡ଼ ବଦଳରେ ୪ଟି ଗୋଡ଼ ତେବେ କଥା ଯେତିକି ଅଜବ ଲାଗିନଥାଏ ତାଠାରୁ ଅଧିକ ଆଶ୍ଚର୍ଯ୍ୟ ଲଗିଥାଏ। ସେମିତି ଏକ ଘଟଣା ସୋସିଆଲ ମିଡ଼ିଆ ସାମ୍ନାକୁ ଆସିଲା ପରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।ଆଜ୍ଞା ହିଁ ଏମିତି ଏକ ଚାଞ୍ଚଲ୍ୟ କର ତଥ୍ୟ ବିହାରର କଟିହାର ଅଞ୍ଚଳରୁ ଆସିଅଛି।ଯାହା ଶୁଣିବା ମାତ୍ରେ ଆଖ ପାଖ ଅଞ୍ଚଳର ଲୋକମାନେ ସେହି ବିଚିତ୍ର ପିଲାକୁ ଦେଖିବା ପାଇଁ ହସ୍ପିଟାଲରେ ଭିଡ଼ ଜମାଇଥିଲେ।ବିହାରର କଟିହାରରେ ଠାରେ ୪ହାତ ଏବଂ ୪ଗୋଡ ବିଶିଷ୍ଟ ଏକ ଶିଶୁ ପୁତ୍ରର ଜନ୍ମ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯାହା ଫଳରେ ଖବରଟି ଚାରିଆଡେ ବ୍ୟାପିବାରେ ଲାଗିଛି।

ଡାକ୍ତରଙ୍କ କହିବା ଅନୁସାରେ ଅଲଟ୍ରାସାଉଣ୍ଡ ସମୟରେ ମହିଳା ଜଣଙ୍କ ଗର୍ଭାବସ୍ଥାରେ ସେମିତି କିଛି ବିଶେଷ ସମସ୍ୟା ଦେଖିବାକୁ ମିଳି ନଥିଲା। କିନ୍ତୁ ମହିଳା ଜଣଙ୍କ ଗର୍ଭରେ ଯାଆଁଳା ସନ୍ତାନ ରହି ଥିବାର ଡାକ୍ତର ସ୍ପଷ୍ଟ କରିଥିଲେ। କିନ୍ତୁ ପିଲାର ଜନ୍ମ ହେବା ପରେ ୪ହାତ ଓ ୪ଗୋଡ଼ ବିଶିଷ୍ଟ ହୋଇଥିବାର ଡାକ୍ତର ଘୋଷଣା କରିଥିଲେ।

ପିଲାଟି ଜନ୍ମ ହେବା ପରେ ତାର ଏକ ଫୋଟ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦେଖିବା ପରେ କିଛି ଲୋକ ମାନେ ସେହି ପିଲାକୁ ଭଗବାନଙ୍କ ଅବତାର ବୋଲି କହୁଛନ୍ତି ଆଉ କେତେକ ଏହାକୁ ବିଚିତ୍ର ବୋଲି କହୁଛନ୍ତି। ଏବଂ ଏହି ୪ହାତ ୪ଗୋଡ଼ ଥିବା ପିଲାର ଫୋଟଟିକୁ ବହୁ ମାତ୍ରାରେ ସେୟାର ଓ ଲାଇକ ମଧ୍ୟ କରୁଛନ୍ତି।

ବିହାର କଟିହାର ସ୍ଥିତ ଏକ ସରକାରୀ ହସ୍ପିଟାଲରେ ସାବିତ୍ରୀ ବାଇ ଖାତୁନ ନାମକ ଜଣେ ମହିଳା ଏହି ବିଚିତ୍ର ପିଲାଙ୍କୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ କହିବା ମୁତାବକ ମା ଓ ପିଲା ଦୁଇଜଣ ଯାକ ସମ୍ପୁର୍ଣ୍ଣ ଭାବେ ଠିକ୍ ଅଛନ୍ତି। କିନ୍ତୁ ପିଲାଟିର ବାପା ମା ପିଲାଟିର ଅସ୍ତ୍ରପ୍ରଚାର କରିବା

ପାଇଁ ଚାହିଁଥିଲେ। କିନ୍ତୁ ଆର୍ଥିକ ପରିସ୍ଥିତି ଠିକ୍ ନଥିବା କାରଣରୁ ଅସ୍ତ୍ରପ୍ରଚାର କରାଯାଇ ନାହିଁ।ଡାକ୍ତର ଏକଥା ମଧ୍ୟ କହିଛନ୍ତି କି ପିଲାଟି ଶାରୀରିକ ସ୍ତରରେ ଟିକେ ଭିନ୍ନକ୍ଷମ ଅଟେ ଏବଂ ଅସାଧାରଣ ଅଟେ। ଡାକ୍ତର ଏହା ମଧ୍ୟ କହିଛନ୍ତି କି ଏହାକୁ ବିଚିତ୍ର ଛୁଆ କହିବା ଉଚିତ ନୁହେଁ। ଏମିତି ଦେଖିବାକୁ ଗଲେ ଭଗବାନଙ୍କ ସୃଷ୍ଟିର ସବୁ କିଛି ବିଚିତ୍ର ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।