Weight gain Tips – ପତଳା ରୁ କେମିତି ମୋଟା ହେବେ ପ୍ରାକୃତିକ ଉପାୟରେ ଓଜନ ବୃଦ୍ଧି କରନ୍ତୁ ! Jaya kishori…

ପ୍ରତ୍ୟେକ ମନୁଷ୍ୟ ଫିଟ୍ ରହିବା ପାଇଁ ସୁନ୍ଦର ସ୍ବାସ୍ଥ୍ୟର ଆବଶ୍ୟକତା ରହିଛି।ସୁନ୍ଦର ସ୍ୱାସ୍ଥ୍ୟ ହିଁ ମଣିଷକୁ ଠିକ୍ ଭାବରେ ଗଢି ତୋଲିବାରେ ସାହାଯ୍ୟ କରିଥାଏ। ଆପଣ ମାନେ ବହୁ ବ୍ୟକ୍ତିଙ୍କୁ ଦେଖିଥିବେ ଯେଉଁମାନଙ୍କ ଓଜନ ଖୁବ୍ କମ୍। ସେମାନେ ଖୁବ୍ ପତଳା ହୋଇଥାନ୍ତି।

ତେବେ ଏହି ଦୁର୍ବଳ ପତଳା ଶରୀର ମଣିଷକୁ ରୋଗଗ୍ରସ୍ତ କରିଦିଏ।ଏମାନେ ଶାରୀରିକ ପରିଶ୍ରମ କରି ପାରନ୍ତି ନାହିଁ ଫଳରେ ଏମାନେ ମାନସିକ କ୍ଷେତ୍ରରେ ଦୁର୍ବଳ ହୋଇ ପଡନ୍ତି।ତେବେ ଏମାନେ ମୋଟା ହେବା ପାଇଁ ମାର୍କେଟ ରେ ବିକ୍ରି ହେଉଥିବା ଔଷଧ ମଧ୍ୟ ସେବନ କରିଥାନ୍ତି ଯାହା ଫଳରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳି ଥାଏ।

ତେବେ ଏମିତି ଦେଖିବାକୁ ଗଲେ ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ।ଯେଉଁମାନଙ୍କ ର ଓଜନ ବହୁତ କମ ରହିଛି ସେମାନଙ୍କୁ ହିଁ ଅଧିକ ରୋଗ ହୋଇଥାଏ।ତେବେ ଓଜନ ବଢ଼ାଇବା ପାଇଁ ମଧ୍ୟ ଅନେକ ପ୍ରାକୃତିକ ଔଷଧ ରହିଛି।ଆଜି ଆମେ ଆପଣଂକୁ ଏହି ପରି ଏକ ଉପାୟ କହିବୁ ଯାହା ଦ୍ୱାରା ଶତ ପ୍ରତିଶତ ଆପଣଙ୍କ ର ଓଜନ ବଢିବ।

୧. ଆପଣ ଯେତେବେଳେ ସକାଳେ ଉଠୁଛନ୍ତି ପ୍ରଥମେ ଆପଣଙ୍କୁ ଏକ ଲିଟର ପାଣି ପିଅନ୍ତୁ। ଏହି ପାଣି ବ୍ରସ କରିବା ପୁର୍ବରୁ ପିଅନ୍ତୁ। କାହିଁକି ନା ଆମେ ସକାଳ ଉଠିଲା ପରେ ଯେଉଁ ଲାଳ ଆମ ପାଟିରୁ ବହାରିଥାଏ ସେଇଟା ଆମ ଶରୀର ପାଇଁ ଖୁବ୍ ଲାଭ ଦାୟକ ହୋଇଥାଏ। ତେଣୁ ପାଣି ସାହାଯ୍ୟରେ ସେହି ଲାଳ ଆମ ଶରୀର ଭିତରକୁ ଗଲେ ତାହା ଶରୀର ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

୨. ଏହାପରେ ଆପଣ ଯେତେବେଳେ ପାଣି ପିଉଛନ୍ତି ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ନଚେତ୍ ଏକ ଘଣ୍ଟା ପରେ ପିଅନ୍ତୁ। ଏଥି ସହିତ ଧ୍ୟାନ ରଖନ୍ତୁ ଆପଣ ଯେତେବେଳେ ପାଣି ପିଉଛନ୍ତି ଛିଡା ହୋଇ କେବେ ପାଣି ପିଅନ୍ତୁ ନାହିଁ ଏହା ସ୍ବାସ୍ଥ୍ୟ ପାଇଁ ହାନି କାରକ ଅଟେ। ସର୍ବଦା ବସିକରି ପାଣି ପିଇବେ ଏବଂ ଧିରେ ଧିରେ ପାଣିକୁ ପିଇବେ।

୩. ସକାଳ ଜଳଖିଆ ପୂର୍ବରୁ ପ୍ରଥମେ କିଛି ଡ୍ରାଇଫ୍ରୁଟସ୍ ଖାଆନ୍ତୁ ଅର୍ଥାତ୍ ଗଜା ମୁଗ, ଗଜା ବୁଟ, କାଜୁ, ବାଦାମ ଇତ୍ୟାଦି ଖାଇ ପାରିବେ। ଯାହା ଆପଣଙ୍କ ଶରୀରର ଓଜନ ବୃଦ୍ଧି କରିବାରେ ଖୁବ୍ ସହାୟତା କରିଥାଏ।

୪. ଲଞ୍ଚରେ ଆପଣ ସବୁଜ ପନିପରିବା ଅଧିକ ସାମିଲ କରନ୍ତୁ। ପ୍ରତିଦିନ ଶାଗ ଖାଆନ୍ତୁ ସାଲାଡ଼ ଖାଆନ୍ତୁ। ଏଥିରୁ ଶରୀରକୁ ବହୁ ମାତ୍ରାରେ ଫାଇବର ଓ ପ୍ରୋଟିନ ମିଳିଥାଏ। ଯାହା ଓଜନ ବୃଦ୍ଧି କରିଥାଏ।

୫. ପ୍ରତିଦିନ ଦୁଇକପ ଦହି ଓ ଗୋଟିଏ କଦଳୀ ଖାଆନ୍ତୁ। ରାତିରେ ଭାତ ନ ଖାଇ ରୁଟି ନହେଲେ କିଛି ଡ୍ରାଇଫ୍ରୁଟସ୍ ଖାଆନ୍ତୁ ଏଥି ସହିତ ରାତି ଖାଇବା କମ୍ କରନ୍ତୁ।

୬. ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ ରହିଛି। ଏହା ଶରୀରକୁ ସୁନ୍ଦର୍ ଓ ଫିଟ୍ ରଖିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।