Cold and Cough – ଥଣ୍ଡା,ଜ୍ୱର,କାଶ,ବନ୍ଦ ନାକ,ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ ଉପଚାର |

ଋତୁ ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ଓ କାଶ ହେଉଛି ଏବଂ ମୁଣ୍ଡବ୍ୟଥାର ସାମ୍ନା କରିବାକୁ ପଡ଼ିଥାଏ। ଏହି ସମସ୍ୟା ଶୀଘ୍ର ଠିକ ହୋଇ ଯାଇଥାଏ ତ କେବେକେବେ ଏହା ଲମ୍ବା ସମୟ ପର୍ଯ୍ୟନ୍ତ ରହିଥାଏ। ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ ଯାହାଦ୍ଵାରା ଥଣ୍ଡା,କାଶ, କଫ ସବୁ ଛାଡ଼ି ଯିବ।ଆପଣ ମାନଙ୍କୁ ଏକ ଘରୋଇ ଉପାୟ କହିବାକୁ ଯାଉଚି ଯାହାକୁ ପ୍ରୟୋଗ କରିବା ଦ୍ୱାରା !

ଆପଣଙ୍କ ସବୁ ସମସ୍ୟା ଦୁଇ ତିନି ଦିନ ଭିତରେ କୁଆଡେ ଉଭେଇ ଯିବ।ପୁରା ନାକର କଫ ଦୂରେଇ ଯିବ ଓ ଯେଉଁ ଥଣ୍ଡା ଶରୀର ଭିତରେ ଥିବ ସେ ବାହାରିଯିବ।ଆପଣ ପୁରା ସୁସ୍ଥ ଅନୁଭବ କରିବେ ଓ ମତେ ଧନ୍ୟବାଦ ଦେବେ।ଆପଣ ଏହାକୁ କେବଳ ନିଜ ପର୍ଯ୍ୟନ୍ତ ସୀମିତ ରଖିବେ ନାହିଁ ଆପଣଙ୍କର ସାଙ୍ଗ ସାଥି ,ବନ୍ଧୁ ଆଦି ଯିଏ ବି ଏହି ରୋଗରେ ପୀଡିତ ଥିବେ ତାଙ୍କୁ ଆପଣ କହିବେ।

ଆପଣ ପ୍ରଥମେ ଏକ ଚାମଚ ଜିରା ନେବେ ଓ ତା ସହିତ ଗୋଟିଏ ଖଣ୍ଡ ଅଦାକୁ ପେଶିକରି ଏକ ଚାମଚ ଜିରା ସହିତ ସମାନ କରି ନେବେ।ଏଥି ସହିତ ଗୋଲମରିଚ ୧୦ ବା ୧୨ଟି ପତ୍ର ନିଅନ୍ତୁ।ଆପଣ ଦୁଇ ଗ୍ଲାସ ପାଣି ନେଇ ସେଥିରେ ଏସବୁ ପକାଇ ସିଝାଇ ଦିଅନ୍ତୁ।ଏହାକୁ ପୁରା କଡ଼ା ଭାବରେ ଗରମ କରିବେ।ଯେବେ ଦୁଇ ଗ୍ଲାସ ପାଣି ମରିକି ଏକ ଗ୍ଲାସ ହୋଇଯିବ ସେତେବେଳେ ଏହାକୁ ଛାଣି ଦେବେ।ଏଥିରେ ଲେମ୍ବୁ ମିଶାଇ କରି ଆରାମସେ ଅଳ୍ପ ଅଳ୍ପ କରି ପିଇବେ।

ଏହାକୁ ଦିନରେ ଦୁଇଥର ପିଇ ପାରିବେ ଓ ଯଦି ଅଧିକ ଥଣ୍ଡା କାଶ ରହିଛି ତ ତିନିଥର ପିଇ ପାରିବେ।ଦୁଇ ଦିନ ପର୍ଯ୍ୟନ୍ତ ପିଇବେ ଆପଣଙ୍କର ପୁରା ଥଣ୍ଡା କାଶ ଆଦି ସବୁ ଦୂରେଇ ଯିବ।ଯେଉଁ ଥଣ୍ଡା ଶରୀର ଭିତରେ ବସିକି ଅଛି ସେ ବାହାରିଯିବ।


ଆଉ ଗୋଟିଏ ରେମୀଡି ଥଣ୍ଡା ଓ କାଶ ପାଇଁ ସିରପ ଘରୋଇ ଉପଚାର ବିଲକୁଲ ପ୍ରାକୃତିକ ଉପାୟରେ ପ୍ରଥମେ ଆପଣ ଅଧା ଚାମଚ୍ ମହୁ ନିଅନ୍ତୁ ଓ ସେଥିରେ କିଛି ଲେମ୍ବୁ ମିଶାନ୍ତୁ ତାପରେ ଆପଣ ଡାଲଚିନି ଗୁଣ୍ଡ ପକାନ୍ତୁ ଡାଳଚିନିରେ ବି ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଥାଏ । ଯାହାକି ହୃଦରୋଗ ପରି ସମସ୍ୟାରୁ ଶରୀରକୁ ସୁରକ୍ଷା ଦିଏ ।

ଅନ୍ୟ ପକ୍ଷରେ ଯାୟତ୍ରୀ ମସଲା ବି ଖାଦ୍ୟର ସ୍ୱାଦ ବଢାଇବା ସହିତ ଦାନ୍ତ ଜନିତ ସମସ୍ତ ପ୍ରକାର ରୋଗ ଭଲ କରିଥାଏ । ଯଇଫଳରେ ଥିବା ପୋଟାସିୟମ, କ୍ୟାଲସିୟମ ଶରୀରର ପ୍ରତିଷେଧକ କ୍ଷମତା ବଢ଼ାଇଥାଏ । ତାପରେ ଏହାକୁ ମିଶେଇ ଦିଅନ୍ତୁ ଏହାକୁ ଆପଣ ମାନେ ଦିନକୁ ଦୁଇ ଥର ଲେଖାଏଁ ଖାଇବେ ଦେଖାଇବେ ଆପଣ ଙ୍କ ଥଣ୍ଡା କାଶ ଓ କଫ ଏକାଥରେ ଗାଏବ ହୋଇଯିବ।

ରସୁଣ :  ସକାଳୁ ଉଠିଲା ପରେ ୩-୪ କୁଲା ରସୁଣ ଭଲଭାବେ ଚୋବାଇ ଖାଆନ୍ତୁ। ଏଥିରେ ଆଣ୍ଟି-ବ୍ୟାକ୍ଟିରିୟଲ୍‌ ତତ୍ତ୍ୱ ଥିବାରୁ କଫ ଓ କାଶକୁ ଦୂର କରିବାରେ ଖୁବ୍‌ ସାହାଯ୍ୟ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।