ପ୍ରତ୍ୟେକ ମହିଳାଙ୍କ ପାଇଁ ଗର୍ଭାବସ୍ଥା ହେଉଛି ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏପରି ଅବସ୍ଥାରେ ମହିଳାଙ୍କର ସ୍ୱତନ୍ତ୍ର ଯତ୍ନ ନେବାକୁ ପଡ଼ିଥାଏ। ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ଏହି ସମୟରେ ନିତାନ୍ତ ଆବଶ୍ୟକ।
ଗର୍ଭାବସ୍ଥାରେ ହରମୋନ୍ ପରିବର୍ତ୍ତନ ଯୋଗୁ ମହିଳାମାନେ ଅନେକ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ଯେଉଁ କାରଣରୁ ମହିଳାମାନଙ୍କୁ ଠିକ୍ ଭାବରେ ନିଦ ହୋଇ ନଥାଏ। ଏପରିକି ମହିଳାମାନେ ଏହି ସମୟରେ ଭୟଭୀତ ଅବସ୍ଥାରେ ରହିଥାନ୍ତି। ନିଦ ନହେଲେ ଗର୍ଭରେ ଥିବା ଶିଶୁ ଉପରେ ମଧ୍ୟ ଖରାପ ପ୍ରଭାବ ମଧ୍ଯ ପଡ଼ିଥାଏ। ତେଣୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଗର୍ଭାବସ୍ଥା ସମୟରେ ଭଲ ନିଦ ହେବ କିପରି।
-ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୁଅନ୍ତୁ ନାହିଁ। କିଛି କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ ପଟ ମାଡ଼ି ଶୋଇବା ଅଭ୍ୟାସ କରନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।
-ରାତିରେ ହାଲ୍କା ଖାଦ୍ୟ ଖାଆନ୍ତୁ। ଛାତି ଜଳାପୋଡ଼ା ସମସ୍ୟାରୁ ରକ୍ଷା ପାଇବା ପାଇଁ ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।
-ସୁସ୍ଥ ରହିବା ପାଇଁ ନିୟମିତ ଯୋଗ କରନ୍ତୁ। ଏହାଦ୍ୱାରା ଆପଣଙ୍କ ପାଦ ଓ ଆଣ୍ଠୁ ଯନ୍ତ୍ରଣା କମ୍ ହେବ।ଦିନରେ ବାରମ୍ୱାର କିଛି ନା କିଛି ଖାଆନ୍ତୁ। କାରଣ ଖାଲି ପେଟରେ ରହିଲେ ବାନ୍ତି ହେବାର ସମ୍ଭାବନା ରହିଥାଏ। ଗର୍ଭାବସ୍ଥା ସମୟରେ ମହିଳାମାନେ ବେଡ୍ର ଦୁଇ ପଟରେ ତକିଆ ଦେଇ ଶୋଇବା ଉଚିତ୍।
-ଶୋଇବା ପୂର୍ବରୁ ଉଷୁମ ପାଣିରେ ଗାଧାନ୍ତୁ। ଏପରି କରିବା ଦ୍ବାରା ରିଲାକ୍ସ ଲାଗିବା ସହ ଭଲ ନିଦ ମଧ୍ୟ ହୋଇଥା।ଗର୍ଭାବସ୍ଥା ବେଳେ ମହିଳାଙ୍କୁ ଅଧିକ ଖାଦ୍ୟ ଖାଇବାକୁ କୁହାଯାଏ। ଗର୍ଭରେ ଶିଶୁଥିବାରୁ ମହିଳାଙ୍କୁ ଏହି ସମୟରେ ଦୁଇଜଣଙ୍କ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ। ମାତ୍ର ଏଭଳି ଧାରଣା ଭୁଲ୍। ଗର୍ଭାବସ୍ଥା ବେଳେ ମହିଳାଙ୍କୁ ଅତିରିକ୍ତ ୩୦୦ କ୍ୟାଲୋରି ଆବଶ୍ୟକ ପଡ଼ିଥାଏ। ତା’ଠାରୁ ଅଧିକ ଖାଇଲେ ମେଦବହୁଳତାର ଶିକାର ହେବା ଆଶଙ୍କା ରହିଛି।
ଗର୍ଭାବସ୍ଥା ରେ ଅମୃତଭଣ୍ଡା ଖାଇବା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ ବୋଲି ବହୁ ପୁରାତନ କଥା ରହିଛି। ପ୍ରକୃତରେ ଅପରିପକ୍ୱ ବା ଅଧା ପାଚିଥିବା ସବୁଜ ଅମୃତଭଣ୍ଡାରେ ଲେଟେକ୍ସ ଉଚ୍ଚ ସାନ୍ଦ୍ରତାରେ ରହିଥାଏ। ଏହା ଅକ୍ସିଟୋସିନ୍ ଓ ପ୍ରୋଷ୍ଟାଗ୍ଲେଣ୍ଡିସ୍ ଭଳି ଶ୍ରମ ଉଦ୍ପ୍ରେରଣ ହରମୋନ୍ର ସୃଷ୍ଟି କରେ। ଯାହା ଶିଶୁ ପାଇଁ କ୍ଷତିକାରକ ହୋଇଥାଏ। ମାତ୍ର ପାଚିଲା ଅମୃତଭଣ୍ଡାରେ ଏହା କମ୍ ପରିମାଣରେ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପାଚିଲା ଅମୃତଭଣ୍ଡା ଖାଇବା ବିପଦଜନକ ନୁହେଁ।
ଗର୍ଭାବସ୍ଥାରେ ଚିତ୍ ହୋଇ ଶୋଇବାକୁ ମହିଳା ଙ୍କୁ ମନା କରାଯାଏ। ବାମ କଡ଼ ମାଡ଼ି ଶୋଇବା କୁ ସେମାନଙ୍କୁ ପରାମର୍ଶ ଦିଆଯାଏ। କୁହାଯାଏ ଯେ ସିଧା ଶୋଇବା ଦ୍ୱାରା ଗର୍ଭସ୍ଥ ଶିଶୁ ଠିକ୍ ଭାବେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରେ ନାହିଁ। କିନ୍ତୁ ଏଭଳି ଭାବିବା ଭୁଲ। ଆପଣ ଙ୍କୁ ଯେଉଁ ଭଳି ଶୋଇବାକୁ ଭଲ ଲାଗୁଛି ସେମିତି ଶୁଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।