viral news-ଏକାଠି ରହିବା ପାଇଁ ଯାଉଛନ୍ତି ସୁମିତ ଓ ତପସ୍ଵିନୀ, ଏନେଇ ସୁମିତ ନିଜେ ହାଇକୋର୍ଟରୁ ଅନୁମତି ଆଣିଛନ୍ତି,ଜଣାନ୍ତୁ ସମ୍ପୂର୍ଣ ଘଟଣା !

ଏକାଠି ରହିବେ ସୁମିତ ଓ ତପସ୍ଵିନୀ। ସୁମିତ ନିଜ ପକ୍ଷରୁ ଚାହୁଁଛନ୍ତି ତପସ୍ଵିନୀଙ୍କ ସହିତ ଏକାଠି ରହିବା ପାଇଁ।ସୁମିତ ନିଜଆଡୁ ହାଇକୋର୍ଟରେ ଅପିଲ କରିଥିଲେ କି ସେ ତପସ୍ଵିନୀଙ୍କ ସହିତ ଏକାଠି ରହିବା ପାଇଁ ଚାହୁଁଛନ୍ତି। ବହୁ ଚର୍ଚ୍ଚିତ ସୁମିତ ଓ ତପସ୍ଵିନୀଙ୍କ ମାମଲାରେ ପୁଣି ଥରେ ଆସିଛି ଏକ ନୂଆ ଟ୍ୱିଷ୍ଟ। ପୁଣି ଆସିଲା ହାଇକୋର୍ଟଙ୍କ ଏକ ଗୁରୁତ୍ବପୂର୍ଣ୍ଣ ରାୟ। ଗୋଟିଏ ମାସ ଭିତରେ ଆସ୍କାରେ ଘର ଭଡ଼ା ନେଇ ରହିବେ ସୁମିତ ସାହୁ ଓ ତପସ୍ଵିନୀ ଦାସ।୧୭ ହଜାର ନୁହେଁ ୧୦ ହଜାର ଦେବା ପାଇଁ ପୁଣି ଥରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖୁବ୍ ଶୀଘ୍ର ମିଶିବାକୁ ଯାଉଛନ୍ତି ତପସ୍ଵିନୀ ଦାସ ଓ ସୁମିତ ସାହୁ। ଦୀର୍ଘ ୫ ମାସର ବିବାଦ ପରେ ମିଶିବାକୁ ଯାଉଛି ଅଲଗା ହୋଇ ଯାଇଥିବା ଦୁଇଟି ହୃଦୟ। ଡକ୍ଟର ସୁମିତ ସାହୁ ଓ ତପସ୍ଵିନୀ ପ୍ରେମ ବିବାହ କହିଥିଲେ। କିନ୍ତୁ ବିବାହ ପରେ ଆସିଥିଲା ସମ୍ପର୍କରେ ତିକ୍ତତା।

 ଦୂରେଇ ଯାଇଥିଲେ ପରସ୍ପର ଠାରୁ। ଯାହାକୁ ମାନି ପାରିନଥିଲେ ତପସ୍ଵିନୀ। ସ୍ବାମୀ ସୁମିତଙ୍କ ଘର ଆଗରେ ଧାରଣାରେ ଦେଇଥିଲେ। ସୁମିତ ସାହୁ ଓ ତପସ୍ଵିନୀଙ୍କ ଘୋରୋଇ ବିବାଦ କେବଳ ଘରେ ସୀମିତ ନଥିଲା ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଇଥିଲା।

ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ପୁଣି ମିଶିବାକୁ ଯାଉଛନ୍ତି ତପସ୍ଵିନୀ ଦାସ ଓ ସୁମିତ ସାହୁ। ତପସ୍ଵିନୀଙ୍କ ପ୍ରେମକୁ ମନେ ପକାଇଛନ୍ତି ସୁମିତ, ତପସ୍ଵିନୀଙ୍କ ବିନା ସୁମିତ ମଧ୍ୟ ଏକା ଏକା ଦିନ କାଟୁଛନ୍ତି। ତେଣୁ ସୁମିତ ଡିସାଇଡ କରିଛନ୍ତି ଆସ୍କାରେ ଘରଭଡ଼ା ନେଇ ରହିବେ।

ଯେହେତୁ ସୁମିତ ଆସ୍କାରେ ଚାକିରୀ କରୁଛନ୍ତି ତେଣୁ ସେ ତପସ୍ଵିନୀଙ୍କୁ ନେଇ ଆସ୍କାରେ ଘର ଭଡ଼ା ନେଇ ରହିବେ ବୋଲି ମାନ୍ୟବର ହଇକୋର୍ଟଙ୍କ ଠାରୁ ଅନୁମତି ଆଣିଥିଲେ। ତେଣୁ ତପସ୍ଵିନୀ ନିଜ ଘରୁ ଯାଇ ସୁମିତଙ୍କ ସହ ଆସ୍କାରେ ରହିବେ। ଦୁହେଁ ମିଶି ଗୋଟିଏ ରୁମରେ ରହିବେ।

ଏ ନେଇ ତପସ୍ଵିନୀ ବହୁତ ଖୁସି ଅଛନ୍ତି।୫ ମାସର ଲୁହକୁ ଛାତିରେ ଚାପି ରଖି ଦିନ କାଟୁଥିଲେ ତପସ୍ଵିନୀ।ତେବେ ଗୋଟିଏ ଘରେ ରହିବା ନିଷ୍ପତି ତପସ୍ଵିନୀଙ୍କ ମନରେ ଆଶା ବାନ୍ଧି ଦେଇଛି। ତପସ୍ଵିନୀ ଆଗରୁ ମଧ୍ୟ କହିଥିଲେ ଟଙ୍କା ପଇସାର ତାଙ୍କର କୌଣସି ଲେନଦେନ୍ ନାହିଁ। ତାଙ୍କର ତାଙ୍କ ସ୍ଵାମୀଙ୍କ ଭଲପାଇବା ଦରକାର।

ସେ ଚାହୁଁ ଥିଲେ ତାଙ୍କ ସ୍ଵାମୀ ଯେଉଁଠାରେ ରହିବେ ସେ ମଧ୍ୟ ସେହିଠାରେ ରହିବେ। ଯାହା ଏବେ ସତ୍ ହେବାକୁ ଯାଉଛି। ସୁମିତ ଓ ତପସ୍ଵିନୀ ଗୋଟାଏ ଘରେ ରହିଲେ ପରସ୍ପର ସହ ଆପୋଷ ବୁଝାମଣା କରି ହୁଏତ ଏହାର କିଛି ସମାଧାନ କରିପାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି।

କଥାରେ ଅଛି ପ୍ରେମ ଶ୍ୱାଶତ, ଚିରନ୍ତନ ଏବଂ ଏକ ପବିତ୍ର ସମ୍ପର୍କ। ଯଦି ପ୍ରେମ ରେ କିଛିବି ଛଳନା ନଥାଏ ତେବେ ସେ ପ୍ରେମ ନିଶ୍ଚୟ ମିଳିଥାଏ। ତେବେ ଦେଖିବାକୁ ବାକି ରହିଲା ସୁମିତ ଓ ତପସ୍ଵିନୀଙ୍କ ପ୍ରେମର ସତ କେତେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।