viral news-ଗ୍ଲମର ଦୁନିଆଁ ରୁ ରାଜନୀତି ଦୁନିଆଁ ରେ ପାଦଦେଲେ ସୁନ୍ଦରୀ କନ୍ୟା…..ସରପଞ୍ଚ ପ୍ରାଥୀ ରେ ନିର୍ବାଚନ ଲଢେଇ କରୁଛନ୍ତି ମଡେଲର ପ୍ରିୟଙ୍କା….. ତେବେ ତାଙ୍କର ଉଦେଶ୍ୟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ……

ବନ୍ଧୁଗଣ ଆପଣ ମାନେ ଲକ୍ଷ କରୁଥିବେ କି ରାଜନୀତି ରେ ଶିକ୍ଷିତ ଲୋକ ବହୁତ କମ ରହିଥାନ୍ତି କାରଣ ସମସ୍ତ ଙ୍କର ଲକ୍ଷ ଥାଏ ପାଠ ପଢି ଭଲ ଚାକିରୀ ଟିଏ କରିବା ଆଉ ନିଜ ପରିବାର ଓ ନିଜେ ଭଲରେ ରହିବ ।କିନ୍ତୁ ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ କି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ନିଜ ଗ୍ରାମ ଓ ରାଜ୍ୟ ର ଉନ୍ନତି ପାଇଁ ନିର୍ବାଚନ ରେ ଲଢେଇ କରିଥାନ୍ତି ଏବଂ ନିଜକୁ ଲୋକମାନ ଙ୍କର ପାଇଁ ସମର୍ପିତ କରିଥାନ୍ତି।

ତେବେ ଆଜି ଆମେ ଆପଣ ଙ୍କୁ ଏହିଭଳି ଜଣେ ଯୁବତୀ ଙ୍କ ବିଷୟରେ ଜଣେଇବାକୁ ଯାଉଛୁ,ଯିଏକି ଲୋକଙ୍କ ସେବା କରିବା ଲାଗି ଗ୍ଲୋମର ଦୁନିଆଁ କୁ ଛାଡି ନିର୍ବାଚନ ରେ ଲଢେଇ କରୁଛନ୍ତି।ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲ୍ଲାର ପ୍ରିୟଙ୍କା ନନ୍ଦ ନାମକ ଜଣେ ଯୁବତୀ ଚଳିତ ବର୍ଷ ଗ୍ରାମ ପଞ୍ଚାୟତ ନିର୍ବାଚନ ରେ ସରପଞ୍ଚ ପ୍ରାଥୀ ଭାବରେ ନିଜ ଅଞ୍ଚଳ ରେ ଛିଡା ହୋଇଛନ୍ତି।

ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପ୍ରିୟଙ୍କା ଜଣେ ସୁନାମଧନ୍ୟ ମଡେଲ ଅଟନ୍ତି, ସେ ପ୍ରାୟ ଅନେକ ଏଜେନ୍ସି ଓ କମ୍ପାନୀ ରେ ମଡେଲର ଭାବରେ କାର୍ଯ୍ୟ କରନ୍ତି। ଖାଲି ଏତିକି ନୁହେଁ ବରଂ ସେ ଏକ ବିୟୁଟି ସୋ ର ବିଜେତା ମଧ୍ୟ। ଆଉ ସେ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ଅଟନ୍ତି ଯିଏକି ନିଜର ପାଠ ପଢା ବାହାରେ ଶେଷ କରିଛନ୍ତି।

ମାତ୍ର ସେ ଜଣେ ଶିକ୍ଷିତ ଏବଂ ମଡେଲ ହୋଇଥିଲେ ମଧ୍ୟ ତାଙ୍କର ନିଜ ଗ୍ରାମ ପ୍ରତି ଥିବା ଭଲପାଇବା ବହୁତ ଅଧିକ। ତେଣୁ ସେ ନିଜ ଗ୍ରାମ ତଥା ପଞ୍ଚାୟତ ର ଉନ୍ନତି ପାଇଁ ନିଜର ଗ୍ଲମର ଦୁନିଆଁ ଛାଡି ରାଜନୀତି ରେ ଭାଗ ନେଇଛନ୍ତି। ଆଉ ଗାଁ ଗାଁ ବୁଲି ଲୋକ ଙ୍କୁ ବୁଝାଉଛନ୍ତି ତାଙ୍କୁ ଭୋଟ ଦେଇ ଜିତେଇ ଦେବାକୁ।

ତେବେ ପ୍ରିୟଙ୍କା କହିଛନ୍ତି ଯେ ମୁଁ ବାହାରେ ପାଠ ପଢ଼ିଛି ଆଉ ସରକାର ଙ୍କର ସମସ୍ତ ସୁବିଧା ସୁଯୋଗ ବିଷୟରେ ମଧ୍ୟ ଜାଣିଛି।କିନ୍ତୁ ମୁଁ ଚଂହୁଛି ମୋ ଗ୍ରାମରେ ଲୋକ ମାନେ ସେହି ସବୁ ସୁବିଧା ସୁଯୋଗ ର ଅଧିକାରୀ ହୁଅନ୍ତୁ ବୋଲି।

ତେବେ ସେ ଆହୁରି ମଧ୍ୟ କହିଛନ୍ତି କି ମୋତେ ଥରେ ସୁଯୋଗ ଦିଅନ୍ତୁ ମୁଁ ନିଶ୍ଚିତ ଭାବରେ ଧୀରେ ଧୀରେ ମୋ ପଞ୍ଚାୟତ ତଥା ଗ୍ରାମ ର ଉନ୍ନତି ନିଶ୍ଚିତ ଭାବରେ କରେଇ ଦେଖାଇବି। ତେବେ ଲୋକମାନେ ମଧ୍ୟ ତାଙ୍କୁ ସମର୍ଥନ କରୁଥିବା ର ଦେଖା ଯାଇଛନ୍ତି।

ତେବେ ଗ୍ରାମ ଲୋକେ କହିଛନ୍ତି କି ସେ ଜଣେ ଉଚ୍ଚ ଶିକ୍ଷିତ ଯୁବତୀ ଅଟେ ,ଆମର ବିଶ୍ୱାସ ରହିଛି କି ସେ ନିର୍ବାଚନ ରେ ଜିତିଳେ ନିଶ୍ଚିତ ଭାବରେ ଆମର ଉନ୍ନତି କରିବ। ତେଣୁ ଆମେ ଆମର ସରପଞ୍ଚ ପାର୍ଥି ଭାବରେ ପ୍ରିୟଙ୍କା ଙ୍କୁ ନିଶ୍ଚିତ ଜିତେଇବୁ। ତେବେ ପ୍ରିୟଙ୍କା ଙ୍କର ଏହି ପ୍ରୟାସ କୁ ଲୋକମାନେ ଖୁବ ପ୍ରଶଂସା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।