Diet for Glowing Skin – ତ୍ୱଚାରେ ଚମକ ପାଇଁ କ’ଣ ଖାଇବେ? Dr.Sahana…

ଆଜି ର ବ୍ୟସ୍ତ ବହୁଳ ଜୀବନ ଶୈଳୀ, ଅସ୍ଵାସ୍ଥ୍ୟକର ଖାଦ୍ୟପେୟ ଓ ନିଦ୍ରା ରେ ଅନିୟମିତତା ଯୋଗୁଁ ଅନେକ ପ୍ରକାରା ରୋଗ ସହ ତ୍ଵଚା ଜନିତ ସମସ୍ଯା ମଧ୍ୟ ଦେଖିବାକୁ ମିଳୁଛି । ଖାସ କରି ଯୁବ ପିଢି ତ୍ଵଚା ସମସ୍ଯା କୁ ନେଇ ଖୁବ ଚିନ୍ତିତ ରହୁଛନ୍ତି ।

ସନ୍ତୁଳିତ ଓ ନିୟମିତ ଜୀବନ ଶୈଳୀ ସହ ସଠିକ ଖାଦ୍ୟପେୟ ଅଭ୍ୟାସ ମଧ୍ୟ ଆପଣ ଙ୍କ ତ୍ଵଚା ପାଇଁ ଖୁବ ଗୁରୁତ୍ୱ ପୂର୍ଣ୍ଣ ଅଟେ । ତେବେ ଚାଳନ୍ତୁ ଜାଣିବା ଡାଏଟିସିଆନ ନିହାରିକା ଦାଶଙ୍କ ଠାରୁ, ତ୍ଵଚା କୁ ସୁସ୍ଥ ଓ ଚମକଦାର ରଖିବା ପାଇଁ କେଉଁ ଭଳି ଡାଏଟ ନେବା ଉଚିତ ।

ଆପଣ ଙ୍କ ତ୍ଵଚା କୁ ସୁସ୍ଥ ଏବଂ ଉଜ୍ଵଳ ରଖିବା କୁ ସଠିକ ଖାଦ୍ଯ ଖାଇବା ନିହାତି ଜରୁରୀ ଅଟେ । ଖାସ ଝିଅ ଏବଂ ପୁଅ ଙ୍କ ର ବୟସ ବଢିବା ସହ ଯୁବାବସ୍ଥା ରେ ପାଦ ଦେବା ବେଳ କୁ ମୁହଁ ରେ ବ୍ରଣ ହେବା ର ଦେଖା ଯାଇଥାଏ । ଅସନ୍ତୁଳିତ ହରମୋନ ଯୋଗୁଁ ବିଶେଷ କରି ଝିଅ ମାନଙ୍କ ର ଅଧିକ ବ୍ରଣ ହେବା ର ଦେଖାଯାଏ । ଆଜି କାଲି ଏହା ଏକ ସାଧାରଣ ସମସ୍ଯା ହୋଇ ଗଲାଣି । ସେଥି ପାଇଁ ତ୍ଵଚା କୁ ନେଇ ଅନେକ ଯୁବା ଯୁବତୀ ଖୁବ ଚିନ୍ତିତ ରୁହନ୍ତି । ତ୍ଵଚା କୁ ପରିଷ୍କାର ଏବଂ ଚମକଦାର କରିବା କୁ ଅନେକ ପ୍ରକାର ପ୍ରୟାସ କରନ୍ତି ।


ତେବେ ଡାଇଟିସିଆନ ନିହାରିକା ଦାଶ ଙ୍କ ଅନୁଯାୟୀ, ତ୍ଵଚ କୁ ସୁସ୍ଥ, ସୁନ୍ଦର ଓ କୋମଳ ରଖିବା କୁ ହେଲେ ଆପଣ ଙ୍କୁ ଉଚିତ ଖାଦ୍ଯାଭ୍ଯାସ କରିବା କୁ ପଡିବ । କେବଳ ଏତିକି ନୁହେଁ ଏଥିପାଇଁ ଏକ୍ସରସାଇଜ ଓ ଖାସ କରି ଷ୍ଟ୍ରେସ ଫ୍ରି ମଧ୍ୟ ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ । ଏହାସହ ଉଚିତ ସମୟ ରେ ନିଦ୍ରା ଯିବା କୁ ହେବ ଓ ବିଶେଷ କରି ଆପଣ ଙ୍କ ଶରୀର କୁ ହାଇଡ୍ରେଟେଡ ରଖିବା କୁ ପଡିବ । ଏଥିପାଇଁ ପ୍ରଚୁର ମାତ୍ରାରେ ପାଣି ପିଇବା ମଧ୍ୟ ନିହାତି ଆବଶ୍ୟକ ଅଟେ ।

ଏହାସହ ସାଇଟ୍ରିକ ଖାଦ୍ୟ ଯଥା ଭିଟାମିନ-ସି ଏବଂ ଭିଟାମିନ-ଇ ଜାତୀୟ ଖାଦ୍ଯ ଆପଣଙ୍କ ଡାଏଟରେ ସଠିକ ପରିମାଣରେ ସାମିଲ କଲେ ଏବଂ କେମିକାଲ ରୁ ନିଜ ତ୍ଵଚାକୁ ଦୂରେଇ ରଖିପାରିଲେ ଆପଣଙ୍କ ତ୍ଵଚା ନିଶ୍ଚୟ ଚମକିବାକୁ ଲାଗିବ । ପ୍ରତ୍ଯେକ ଦିନ ପ୍ରଚୁର ମାତ୍ରାରେ ପାଣି ପିଇବା ସହ ସକାଳୁ ଶୀଘ୍ର ଉଠି ବ୍ୟାୟାମ ନିଶ୍ଚୟ କରନ୍ତୁ ।

ରାତିରେ ଶୀଘ୍ର ନିଦ୍ରା ଯାଆନ୍ତୁ ଓ ପ୍ରତ୍ଯେକ ଦିନ ୬ ରୁ ୮ ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ । ଏହାସହ ବାହାରର ଜଙ୍କ ଫୁଡ, ପ୍ରୋସେସ ଫୁଡ ଓ ସୁଗାର ଜାତୀୟ ଖାଦ୍ଯ ଯେତେ ସମ୍ଭବ କମ ଖାଆନ୍ତୁ । ସେହିପରି ଲୁଣ ଏବଂ ଲୁଣ ଜାତୀୟ ଖାଦ୍ୟ ମଧ୍ୟ ବହୁତ କମ ପରିମାଣରେ ଖାଇଲେ ମଧ୍ୟ ଆପଣଙ୍କ ତ୍ଵଚା ଆପେ ଚମକିବ । ସେମିତି କିଛି ନିର୍ଦ୍ଦିଷ୍ଟ ଖାଦ୍ୟ ନାହିଁ ଯାହା ଖାଇଲେ ଆପଣଙ୍କ ତ୍ଵଚା ଗ୍ଲୋ କରିବାକୁ ଲାଗିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।