viral ଭିଡ଼ିଓ-ପ୍ରଥମ ଥର ପାଇଁ ଶାଶୁ ଘରେ ରୋଷେଇ କଲେ ଅଭିନେତ୍ରୀ ସୁନନ୍ଧା,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଲୋକପ୍ରିୟ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରଜ୍ଞାନ ଖଟୁଆ ତାଙ୍କ କଲେଜ ବେଳର ସାଥୀ ସୁନନ୍ଧା ପରିଡ଼ା ବିବାହ କରି ଖୁବ ଚର୍ଚ୍ଚାରେ ରହିଛନ୍ତି। ଦୀର୍ଘ ୧୫ ବର୍ଷର ପ୍ରେମ ପରେ ଏମାନଙ୍କ ବିବାହ ବୈଦିକ ରୀତି ଅନୁସାରେ ସମ୍ପନ୍ନ ହୋଇଥିଲା।ତେବେ ବିବାହ ବନ୍ଧନରେ ବନ୍ଧିହେବା ପରେ ପ୍ରଜ୍ଞାନ ଖଟୁଆ ଓ ସୁନନ୍ଧାଙ୍କୁ ଶୁଭେଚ୍ଛା ସୁଅ ଛୁଟିଥିଲା। ଏହି ଦୁଇ ସେଲିବ୍ରେଟି ଯୋଡ଼ିଙ୍କ ବିବାହକୁ ନେଇ ପ୍ରଜ୍ଞାନ ଖଟୁଆ ଓ ସୁନନ୍ଧାଙ୍କ ଫ୍ରେଣ୍ଡସ ମାନେ ବହୁତ ଖୁସି ଥିବାର ଦେଖିବାକୁ ମିଳିଛି।
ପରମ୍ପାରା ଅନୁଯାୟୀ ବିବାହ ପରେ ନବବଧୁ ପ୍ରଥମେ ରୋଷେଇ କରିଥାଏ। ନିଜ ହାତରେ ପ୍ରଥମ ରୋଷେଇ କରି ସେ ପରିବାରର ସମସ୍ତଙ୍କୁ ନିଜ ହାତରେ ପରଷି ଥାଏ। ସିଏ ସେଲିବ୍ରେଟି ହୁଅନ୍ତୁ କି ସାଧାରଣ ଲୋକ ହୁଅନ୍ତୁ ସମସ୍ତଙ୍କୁ ଶାଶୁ ଘରର ଚଳନିକୁ ମାନି ଚାଲିବାକୁ ପଡ଼ିଥାଏ।
ସାଧାରଣତଃ ଦେଖିବାକୁ ମିଳିଥାଏ ଯେ ସେଲିବ୍ରେଟି ମାନଙ୍କ ବ୍ୟକ୍ତି ଗତ ଜୀବନରେ ଘଟୁଥିବା ସବୁ ଘଟଣାର ତଥ୍ୟ ନେବାକୁ ଚେଷ୍ଟା କରିଥାନ୍ତି ସାଧାରଣ ଲୋକମାନେ।ସେଲିବ୍ରେଟି ମାନଙ୍କ ପ୍ରତ୍ୟେକ କାର୍ଯ୍ୟକୁ ଅନୁଧ୍ୟାନ କରିଥାନ୍ତି ସାଧାରଣ ଲୋକମାନେ।
ତେବେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇ ଥିବା ନବ ଦମ୍ପତି ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ସୁନନ୍ଧା ଏବେ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାରେ ରହିଛନ୍ତି। ଏମାନଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି।ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।
ତେବେ କିଛି ସମୟ ଆଗରୁ ଏକ ଫୋଟରେ ଅଭିନେତ୍ରୀ ସୁନନ୍ଧା ରୋଷେଇ କରୁଥିବାର ନଜର ଆସିଛନ୍ତି। ଅଭିନେତ୍ରୀ ସୁନନ୍ଧା ତାଙ୍କ ଶାଶୁ ଘରେ ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି। ରୋଷେଇ କରିବା ସମୟର ଏକ ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅଭିନେତ୍ରୀ ସୁନନ୍ଧା। ଯାହାକୁ ତାଙ୍କ ଫ୍ରେଣ୍ଡସ ମାନଙ୍କୁ ଖୁବ ଲାଇକ କରିଥିଲେ।
ଜଣେ ଝିଅଟିଏ ବିବାହ ବନ୍ଧନରେ ଆବଦ୍ଧ ହେଲା ପରେ ତା ପାଇଁ ତା ଶାଶୁଘର ତା ପାଇଁ ସ୍ବର୍ଗ ପାଲଟି ଯାଇଥାଏ। କୁହାଯାଏ ଦୁହିତା ଦୁଇ କୁଳକୁ ହିତା। ବାପଘରେ ଥିଲାବେଳେ ସେ କେତେ ଅଳି ଅର୍ଦ୍ଦଳି କରିଥାଏ ଝିଞ୍ଜଟ କରିଥାଏ କିନ୍ତୁ ଶାଶୁ ଘରକୁ ଗଲା ମାତ୍ରେ ଶାଶୁ ଘରର ଚାଲିଚଳନକୁ ପ୍ରଥମ ଦିନରୁ ଆପଣେଇ ନେବାକୁ ଚେଷ୍ଟା କରିଥାଏ। ସେହିପରି ଅଭିନେତ୍ରୀ ସୁନନ୍ଧା ମଧ୍ୟ ଓଡ଼ିଆ ପରମ୍ପରା ଅନୁଯାୟୀ ପ୍ରଥମ ଥର ପାଇଁ ରୋଷେଇ କରିଛନ୍ତି।
ଅଭିନେତ୍ରୀ ସୁନନ୍ଧା ତାଙ୍କ ଶାଶୁ ଘରେ ଚୁଲିରେ କଡ଼େଇ ବସାଇ ରୋଷେଇ କରୁଥିବାର ନଜର ଆସୁଛନ୍ତି। ଆଧୁନିକ ଯୁଗରେ ସମସ୍ତେ ଗ୍ୟାସ ଇଣ୍ଡକ୍ସନ ଆଦି ବ୍ୟବହାର କରୁଥିବା ସମୟରେ ସୁନନ୍ଧା ପ୍ରଥମ ଥର ପାଇଁ ଶାଶୁ ଘରେ ଚୁଲିରେ ରୋଷେଇ କରିଥିବାରୁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଏକ ଖାଣ୍ଟି ଓଡ଼ିଆ ବହୁ ସାଜି ପାରିଛନ୍ତି ଏହି ଅଭିନେତ୍ରୀ ଜଣକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।