shocking video -ଚିଲିକାରେ ବୁଡିଲା ମାଛଧରା ଡଙ୍ଗା । ବୁଡି ଯାଉଥିବା ବେଳେ ଚିତ୍କାର କରି ଡାକିଲେ ମତ୍ସ୍ୟଜୀବୀ ।ଛାତିଥରା ଦୃଶ୍ୟ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ଚିଲିକାରେ କାଳ ବୈଶାଖୀର ତାଣ୍ଡବ।।ଚିଲିକା ମଝିରେ ଘଟିଲା ଅଘଟଣ। ଚିଲିକାରେ ଡଙ୍ଗା ବୁଡି ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଆଜି ଅପରାହ୍ନ ରେ ଘଟିଛି ଏହି ଅଘଟଣ। ପୁଣି ଥରେ ଚିଲିକାରେ ବୁଡିଲା ମାଛ ଧରା ଡଙ୍ଗା। ମାଛ ଧରିବା ପାଇଁ ଯାଇଥିଲେ ମତ୍ସ୍ୟଜୀବି ଆଉ ଘଟିଗଲା ଅଘଟଣ। କାଳ ବୈଶାଖୀ ପ୍ରଭାବରେ ଚିଲିକାରେ ଡଙ୍ଗା ବୁଡି ଯାଇଥିବା ସୂଚନା। ମାଛ ଧରି ଫେରିବା ସମୟରେ ବୁଡିଲା ଏହି ଡଙ୍ଗା।ଭାସିଗଲା ଲକ୍ଷାଧିକ ଟଙ୍କାର ମାଛ, କୀଳା ଜାଲ ଓ ମେସିନ। ଅଳ୍ପକେ ବର୍ତ୍ତି ଯାଇଛନ୍ତି ମତ୍ସ୍ୟଜୀବୀ।

କାଳ ବୈଶାଖୀ ପ୍ରଭାବରେ କାଳୁପଡାଠାରୁ ସୋରଣ ମଧ୍ୟସ୍ଥ ଚିଲିକାରେ ଘଟି ଯାଇଛି ଏପରି ଅଭାବନୀୟ ଘଟଣା। ବୁଡି ଯାଇଥିବା ଡଙ୍ଗା ହାଟବରଡ଼ି ଅଞ୍ଚଳର ବୋଲି ସୂଚନା ମିଳିଛି। ଡଙ୍ଗାରେ ରହିଥିଲେ ଦୁଇ ଜଣ ମତ୍ସ୍ୟଜୀବୀ। ଆଉ ଡଙ୍ଗା ବୁଡି ଯିବା ସମୟରେ ଚିତ୍କାର କରି ଉଠିଥିଲେ ଏହି ଦୁଇ ଜଣ ମତ୍ସ୍ୟଜୀବୀ। ନିକଟରେ ମାଛ ଧରୁଥିବା କୋଣଶ ବ୍ଲକ କଉଡ଼ିକୁଣି ଗ୍ରାମର ରାଜକିଶୋର ନାମକ ଜଣେ ମତ୍ସ୍ୟଜୀବୀ ସେମାନଙ୍କ ଚିତ୍କାର ଶୁଣି ସେମାନଙ୍କୁ ଉଦ୍ଧାର କରିଥିଲେ।

 ହଠାତ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ମାତ୍ରାରେ ପବନ ହେତୁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ବସି ବୁଡି ଯାଇଥିଲା। ଯାହା ଫଳରେ ଏହି ମାଛ ଧରା ଡଙ୍ଗା ସମେତ ୨ ମତ୍ସ୍ୟଜୀବୀ ମଧ୍ୟ ବୁଡି ଯାଇଥିଲେ। କିନ୍ତୁ ମତ୍ସ୍ୟଜୀବୀ ମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ଯାଇଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର ବିଭିନ୍ନ ମାଛ ଓ ଡଙ୍ଗାରେ ଲାଗିଥିବା ମେସିନ ନଷ୍ଟ ହୋଇଥିବା ସୂଚନା ମିଳିଛି।

ଏହି ଘଟଣା ପରେ ଆଖପାଖରେ ଥିବା ମତ୍ସ୍ୟଜୀବୀ ମାନଙ୍କ ସହାୟତାରେ ମାଛଧରା ଡଙ୍ଗା ଊଦ୍ଧାର କରାଯାଇଥିବା ଜଣାପଡିଛି । ହଠାତ ଚିଲିକା ଭିତରେ ମଉଳି ପବନ ଆସିବା ଯୋଗୁ ଏଭଳି ଅଭାବନିୟ ପରିସ୍ଥିତି ଉପୁଜିଥିଲା ବୋଲି ଜଣାପଡିଛିା । କ୍ଷତିଗ୍ରସ୍ଥ ହୋଇଥିବା ମତ୍ସ୍ୟଜୀବୀଙ୍କ ଘର ଏହି ଥାନା ଅଧିନସ୍ଥ ହାଟବରଡି ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ଚିଲିକାରେ ଏଭଳି ଘଟଣା କିଛି ନୂଆ କଥା ନୁହେଁ। ଏଭଳି ଅଘଟଣ ବାରମ୍ବାର ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳୁଛି। ଗତ ମାସ ମଧ୍ୟ ଚିଲିକାରେ କାଳ ବୈଶାଖୀ ପ୍ରଭାବରେ ଯାତ୍ରୀ ବାହୀ ଡଙ୍ଗା ବୁଡ଼ି ଯାଇଥିଲେ।ସୂଚନା ଯୋଗ୍ୟ ଯେ ବାଲୁଗାଁ ଚିଲିକା କୂଳରୁ ମା’ କାଳିଜାଇଙ୍କୁ ଦର୍ଶନ କରିବାକୁ ଯାଇ ଫେରୁଥିବା ଥିବା ବେଳେ ଘଟିଥିଲା ଏପରି ଅଘଟଣ।

ବାଲେଶ୍ବର ରେମୁଣା ଅଞ୍ଚଳର କିଛି ବ୍ୟକ୍ତି ମା’ କାଳିଜାଇଙ୍କୁ ଦର୍ଶନ କରି ଫେରୁଥିବା ବେଳେ ହଠାତ୍ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନର ବେଗ ବଢିଥିଲା ଏହା ପରେ ଡଙ୍ଗାରେ ପାଣି ପଶିବାକୁ ଲାଗିଲା। ଯାହା ଦ୍ୱାରା ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ପରେ ଡଙ୍ଗାଟି ବୁଡି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।