viral ଭିଡ଼ିଓ -OMG ! ଅନୁଭବ ମହାନ୍ତି କୋଳରେ ନମ୍ରତା ଥାପା ଏକା ସହିତ ହଟ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଆପଣ ମାନେ ନିଶ୍ଚିତ ଭାବରେ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ପ୍ରଥମ ସିନେମା ବିଷୟରେ ଜାଣିଥିବେ। ଏହି ସିନେମା ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତି ପ୍ରଥମ ଥର ପାଇଁ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ। ତାଙ୍କ ପ୍ରଥମ ସିନେମା ରହିଥିଲା ଆଇ ଲଭ୍ ୟୁ ।୨୦୦୪ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଆଇ ଲଭ୍ ୟୁ ଅନୁଭବ ମହାନ୍ତିଙ୍କୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥିଲା।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ନମ୍ରତା ଥାପା। ଉଭୟ ଅନୁଭବ ଏବଂ ନମ୍ରତା ଥାପା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ। ତେବେ ଆଜି ଆମେ ଆପଣଙ୍କୁ ଏମାନଙ୍କ ବିଷୟରେ ଏଥି ପାଇଁ କହୁଛୁକି ନିକଟରେ ଏକ ଶୋରେ ଏହି ଦୁଇ ସୁପର ହିଟ ଯୋଡିକୁ ପୁଣିଥରେ ଦେଖିବାକୁ ମିଳିଛି।

 ଜୀ ସାର୍ଥକ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ଅନୁଭବଙ୍କ ନୂଆ ରିଆଲିଟି ସୋ “ଦାଦାଗିରି ହୃଦୟରୁ” ସଂଚାଳନା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଜୋର ଧରିଛି। ଅନେକ ସୁପର୍‌ହିଟ୍‌ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକଙ୍କ ହୃଦୟ ଜିଣିଥିବା ଅନୁଭବ ‘ଦାଦାଗିରି’ ସୋ’ ମାଧ୍ୟମରେ ଘରେ ଘରେ ସବୁବର୍ଗର ଲୋକଙ୍କୁ ଭରପୂର ମନୋରଞ୍ଜନ ଦେଇ ଚାଲିଛନ୍ତି।

୩୦ଟି ଜିଲ୍ଲାରୁ ୩୦ ଜଣ ପ୍ରତିଯୋଗୀଙ୍କୁ ନେଇ ‘ଦାଦାଗିରି’ର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଏଥିରେ ଯୋଗ ଦେଉଥିବା ପ୍ରଖ୍ୟାତ ସେଲିବ୍ରିଟିମାନେ ହିଁ ‘ଦାଦାଗିରି’ ର ଦର୍ଶକାଦୃତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ନେଉଛନ୍ତି। ଏହି ଶୋଟି ଦିନକୁ ଦିନ ଖୁବ୍ ଲୋକ ପ୍ରିୟ ହେବାରେ ଲାଗିଛି।


ତେବେ ଏହି ଶୋରେ ସବୁ ନାମିଦାମୀ କଳାକାରଙ୍କ ଉପସ୍ଥିତି ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ନିକଟରେ ଏହି ଶୋରେ ମୁଖ୍ୟ ଆକର୍ଷଣ ପାଲଟି ଥିଲେ ବଙ୍ଗୀୟ ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଥାପା।

ଯାହାଙ୍କୁ ଦେଖି ଷ୍ଟେଜରେ ସମସ୍ତେ ଖୁବ୍ ଆନନ୍ଦିତ ହୋଇପଡ଼ିଥିଲେ। ଦୀର୍ଘ ଦିନ ପରେ ଓଡ଼ିଶାରେ ପୁଣି ଥରେ ଏହି ବଙ୍ଗୀୟ ସୁନ୍ଦରୀ ଅଭିନେତ୍ରୀ ନମ୍ରତା ଥାପାଙ୍କୁ ଦେଖିବାକୁ ମିଳିଥିଲା। ଏହି ଏପିଶୋଡକୁ ଦେଖିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଖୁବ୍ ଆଗ୍ରହ ଦେଖିବାକୁ ମିଳିଥିଲା।

କାହିଁକି ନା ଏହି ଶୋକୁ ହୋଷ୍ଟ କରୁଥିବା ଅଭିନେତା ଅନୁଭବ ମହାନ୍ତିଙ୍କ ପ୍ରଥମ ସିନେମା “ଆଇ ଲଭ୍ ୟୁ” ର ଲିଡ୍ ଆକ୍ଟ୍ରେସ ଥିଲେ ନମ୍ରତା ଥାପା। ତେବେ ସିନେ ପ୍ରେମୀ ମାନେ ପୁଣି ଥରେ ଅନୁଭବ ଓ ନମ୍ରତା ଥାପାଙ୍କ ଯୋଡ଼ିକୁ ଷ୍ଟେଜରେ ଦେଖି ବହୁତ୍ ଖୁସି ହୋଇଥିଲେ।

ଷ୍ଟେଜ ଉପରେ ଅନୁଭବ ମହାନ୍ତି ଏବଂ ନମ୍ରତା ଥାପା ନିଜ ପ୍ରଥମ ସିନେମାର କିଛି ଅନୁଭୂତି ସେୟାର କରିଥିଲେ। ଏବଂ ଷ୍ଟେଜରେ ସେ ଦୁଇ ଜଣ ଆଇ ଲଭ୍ ୟୁ ସଙ୍ଗରେ ଡାନ୍ସ କରିଥିଲେ। ଯାହା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏବଂ ଏହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।