Exclusive : ପ୍ରକୃତି ମିଶ୍ରଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ରାଣୀ କହିଲେ ଗାଟିଏ ହାତରେ କେବେ ତାଳି ବାଜେନି।ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରକୃତି ମିଶ୍ରଙ୍କ ଭୁବନେଶ୍ୱର ଘରୁ ବାହାରିଲା ପୋଲିସ ଟିମ୍ । ପ୍ରକୃତିଙ୍କ ଘରୁ ଖାରବେଳନଗର ଥାନା ପୋଲିସ ଟିମ ବାହରିଛି । ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଇଥିବା କହିଲେ ଆଇଆଇସି । ଖାରବେଳ ନଗର ଥାନାଅଧିକାରୀ ଅରୁଣ ସ୍ୱାଇଁଙ୍କ ସୂଚନା । ଅଭିଭାବକଙ୍କ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ପଚରାଉଚରା କରାଯାଇଛି । ମହିଳା ପୋଲିସ ଅଧିକାରୀ ପ୍ରକୃତି ମିଶ୍ରଙ୍କୁ ୧ ଘଣ୍ଟା କାଳ ଜେରା କରିଛନ୍ତି । ତଦନ୍ତରେ ସେ ସମ୍ପୁର୍ଣ୍ଣ ସହ ଯୋଗ କରୁଥିବା କହିଲେ ଥାନାଅଧିକାରୀ ।

ସେପଟେ ପ୍ରକୃତିଙ୍କୁ ପୋଲିସ ଜେରା ପରେ ବାପା ମନ୍ମଥ ମିଶ୍ରଙ୍କ ପ୍ରତିକ୍ରିୟା ।ମନ୍ମଥ ମିଶ୍ର କହିଥିଲେ , ମୁଁ ଏତଲା କରିଥିଲି , ମୋତେ ପଚାରିଥିଲେ , ଆଜି ପ୍ରକୃତିକୁ ପଚାରିଲେ । ଘଟଣ। ସମ୍ପର୍କରେ ପୋଲିସ ଅଧିକାରୀ ପ୍ରକୃତିକୁ ପଚ।ରି ବୁଝିଥିଲେ । ଥାନାରେ ଏତଲ ଦେଇଛୁ , କାର୍ଯ୍ୟାନୁଷ୍ଠାନ ଆଶା କରୁଛୁ ବୋଲି କହିଛନ୍ତି ମନ୍ମଥ ମିଶ୍ର । ବାବୁସାନଙ୍କ ସହ ତ।ଙ୍କର ଦେଖା ହୋଇଥିବା କହିଛନ୍ତି ମନ୍ମଥ ମିଶ୍ର । ବାବୁସାନ ତାଙ୍କ ପରିବାରକୁ ଫେରିଯାଉ । ସୁଖର ସଂସାର କରୁ ।

ରାଣୀ ପ୍ରିୟଦର୍ଶିନୀ କହିଥିଲେ କି ଗୋଟିଏ ହାତରେ କେବେ ତାଳୀ ବାଜେନି ଗୋଟିଏ ନାରୀ ଆଉ ଗୋଟିଏ ନାରୀ ଉପରେ ଯେଉଁପରି ନିର୍ୟାତନା କରିଛନ୍ତି। ସେ ଯେଉଁ ପ୍ରକାର ଦୁର୍ବ୍ୟବହାର କରୁଛନ୍ତି, ବିନା କଥାବାର୍ତ୍ତାରେ, ଯେଉଁ ଗୁଣ୍ଡାଗର୍ଦ୍ଦି କରିଛନ୍ତି, ୮ଟା ଗୁଣ୍ଡା ନେଇ ଆସିଥିଲେ। ତାଙ୍କ ବାପା ଯିଏ କି ତାଙ୍କ ସାର୍ଟ ଭିଡ଼ାଭିଡ଼ି କରିଥିଲେ। ସେ ମତେ ତାଙ୍କ ଯଥାସାଧ୍ୟ ହାରାସ କରିଥିଲେ।

ଏହା ତାଙ୍କ ସଂସ୍କାର ସେ କେଉଁ ଘରୁ ଆସନ୍ତି କେଉଁ ଶିକ୍ଷା ନେଇଛନ୍ତି। ଆପଣମାନେ ଭିଡ଼ିଓ ଦେଖୁଛନ୍ତି, ଦେଖିପାରୁଥିବେ। ସେଠାରେ ମୁଁ କହୁଛି, ହେଲ୍ପ କରନ୍ତୁ ହେଲ୍ପ କରନ୍ତୁ। ସେଠି ଲୋକମାନେ ଆସି ମୋ ସହ ଆସି ସେଲ୍ଫି ନେଉଥିଲେ। ସାହାଯ୍ୟ କରିବା ଦୂରର କଥା। ଆମେ କେମିତି ସମାଜରେ ରହୁଛେ, ଭାବିଲେ ଭାରି ଘୃଣା ଲାଗୁଛି। ମୁଁ ଭାଙ୍ଗି ପଡ଼ିନି।

ମୁଁ କହିବି। ଯେଉଁ ଫିଲ୍ମ ପାଇଁ ଆମେ ଆସୁଥିଲୁ, ସେହି ଫିଲ୍ମର ମୁଁ କୋ ପ୍ରଡ୍ୟୁସର ଥିଲି। ମାତ୍ର ଏହି ଫିଲ୍ମ ଆଉ ହେବନି। ଏହା ବିଭିନ୍ନ ଭାଷାରେ କରିବାକୁ ଚେଷ୍ଟା ଥିଲା। ଠିକ୍ ଅଛି ଯାହା ହେଲା ଭଲ ହେଲା। ସେଠାରେ ସମସ୍ତଙ୍କୁ ଦେଖାଗଲା ଯେ ସେ କଣ କଲା, ମୁଁ କେମିତି ନିର୍ୟାତିତ ହେଉଥିଲି। ମୋର କେବଳ ଗୋଟିଏ କଥା, ମୋ ଉପରେ ବହୁତ ଅଭିଯୋଗ ଲଗାଇ ସାରିଲେଣି।

ଘରଭଙ୍ଗା, ଅମୁକେଇ, ସମୁକେଇ, ଧମୁକେଇ। କେହି କାହା ଘର ଭାଙ୍ଗି ପାରନ୍ତିନି। ଏହା ଭାଙ୍ଗି ସାରିଛି। ଯଦି ତମର ତମ ସ୍ୱାମୀ ପ୍ରତି ବାଟ୍ଟ ସ୍ୱାମୀ ବାହାରକୁ ଯାଆନ୍ତୁନି ବୋଲି ଚାହୁଁଛ, ତେବେ ତାଙ୍କ ବେକରେ ଗୋଟିଏ ସିକୁଳି ଦେଇଦିଅ। ଆଉ ଘରେ ରଖିଦିଅ।

ଅନ୍ୟ ଝିଅକୁ ଯାଇ ଟଣାଓଟରା କରିକି.. ଯାହା ଯୋଗୁ ନିଜେ ରାସ୍ତାରେ ଅପଦସ୍ତ ହେଲ। ଏଭଳି କରି କ’ଣ ପାଇଲ, ମୁଁ ବୁଝିପାରୁନି। ମତେ ବଦନାମ କଲ। ଭେରି ନାଇସ୍।ମୁଁ ବହୁତ କାମ କରିଛି। ମୁଁ ବହୁତ କାମ କରିବି। ମୁଁ ମୋ ରାଜ୍ୟ ପାଇଁ ବହୁତ ସୁନାମ ପାଇଛି। ଆହୁରି ବହୁତ କରିବି। ମୁଁ ରହିବିନି ବୋଲି ପ୍ରକୃତି ମିଶ୍ର କହିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।