viral news-ଧୋନୀଙ୍କ ସହ ଆଇପିଏଲ ଖେଳିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ସେନାପତି ,20ଲକ୍ଷ ଟଙ୍କାରେ କିଣିଲା ଚେନ୍ନାଇ ସୁପରକିଙ୍ଗସ, ଜାଣନ୍ତୁ ସମ୍ପୂର୍ଣ ଘଟଣା!

ଚଳିତ ବର୍ଷର ଆଇପିଏଲରେ ଦେଖିବାକୁ ମିଳିବ ଓଡିଆ ଖେଳାଳିଙ୍କ କମାଲ । ଚମକିବେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି। ଚଳିତବର୍ଷ ହେବାକୁ ଥିବା ଆଇପିଏଲ ନିଲାମୀରେ ସାମିଲ ହୋଇଛନ୍ତି ଏହି ଓଡ଼ିଆ ଖେଳାଳି ଜଣକ। ତୃତୀୟ ଓଡ଼ିଆ ଭାବେ ଆଇପିଏଲ୍ ଖେଳିବାକୁ ଯାଉଛନ୍ତି। ଯାହାକୁ ନେଇ ବେଶ୍ ଖୁସି ଅଛନ୍ତି ଶୁଭ୍ରାଂଶୁ।

ଓଡ଼ିଶା ରଣଜୀ ଦଳର ଅଧିନାୟକ ଥିଲେ ଶୁଭ୍ରାଶୁଂ ସେନାପତି । ପୂର୍ବରୁ ଶୁଭ୍ରାଂଶୁ ଚେନ୍ନାଇ ସୁପର କିଙ୍ଗ ପାଇଁ ଟ୍ରାଏଲ ଦେଇଥିବା ବେଳେ ରବିବାର ଶୁଭ୍ରାଶୁଂକୁ ଚୟନ କରିଛି ଚେନ୍ନାଇ । ତାଙ୍କର ବେସ ପ୍ରାଇସ ୨୦ ଲକ୍ଷ ଟଙ୍କା ରହିଥିବା ବେଳେ ଏକମାତ୍ର ଟିମ ଭାବରେ ଚେନ୍ନାଇ ଶୁଭ୍ରାଶୁଂଙ୍କ ପାଇଁ ବିଡ୍ କରିଥିଲା । ଫଳରେ ନିଜର ବେସ ପ୍ରାଇସରେ ବିକ୍ରି ହୋଇଥିଲେ ଶୁଭ୍ରାଶୁଂ ।

କେବଳ ଶୁଭ୍ରାଂଶୁ ସେନାପତି ନୁହଁନ୍ତି ପୂର୍ବରୁ ବିପ୍ଲବ ସାମନ୍ତରାୟ ଓ ହଳଧର ଦାସ ମଧ୍ୟ ଆଇପିଏଲ ଖେଳିବାର ସୁଯୋଗ ପାଇ ପାରିଛନ୍ତି। ତେବେ ଏଥର ଆଇପିଏଲ ମହାସମରରେ ତୃତୀୟ ଓଡ଼ିଆ ପୁଅ ଭାବେ ଶୁଭ୍ରାଂଶୁ ସେନାପତି ସାମିଲ ହୋଇଛନ୍ତି।ଚଳିତ ସିଜିନରେ ଶୁଭ୍ରାଂଶୁ ୭ଟି ମ୍ୟାଚରୁ ମାତ୍ର ୨୭୫ ରନ ସଂଗ୍ରହ କରିଛନ୍ତି । ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଶତକ ହାସଲ କରିଥିବା ଶୁଭ୍ରାଂଶୁ ଓ ହିମାଚଳ ପ୍ରଦେଶ ବିପକ୍ଷରେ ଅର୍ଦ୍ଧ ଶତକ ହାସଲ କରିଥିଲେ ।

ତେବେ ଏହି ୨୪ ବର୍ଷୀୟ ଶୁଭ୍ରାଂସୁ ଏହା ପୂର୍ବରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ଖୁବ ସୁନ୍ଦର ଭାବେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ପାରିଥିଲେ । ୫ଟି ମ୍ୟାଚରୁ ୨୭.୬୦ର ଆଭରେଜ ଓ ୧୧୭ର ଷ୍ଟ୍ରାଇକ ରେଟ ସହିତ ସେ ୧୩୮ ରନ କରିଥିଲେ ।

୨୦୧୭ ମସିହାରେ ଶୁଭ୍ରାଂଶୁ ପ୍ରଥମ ଥର ପାଇଁ ଟି-୨୦ ମ୍ୟାଚରେ ସାମିଲ ହୋଇଥିଲେ। ୨୦୧୭ରେ ନିଜର ଟି-୨୦ ପଦାର୍ପଣ କରିଥିବା ଶୁଭ୍ରାଂସୁ ୨୬ଟି ଟି-୨୦ ମୁକାବିଲା ଖେଳି ସାରିଛନ୍ତି। ଏହି ମୁକାବିଲାରେ ୨୮.୯୫ର ଆଭରେଜ ସହିତ ୬୩୭ ରନ ସଂଗ୍ରହ କରି ପାରିଥିଲେ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି । ଏହି ସମୟ ମଧ୍ୟରେ ଶୁଭ୍ରାଂସୁ ୬୩୭ ରନ ମଧ୍ୟ ସଂଗ୍ରହ କରିଛନ୍ତି ।ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଶୁଭ୍ରାଂଶୁ ଓଡ଼ିଶା ପକ୍ଷରୁ ସର୍ବମୋଟ ୩୪ଟି ପ୍ରଥମ ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚରୁ ସେ ୧୮୫୪ ରନ୍ ସଂଗ୍ରହ କରି ପାରିଥିଲେ। ତେବେ ଆଇପିଏଲ ୨୦୨୨ ମେଗା ଅପ୍ସନର ଦ୍ଵିତୀୟ ଦିନରେ ରାଜ୍ୟବାସୀଙ୍କ ନଜର ରହିଥିଲା ଦୁଇ ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ ଏହି ମେଗା ନିଲାମିରେ ସାମିଲ ହୋଇଥିଲେ।

ଆଇପିଏଲର ୧୦ ଟି ଟିମ ମଧ୍ୟରୁ କିଏ ଏହି ଓଡ଼ିଆ ଖେଳାଳିଙ୍କୁ ନେଉଛି ତା ଉପରେ ସମସ୍ତଙ୍କ ନଜର ରହିଥିଲା। ତେବେ ଚେନ୍ନାଇ ସୁପର କିଙ୍ଗସ ଶୁଭ୍ରାଂଶୁ ସେନାପତିଙ୍କୁ ତାଙ୍କର ବେସ୍ ପ୍ରାଇସ ୨୦ ଲକ୍ଷ ଟଙ୍କାରେ କିଣି ନେଇଛି। ତେବେ ଦେଖିବାକୁ ବାକି ରହିଲା ଏହି ଓଡ଼ିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଆଇପିଏଲ ମହାସମରରେ କଣ କମାଲ କରୁଛନ୍ତି। ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।