shocking ଭିଡ଼ିଓ – ହେ ଭଗବାନ,ଜଗି ରହିଥିଲା ଯମ ହଠାତ୍ ବୁଡିଗଲା ସ୍କୁଟର, ଅଳ୍ପକେ ଵର୍ତିଗଲେ ସ୍ଵାମୀ ସ୍ତ୍ରୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଜଗି ରହିଥିଲା ଯମ ହଠାତ୍ ବୁଡିଗଲା ସ୍କୁଟି। ଅଳ୍ପକେ ବର୍ତ୍ତିଲେ ସ୍ବାମୀ ସ୍ତ୍ରୀ।ଜୀବନ ଯାଉ ଯାଉ ବଞ୍ଚିଗଲେ ସ୍ବାମୀ ସ୍ତ୍ରୀ। କୁହା ଯାଏ ଯେ ବିପଦ କେତେବେଳେ କୋଉ ମୁହୂର୍ତ୍ତରେ ବି ଆସିପାରେ।ଏହି ଭିଡିଓକୁ ଟିକେ ଭଲ କରି ଦେଖି ନିଅନ୍ତୁ ଯାହା ଆପଣଙ୍କ ଛାତିର ସ୍ପନ୍ଦନ କିଛି କ୍ଷଣ ପାଇଁ ଅଟକି ଯିବ।

ବର୍ଷା ହେଉଛି ତା ସାଙ୍ଗକୁ ବର୍ଷା ଜଳ ଚାରିଆଡ଼େ ମାଡ଼ି ଯାଇଛି। ରାସ୍ତା ଘାଟରେ ପାଣିର ସୁଅ ଚାଲିଛି। ଆଉ ତାରି ଭିତରେ ଘଟି ଯାଇଛି ଏଭଳି ଦୁର୍ଘଟଣା ଯାହା କେହି କେବେ ଚିନ୍ତା କରି ନଥିବେ।

 ଭିଡିଓ ଉପରେ ଥରେ ନଜର ପକାନ୍ତୁ କିଭଳି ଏକ ସ୍କୁଟିରେ ସ୍ବାମୀ ସ୍ତ୍ରୀ ଦୁହେଁ ଆସୁଛନ୍ତି। ଆଉ ହଠାତ୍ ସ୍କୁଟିଟି ପାର୍କିଂ କରିବାକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ପାଣିରେ ପଡି ଘଟି ଯାଉଛି ଅଘଟଣ। ସ୍ଵାମୀ ସ୍ତ୍ରୀ ଉଭୟ ସ୍କୁଟି ସହ ପାଣିରେ ଡୁବି ଯାଉଛନ୍ତି। ଆଉ ଏ ଘଟଣାକୁ ଦେଖିଲା ପରେ ଆଖ ପାଖରେ ଥିବା ଲୋକେ ମାନେ ସବୁ ସେମାନଙ୍କ ପାଖକୁ ଧାଇଁ ଆସୁଛନ୍ତି।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଆଲିଗଡରେ। ତେବେ ସ୍ବାମୀ ଜଣକ ହେଉଛନ୍ତି ଜଣେ ପୋଲିସ୍ ଅଫିସର। ଆଉ ସେ ନିଜ ସ୍ତ୍ରୀକୁ ଧରି ଡାକ୍ତରଙ୍କ ସହ ମିଶିବା ପାଇଁ ଯାଉଥିଲେ। ଆଉ ଏଭଳି ଦଶାର ତାଙ୍କୁ ସାମ୍ନା କରିବାକୁ ପଡ଼ିଛି।

 ତେବେ ଭିଡିଓରେ ଆପଣ ଦେଖି ପାରୁଥିବେ ଯେ ଏ ସ୍ବାମୀ ସ୍ତ୍ରୀଙ୍କୁ ଉଦ୍ଧାର କରିବା ପାଇଁ କିଭଳି ଭାବରେ ଆଖ ପାଖରେ ଥିବା ଲୋକେ ଧାଇଁ ଆସୁଛନ୍ତି। ଏହାପରେ ଉଭୟ ସ୍ଵାମୀ ସ୍ତ୍ରୀଙ୍କୁ ଉଦ୍ଧାର ମଧ୍ୟ କରିଛନ୍ତି। କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସ୍କୁଟିଟି କୁଆଡେ଼ ଭାସି ଯାଇଛି ତାର କିଛି ବି ପତ୍ତା ମିଳି ପାରି ନାହିଁ। ଯାହାକି ସଂପୂର୍ଣ୍ଣ ରୂପେ ପାଣିରେ ଡୁବି ଯାଇଛି।

ତେବେ ରାସ୍ତା ମଝିରେ ଏଭଳି ଗାତ କିପରି ହେଲା ତାର କିଛି ସୂଚନା ମିଳି ପାରି ନାହିଁ। ହୁଏତ ଲଗାତାର ବର୍ଷା ହେବା କାରଣରୁ ଏଭଳି ବଡ ଗାତ ହୋଇ ଯାଇଥିବାର ଅନୁମାନ କରାଯାଉଛ।ତେବେ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ସେୟାର କରା ଯାଉଥିବାର ହେଖିବାକୁ ମିଳୁଛି।

ଆଉ ଭ୍ୟୁଅର୍ସଙ୍କ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି। ଏହି ଭିଡିଓଟି ଦେଖି ଟୁଇଟରରେ କେହି ଜଣେ ଲେଖିଛନ୍ତି ହୁଏତ ଏଭଳି ଗାତ ଅଣ୍ଡର ଗ୍ରାଉଣ୍ଡ ପାର୍କିଂ ପାଇଁ କରା ଯାଇଥିଲା। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ପ୍ରଧାନ ମନ୍ତ୍ରୀ ସୁଇମିଂ ପୁଲର ଏହା ହେଉଛି ଗୋଟିଏ ଯୋଜନା। କିନ୍ତୁ ଏକଥା ସତ ଯେ ସ୍ବାମୀ ସ୍ତ୍ରୀ ଦୁହେଁ ଭାଗ୍ୟ ବସତ ମୃତ୍ୟୁର ଦ୍ଵାରଦେଶରୁ ଫେରି ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।