viral news -ଦିବ୍ୟାଙ୍ଗ ଭାଇର ସାହାରା ପାଲଟିଛି ଆଉ ଜଣେ ଭାଇ,ଦିବ୍ୟାଙ୍ଗ ଭାଇକୁ କାନ୍ଧରେ ଧରି କାଳିଆ ସାଆନ୍ତଙ୍କ ଦର୍ଶନ କରାଇଲେ ଭାଇଏମିତିକା ଭାଇ ଭାଗ୍ୟରେ ଥିଲେ ମିଳେ ଏବଂ ଅନ୍ୟ ମାନଙ୍କୁ ସେୟାର କରି ସମସ୍ତଙ୍କୁ ଜାଣନ୍ତୁ।
ଆମ ଦେଶ ଭାରତରେ ଭାଇ ଭାଇର ସମ୍ପର୍କରେ ଏକ ବିଶେଷତ୍ଵ ରହିଛି। ଭାଇ ଭାଇର ସମ୍ପର୍କର ଗଭୀରତା ଭାରତରେ ବହୁତ ଦେଖିବାକୁ ମିଳିଥାଏ କଥାରେ ଅଛି, ”କଳି ଯଦି କରି ବସିବ ସଙ୍ଗେ ଥିବ ଭାଇ।“ ପ୍ରକୃତରେ ଦେଖିବାକୁ ଗଲେ ଭାଇ ଭାଇର ସମ୍ପର୍କ ରକ୍ତର ଗଭୀରତମ ସମ୍ପର୍କ। ଜଣେ ଭାଇ ଯଦି ବିପଦରେ ପଡିଥାଏ ଅନ୍ୟ ଜଣେ ଭାଇ କିଛି ନଭାବି ତାକୁ ସହାୟ ହୋଇଥାଏ।
ଗୋଟିଏ ମା’ ପେଟରୁ ଜନ୍ମ ହୋଇ ଏମାନେ ସମ୍ପର୍କର ସୂତା ବାନ୍ଧି ହୋଇଯାଆନ୍ତି। ପିଲାଦିନର ଖେଳ କୁଦ ଠାରୁ ଆରମ୍ଭ କରି, ପରସ୍ପର ଭିତରେ କଳି ଝଗଡା ରାଗ ଋଷା କିଛି ସମୟ ପରେ ପୁଣି ପରସ୍ପର ମଧ୍ୟରେ କୋଳାକୋଳି ହେବା ସ୍ନେହ, ପ୍ରେମ ଭାଇ ଭାଇ ମଧ୍ୟରେ ଥିବା ଗଭୀର ସମ୍ପର୍କ ଯାହା ଖୁବ ମଜବୁତ ହୋଇଥାଏ।
କୁହନ୍ତି ଯଦି ଭାଇ ଭାଇ ମିଶିକି ରୁହନ୍ତି ତେବେ ଏମାନଙ୍କ ପାଖକୁ ଶତ୍ରୁ ଯିବା ପାଇଁ ମଧ୍ୟ ଡରିଥାଏ। କାହିଁକି ନା ‘ଏକତା ହିଁ ବଳ’।କିନ୍ତୁ ସମୟ କ୍ରମେ ରକ୍ତ ସମ୍ପର୍କରେ ବନ୍ଧା ଭାରତୀୟ ପରିବାରଗୁଡିକ ଭିତରେ ଦିନକୁ ଦିନ ହିଂସା, ଈର୍ଷା ପରାୟଣ ହୋଇ ଉଠୁଛି।ଯାହା ସ୍ନେହ ପ୍ରେମ ଭଲପାଇବାର ସମ୍ପର୍କର ଦୁଇଭାଗ କରି ଦଉଛି।
କିନ୍ତୁ ଏହି ସମୟରେ ଜଣେ ଦିବ୍ୟାଙ୍ଗ ଭାଇ ପ୍ରତି ଆଉ ଜଣେ ଭାଇର କର୍ତ୍ତବ୍ୟ ସବୁ ଭାଇମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି। ଜଣେ ଦିବ୍ୟାଙ୍ଗ ଭାଇକୁ କାନ୍ଧରେ ପକାଇ ଜଗା ଦର୍ଶନ ପାଇଁ ବାହାରିଛନ୍ତି ଆଉ ଜଣେ ଭାଇ। ଯାହା ଦୁଇ ଭାଇଙ୍କ ଭିତରେ ରହିଥିବା ଗଭୀର ସମ୍ପର୍କକୁ ଦର୍ଶାଉଛି।
ଦିବ୍ୟାଙ୍ଗ ଭାଇର ସାହାରା ପାଲଟିଛି ଆଉ ଜଣେ ଭାଇ। ତେବେ ଏଭଳି ଏକ ଅନବଳି ଭାତୃତ୍ଵଭାବ ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ଭାଇ ତାର ଦିବ୍ୟାଙ୍ଗ ଭାଇକୁ କାନ୍ଧରେ ବସାଇ ପୁରୀ ବଡ଼ଦାଣ୍ଡରେ ଜଗନ୍ନାଥ ଦର୍ଶନରେ ଯାଉଥିଲେ।
ଏଭଳି ଗୋଟେ ଭାଇ କାନ୍ଧରେ ଆଉ ଜଣେ ଭାଇ ଯାଉଥିବାର ଦୃଶ୍ୟ ଦେଖି ପୁରୀ ବଡ଼ଦାଣ୍ଡରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଭାବବହୁଳ ହୋଇ ପଡ଼ିଥଲେ।ସେ ସମୟରେ ଦୁଇ ଭାଇଙ୍କ ଭିତରେ ରହିଥିବା ଗଭୀର ଭଲପାଇବା ବାରି ହୋଇ ପଡୁଥିଲା। ଏହା ସହିତ ଉପସ୍ଥିତ ଥିବା ବ୍ୟକ୍ତିମାନେ ଦୁଇ ଭାଇଙ୍କ ଭାତୃତ୍ବଭାବକୁ ଖୁବ ପ୍ରଶଂସା କରିଥିଲେ।
ଆଉ କିଛି ଲୋକ ମାନେ ଏହାକୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀଳା ବୋଲି ବିବେଚନା କରୁଥିଲେ। ଯାହା ଦୁଇ ଭାଇଙ୍କୁ ଜଗା ଦର୍ଶନ ପାଇଁ ଟାଣି ଆଣିଛି। ଚାଲିବାକୁ ସକ୍ଷମ ନାହିଁ ହେଲେ ଧାଇଁ ଆସିଛନ୍ତି କାଳିଆ ସାଆନ୍ତଙ୍କୁ ଟିକେ ଦେଖିବା ପାଇଁ।
ଜଣେ ଜଣକୁ ପିଠିରେ ବହିନେଇ ଆସିବା ଦୃଶ୍ୟ କାଳିଆ ସାଆନ୍ତଙ୍କ ପାଇଁ ରହିଥିବା ଭକ୍ତି ଓ ଭାବର ପ୍ରତୀକ ବୋଲି କୁହାଯାଉଛି।ତେବେ ଦିବ୍ୟାଙ୍ଗ ଭାଇ ଜଣକୁ ଇଞ୍ଚୁଡ଼ିକାଠରୁ ପୁରୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ କାନ୍ଧରେ ବୋହି ଆଣିଥିଲେ ତାଙ୍କ ଭାଇ। ଯାହା ସର୍ବସାଧାରଣଙ୍କ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟି ଯାଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।