viral news -ହେ ଭଗବାନ ପୁଣି ଲଜ୍ଜ୍ୟା,ଦିନ ଦିପହରେ ପୁରୀ ଜିଲ୍ଲାରେ ୫ ବର୍ଷର ଶିଶୁକନ୍ୟାକୁ ଛାତଉପରକୁ ଟେକିନେଇ ଦୁଷ୍କର୍ମ,ସମ୍ପୂର୍ଣ ଘଟଣାଟି ଜାଣିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ !
ଭାରତରେ ବଳତ୍କାରର ଅନ୍ୟ ଏକ କୁତ୍ସିତ ଓ କଦାକାର ରୂପ ହେଉଛି ନାବାଳିକା ବଳାତ୍କାର। ଯାହାକି ସମାଜ ପାଇଁ ଏକ ଲଜ୍ଜ୍ୟା ଜନକ ଘଟଣା। ପୁରୀ ଟାଉନ ଥାନା ଅଞ୍ଚଳରେ ଏପରି ଲଜ୍ଜ୍ୟା ବୋଧ ପରିସ୍ଥିତି ଦେଖିବାକୁ ମିଳିଛି। ଏମିତି ଏକ ଲଜ୍ଜ୍ୟାଜନକ ଘଟଣା ଜଗନ୍ନାଥ ଧାମ ପୁରୀ ଜିଲ୍ଲାରେ ଦେଖିବାକୁ ମିଳିଛି।
ସୂଚନା ମୁତାବକ ପୁରୀ ଟାଉନ୍ ଥାନା ଅଞ୍ଚଳରେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପରିବାର ଲୋକେ। ୫ ବର୍ଷର ଶିଶୁକନ୍ୟାକୁ ଅଭିଯୁକ୍ତ ଛାତ ଉପରକୁ ଟେକିନେଇ ଦୁଷ୍କର୍ମ କରିଥିବାର ଜଣାପଡିଛି। ପ୍ରଥମେ ଶିଶୁକନ୍ୟାକୁ ପୁରୀ ଜିଲ୍ଲାର ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ପରେ ଶିଶୁକନ୍ୟାକୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲରେ ସ୍ଥାନାନ୍ତରିତ କରା ଯାଇଥିବାର ସୂଚନା ମିଳିଛି। ପୋଲିସଙ୍କ ସୂଚନା ଅନୁସାରେ ଶିଶୁକନ୍ୟାର ଶରୀର ଏବେ ସୁସ୍ଥ ଥିବାର ଜଣା ପଡ଼ିଛି।
ଅଭିଯୁକ୍ତ ଜଣକ ଘର ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ,ସେ ପୁରୀ ଜିଲ୍ଲାର ଏକ ଭଡ଼ା ଘରେରହୁଥିଲେ। ଶିଶୁ କନ୍ୟା ମଧ୍ୟ ତାଙ୍କ ପରିବାରସହ ସେହି ଆପାର୍ଟମେଣ୍ଟର ଭଡ଼ାନେଇ ରହୁଥିଲେ।ଗତକାଲି ପ୍ରାୟ ୧୧ଟା ସମୟରେ ସେ ଭଡ଼ା ସ୍ଥାନକୁ ଆସିଥିବା ବେଳେ ସେଠାରେ ନାବାଳିକା ଜଣକ ଏକୁଟିଆ ଖେଳୁଥିବା ଦେଖିବାକୁ ପାଇଥିଲେ।
ଏହାପରେ ନାବାଳିକାକୁ ଛାତକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଚିତ୍କାର କରିବାରୁ ତାଙ୍କ ମା’ ଛାତକୁ ଯାଇଥିଲେ। ଏହା ଦେଖି ଘଟଣାସ୍ଥଳରୁ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ।
ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇ ଏକ ମାମଲା ରୁଜ୍ଜୁ କରିଛି।ଖବର ପାଇ ପୋଲିସ ତୁରନ୍ତ ପୁରୀ ମେଡିକାଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲା। ପୋଲିସଙ୍କ କହିବା ଅନୁସାରେ ଶିଶୁ କନ୍ୟା ଜଣକ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିବା ସହ ସେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ଅଭିଯୁକ୍ତକୁ ଧରିବାକୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିଛି ଏବଂ ଏଥିସହ ୫ଟି ଟିମ୍ ଗଠନ କରାଯାଇଛି।
ଅଭିଯୁକ୍ତଙ୍କର ନିଜ ଘର ଜଗତସିଂହପୁର ଠାରେ ହୋଇଥିବା ବେଳେ ଗୋଟିଏ ଟିମ୍ ସେଠାକୁ ଯାଇ ତନାଘନା ଆରମ୍ଭ କରିଛନ୍ତି। ଏବଂ ଚନ୍ଦନପୁରରେ ତାଙ୍କର ୫ ଭଉଣୀ ବିଭିନ୍ନ ସ୍ଥାନରେ ବିବାହ କରି ଥିବାରୁ ସେଠାକୁ ମଧ୍ୟ ଗୋଟିଏ ଟିମ୍ ପଠା ଯାଇ ତଦନ୍ତ ଜାରି ରଖାଯାଇଛି। ଓ ଗୋପ ଅଞ୍ଚଳରେ ଗୋଟିଏ ଟିମ୍ ତଲାସୀ କରୁଛି।
ଏହା ବ୍ୟତୀତ ପୁରୀ ଟାଉନ ଥାନା ଅଞ୍ଚଳରେ ମଧ୍ୟ ଦୁଇଟି ଟିମ୍ ଯାଞ୍ଚ କରୁଛି। କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇ ନାହାନ୍ତି। ଅଭିଯୁକ୍ତ ଜଣକ ଜଣେ ଗାଡ଼ି ଡ୍ରାଇଭର ବୋଲି ଜଣା ପଡିଛି।ଅଭିଯୁକ୍ତ ଜଣକ ଏବେ ମଧ୍ୟ ଫେରାର ଅଛନ୍ତି ବୋଲି ଜଣା ପଡ଼ିଛି। ଏଥି ସହିତ ପୋଲିସ ତାର ତଲାସି ଜାରୀ ରଖିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।