viral news -ନିଜ ମୁଁହରେ ଅକ୍ସିଜେନ୍ ଦେଇ ନବଜାତ ଶିଶୁକୁ ମୃତ୍ୟୁମୁଖରୁ ଫେରାଇ ଆଣିଲେ ଡାକ୍ତର,ଯାହାକୁ 5o milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!
କୁହାଯାଇଥାଏ କି ଭଗବାନଙ୍କ ପରେ ଆମ ସମାଜରେ ଦ୍ଵିତୀୟ ଭଗବାନ ହେଉଛନ୍ତି ଡାକ୍ତର। ଭଗବାନ ଜନ୍ମ ସହିତ ଦେଇଥାନ୍ତି ଜୀବନ କିନ୍ତୁ ଡାକ୍ତର ମୃତ୍ୟୁ ମୁଖରୁ ଫେରାଇ ଆଣିଥାନ୍ତି ଜୀବନ। ଯାହାର ନିଚ୍ଛକ ଉଦାହରଣ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି।ତେବେ ବର୍ତ୍ତମାନ ସମୟରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖି ସିଧାସଳଖ ଜଣା ପଡ଼ି ଯାଉଛି ଯେ ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପରେ ଆଉ ଜଣେ ଭଗବାନ। ଭିଡିଓଟି ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓ ରେ ଦେଖିବାକୁ ମିଳୁଛି ଜଣେ ମହିଳା ଡାକ୍ତର ଜଣେ ନବଜାତ ଶିଶୁକୁ ନିଜ ମୁଁହରେ ଅକ୍ସିଜେନ୍ ଦେଉଛନ୍ତି।୭ ମିନିଟ ପର୍ଯ୍ୟନ୍ତ ଏହି ନବଜାତ ଶିଶୁକୁ ଅକ୍ସାଜେନ୍ ଦେଇ ଏହି ନବଜାତ ଶିଶୁକୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି ଏହି ମହିଳା ଡାକ୍ତର। ମହିଳା ଡାକ୍ତର ଜଣକ ପାଟି ପଟେ ନବଜାତ ଶିଶୁକୁ ଦେଲେ ନିଃଶ୍ୱାସ। ଏହା ପରେ କୁନି ପିଲାଟି ପାଇଲା ନୂଆଁ ଜୀବନ।
ସୂଚନା ଅନୁଯାୟୀ ଏହି ଡାକ୍ତର ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ଆଗ୍ରା ସହରର। ମହିଳା ଡାକ୍ତରଙ୍କ ନା ହେଉଛି ସୁରେଖା। ତେବେ ବର୍ତ୍ତମାନ ସମୟରେ ସବୁଆଡେ ଏହି ମହିଳା ଡାକ୍ତର ସୁରେଖାଙ୍କ ଚର୍ଚ୍ଚା। କାରଣ ସୁରେଖା ୭ ମିନିଟରେ ଜଣେ ନବଜାତ ଶିଶୁର ମୃତ୍ୟୁ ପାଖରୁ ଫେରାଇ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି। ନବଜାତ ଶିଶୁକୁ ଦେଇଛନ୍ତି ନୂଆଁ ଜୀବନ।୭ ମିନିଟ ପର୍ଯ୍ୟନ୍ତ ନିଜ ମୁଁହରେ ନବଜାତ ଶିଶୁକୁ ଅକ୍ସିଜେନ ଦେଇଛନ୍ତି ସୁରେଖା। ନୂଆ ଏକ ଜୀବନ ପାଇ ହସୁଛି ନବଜାତ ଜୀବନ।
ଉତ୍ତର ପ୍ରଦେଶର ଆଗ୍ରା ସହରର ଏମାଦପୁର ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି ଏପରି ଏକ ନିଆରା ଘଟଣା। ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ଖୁସକୁ ନାମକ ଜଣେ ମହିଳା ଏହି ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମ ହେବା ପରେ ନବଜାତ ଶିଶୁକୁ ନିଃଶ୍ୱାସ ନେବାରେ ଅସୁବିଧା ଦେଖା ଯାଇଥିଲା। ତେଣୁ ଡାକ୍ତର ସୁରେଖା ତାଙ୍କୁ ଅକ୍ସିଜେନ ଦେଇଥିଲେ। ସେଥିରେ ମଧ୍ୟ ଶିଶୁର ସ୍ବାସ୍ଥ୍ୟ ଅବସ୍ଥାରେ କିଛି ସୁଧାର ଆସିନଥିଲା। ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଆହୁରି ଗୁରୁତର ହେବାରେ ଲାଗିଲା।
ତେବେ ନବଜାତ ଶିଶୁର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାର ଦେଖି ଶେଷରେ ଅକ୍ସିଜେନ୍ ମାସ୍କକୁ ହଟାଇ ସୁରେଖା ନିଜ ପାଟିକୁ ନବଜାତ ଶିଶୁର ପାଟିରେ ଲଗାଇ ପବନ ଛାଡ଼ିଲେ। ପିଠିକୁ ଘଷି ଚିକିତ୍ସା କଲେ। ଏସବୁକୁ ଦେଖିବା ପରେ ଆଖପାଖରେ ରହିଥିବା ଲୋକ ମାନେ ଡାକ୍ତର ସୁରେଖାଙ୍କୁ ଚାତକ ପରି ଅନେଇ ରହିଥିଲେ।
ଶେଷରେ ଡାକ୍ତର ସୁରେଖା ନବଜାତ ଶିଶୁର ଜୀବନ ବଞ୍ଚାଇବାର ଚେଷ୍ଟା ସଫଳ ହୋଇଥିଲା। ଏହି ନିଆରା ଦୃଶ୍ୟର ୫୦ ସେକେଣ୍ଡର ଭିଡିଓ ଏବ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏବଂ ଡାକ୍ତର ସୁରେଖାଙ୍କ ଏଭଳି ମହାନତାକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ଡାକ୍ତର ହେଉଛନ୍ତି ଭଗବାନଙ୍କ ରୂପରେ ଆଉ ଜଣେ ଭଗବାନ ତା ପ୍ରମାଣ କରି ଦେଖାଇଛନ୍ତି ସୁରେଖା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।