Surya Paraga 2022 – ସୂର୍ଯ୍ୟପରାଗରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra

ଏଥର କାର୍ତ୍ତିକ ମାସରେ ପୁଣି ଏକ ମହାଜାଗତିକ କିର୍ତ୍ତିନାମ ହେବାକୁ ଯାଉଛି। ଏହି ମାସରେ ଏକାଥରକେ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣ ହେବ। ଏହାର ପ୍ରଭାବ ରାଜ୍ୟ, ଦେଶ ଓ ବିଶ୍ୱରେ କଣ ପଡ଼ିବ ଜୀ ଓଡ଼ିଶାର ଜ୍ୟୋତିର୍ବିଦ ଏକ ଭବିଷ୍ୟ ବାଣୀ କରିଛନ୍ତି।

ଏଥି ସହିତ ପୁରୀ ମନ୍ଦିରରେ ପରିଚାଳନା କମିଟି ତରଫରୁ ସ୍ୱତନ୍ତ୍ର ପୂଜା ରୀତି ନୀତି କରିବା କୁ ଯୋଜନା ହୋଇଛି। ନିଷ୍ପତ୍ତି ଅନୁସାରେ ଆସନ୍ତା ଅକ୍ଟୋବର ୨୫ ତାରିଖ ରେ ଦୀପାବଳୀ ଅମାବାସ୍ୟା ପଡ଼ୁଛି ବର୍ଷ ର ପ୍ରଥମ ସୂର୍ଯ୍ୟ ପରାଗ,

ଯାହା ଏ ଶତାବ୍ଦୀର ଏକ ବିରଳ ସୂର୍ଯ୍ୟ ପରାଗ ହେବ ବୋଲି ଜ୍ୟୋତିର୍ବିଦ ମାନେ କହିଛନ୍ତି ଏହା ଏକ ବଳୟ ସୂର୍ଯ୍ୟପରାଗ ହେବ ଓ ପୃଥିବୀବାସୀ ଙ୍କୁ ଏକ ଦୁର୍ଲ୍ଲଭ ମହାଜାଗତିକ ଦୃଶ୍ୟ ଦେବ । ଆଜି (ରବିବାର) ସକାଳ ୧୦ଟା ୨୦ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୯ରେ ଏହା ଶେଷ ହେବ । ଏହି ସୂର୍ଯ୍ୟପରାଗ କୁ ଖାଲି ଆଖିରେ ନ ଦେଖିବା କୁ ବୈଜ୍ଞାନିକ ମାନେ ଉପଦେଶ ଦେଇଛନ୍ତି ।

ଏହି ସୂର୍ଯ୍ୟପରାଗ ଦିନ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ଦୃଶ୍ୟମାନ ହେବ । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨ ପ୍ରତିଶତ ଦୃଶ୍ୟମାନ ହେବା ସହ ଭୁବନେଶ୍ବରରେ ୬୧ ପ୍ରତିଶତ ଦେଖାଯିବ। ଏହି ସମୟରେ ସୂର୍ଯ୍ୟଙ୍କର ଆଲୋକ ୩୦ରୁ ୪୦ ପ୍ରତିଶତ କମିଯିବ। ବୈଜ୍ଞାନିକଙ୍କ ମତରେ ପରାଗ ଲାଗିବା ସମୟରେ ସୂର୍ଯ୍ୟ ଏକ ପତଳା ବଳୟ ପରି ଦେଖାଯିବ। ତେଣୁ ଏହାକୁ ବିରଳ ବୋଲି କୁହାଯାଉଛି ।


ଚନ୍ଦ୍ର ଗ୍ରହଣ ପଡ଼ୁଥିବା ରୁ ଅପରାହ୍ଣ ୨.୩୮ରେ ଚନ୍ଦ୍ର ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେଉଛି। ତେଣୁ ସକାଳୁ ଶ୍ରୀ ମନ୍ଦିର ରେ ୮.୨୯ରୁ ଅନ୍ନ ଭୋଜନ, ପାପକର୍ମ ତଥା ଦେବନୀତି ନିଷେଧ କରାଯାଇଛି। ଏହା ସହିତ ସର୍ବମୋକ୍ଷ ସନ୍ଧ୍ୟା ୬.୧୮ରେ ଅନୁଷ୍ଠିତ ହେବ ବୋଲି କୁହା ଯାଇଛି।

ସେହି ପରି ମହାପ୍ରଭୁ ସ୍ୱତନ୍ତ୍ର ନୀତିକାନ୍ତି ଅନୁସାରେ ମହାସ୍ନାନ ଗ୍ରହଣ ଭୋଗ ନୀତି ଉପରେ ଅନେକ କାର୍ଯ୍ୟ କରାଯିବ ବୋଲି ସ୍ଥିର କରା ଯାଇଛି। ସେହି ପରି ଆଗାମୀ ୨୫ ତାରିଖ ରେ ହେବା କୁ ଥିବା ସୂର୍ଯ୍ୟଗ୍ରହଣ ଦିବା ୪.୫୬ ମିନିଟ ରେ ଆରମ୍ଭ ହେଉଛି। ଏହି ସୂର୍ଯ୍ୟ ପରାଗ ସମୟ ରେ ସର୍ବମୋକ୍ଷ ସହ ଏକ ଘଣ୍ଟା ୩୦ ମିନିଟ ଧରି ସୂର୍ଯ୍ୟପରାଗ ର ଏହି ସମୟ ଅବଧି ରହିବା କୁହାଯାଇଛି।

ଏହି ସମୟ ରେ କେଉଁ ରାଶି ଉପରେ କେତେ ପ୍ରଭାବ ପଡ଼ିବ ଏହାର ବିସ୍ତୃତ ବର୍ଣ୍ଣନା ଆମେ ପରବର୍ତ୍ତି ପର୍ଯ୍ୟାୟରେ କରିବ। ତେବେ ସବିଶେଷ ତଥ୍ୟ ଅନୁସାରେ ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିରେ ଲୋକ ଏହି ଗ୍ରହଣ କୁ ଦର୍ଶନ କରିବା ଏକ ଅଶୁଭ ପ୍ରକ୍ରିୟା ବୋଲି କୁହାଯାଇଛି। ଅନ୍ୟ ପକ୍ଷରେ ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଜଳବାୟୁ ପରିବର୍ତ୍ତନ ଆଦି ସମସ୍ୟାକୁ ଏହି ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ଅଶୁଭ ହୋଇ ପାରେ ବୋଲି କୁହାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।