vastu tips – ନଖ ଉପରେ ଅଧା ଚନ୍ଦ୍ର ର ରହସ୍ୟମୟ ଅର୍ଥ ଜାଣନ୍ତୁ…

ଆପଣମାନେ ସମସ୍ତେ ଜାଣିଥିବେ ବ୍ୟକ୍ତି ଯେମିତି ତାର ଜାତକ ଦେଖି କଣ ଘଟିବାକୁ ଯାଉଛି ବା କଣ ଦୋଷ ରହିଛି, ସେହିପରି ହାତର ପାପୁଲି ରେଖା କୁ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣିପାରିଥାନ୍ତି। ଏହା ହାତର ପାପୁଲି ରେଖା କୁ ପ୍ରାୟ ସମସ୍ତେ ବିଶ୍ୱାସ କରିଥାନ୍ତି। ତେବେ କେତେକ ପଣ୍ଡିତ ଏବଂ ଜ୍ଞାନୀ ବ୍ୟକ୍ତି ମାନେ ପାପୁଲିର ରେଖାକୁ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣି ସତର୍କ ହୋଇଥାନ୍ତି। ସେହିପରି ପାଦର ଆଙ୍ଗୁଠି ହେଉ ବା ହାତର ଆଙ୍ଗୁଠି ହେଉ ଦେଖି ବ୍ୟକ୍ତି ର ସୌଭାଗ୍ୟ ବିଷୟରେ ଜାଣିହୁଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ନଖରେ ମଧ୍ୟ ଏମିତି କିଛି ଚିହ୍ନ ଦେଖିବାକୁ ମିଳେ ଯାହା ଆପଣଙ୍କ ଶରୀର ବିଷୟରେ ସୂଚନା ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ନଖରେ ଥିବା ଅର୍ଦ୍ଧ ଚନ୍ଦ୍ର ଚିହ୍ନ କଣ ସୂଚନା ଦେଇଥାଏ ସେହି ବିଷୟରେ ଜଣେଇବୁ।

ଏହି ଅର୍ଦ୍ଧ ଚନ୍ଦ୍ର ସମସ୍ତଙ୍କ ଆଙ୍ଗୁଠି ରେ ନଥାଏ। ତେବେ ଏହା କେତେକଙ୍କ ଠାରେ ଦେଖାଯାଇଥାଏ।ଏହି ଚିହ୍ନ ଆମ ଶରୀରର ଅନେକ କଥା ବିଷୟରେ ଜଣାଇଥାଏ। ଏହି ଚିହ୍ନ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଥାଏ।

୧- ଏହାର ସ୍ଥିତି ଆପଣଙ୍କ ସ୍ୱାସ୍ଥ୍ୟର ସୂଚକ ଅଟେ,ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ତେବେ ଏହି ଚିହ୍ନ ଆପଣଙ୍କ ନଖରୁ ଅଦୃଶ୍ୟ ହୋଇଯାଏ ।ଅର୍ଥାତ ଏହି ଚିହ୍ନ ଆପଣଙ୍କ ଠାରେ ଯଦି ଦୃଶ୍ୟ ହେଉନଥାଏ ତେବେ ଆପଣ ବୁଝି ନେବା ଉଚିତ ଯେ ଆପଣଙ୍କ ସ୍ୱାସ୍ଥ୍ୟ କିଛି ମାତ୍ରାରେ ଖରାପ ହେବକୁ ଯାଉଛି ।ତେଣୁ ଆପଣ ଏହି ଚି଼ହ୍ନର ଅଦୃଶ୍ୟତାକୁ ଦେଖି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଟିକେ ସାବଧାନ ହୋଇଯିବା ଉଚିତ ।

୨- ଏହି ଅର୍ଦ୍ଧ ଚନ୍ଦ୍ର ଚି଼ହ୍ନ ଯଦି ଆପଣଙ୍କ ଦଶଟି ଆଙ୍ଗୁଠିରୁ ଆଠଟି ଆଙ୍ଗୁଠିରେ ରହିଛି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ।ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଯଦି ଆପଣଙ୍କ ଆଙ୍ଗୁଠିରୁ ଏହି ଚି଼ହ୍ନ ବାରମ୍ବାର ଉଭେଇ ଯାଉଛି କିମ୍ବା ଏହା ଆପଣଙ୍କ ବୁଢ଼ା ଆଙ୍ଗୁଠିରେ ରହି ଯାଉଛି ତେବେ ଆପଣକୁ ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଭାବିବାକୁ ପଡିବ ।

 

୩- ଏହି ଚି଼ହ୍ନ ବାରମ୍ବାର ଅଦୃଶ୍ୟ ହେଲେ ଆପଣ ସୂଚାଇ ଦିଏ ଯେ ଆପଣ ଠାରେ କୌଣସି ଏକ ବଡ଼ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇପାରେ ତେଣୁ ଆପଣ ଏଥିପ୍ରତି ସାବଧାନ ରୁହନ୍ତୁ।

୪- ମେଡିକାଲ ଏକ୍ସପଟ ଅନୁସାରେ ଜଣା ଯାଇଛି ଯେ ଏହା ଆପଣଙ୍କ ଶରୀରକୁ ଜଡିତ କେତେକ କଥା ଓ ରୋଗ ବିଷୟରେ କହିଥାଏ ।ଏହା ଆପଣଙ୍କ ଶରୀରରେ ରୋଗ ସହିତ ଆଇରନ ଓ ଥାଇରଡ଼ ବିଷୟରେ ମଧ୍ୟ ଜଣାଇ ଥାଏ ।ଆପଣଙ୍କ ଶାରୀରରେ ରକ୍ତ ହୀନତାର ଏହା ଏକ ମୁଖ୍ୟ ସୂଚନା ଦେଇଥାଏ ।