Exclusive – ସ୍ୱାମୀର ଛିତା ଲିଭିନି ସ୍ତ୍ରୀ ପ୍ରେମିକ ସହ ଫେରାର,ଏବେ ସ୍ୱାମୀ ତ ମରିଗଲା….ଚାଲ ଜେଲରେ ପ୍ରେମ କରିବା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଶ୍ମଶାନ ରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳି ରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ହେଲେ ସେହି ଦାଣ୍ଡ ରେ ପିଲା ଛୁଆ ଙ୍କ ସହିତ ସମ୍ପର୍କ ଭାଙ୍ଗି ପ୍ରେମିକ ଙ୍କ ହାତ ଧରି ଚମ୍ପଟ ମାରିଲା ସ୍ତ୍ରୀ! ଯାହାର ଖବର ମିଡିଆ ରେ ଭାଇରାଲ୍‌ ହୋଇଛି। ଏ ଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳ ରେ ଘଟିଛି।

ମିଳିଥିବା ଖବର ଅନୁସାରେ ଅବୈଧ ସମ୍ପର୍କ ରୁ ପ୍ରେମିକା ସହ ମିଶି ସ୍ୱାମୀ ପତ୍ନୀ ଙ୍କୁ ହତ୍ୟା କରିଥିବା ର ଅଭିଯୋଗ ହୋଇଛି। ଏ ଭଳି ଗୁରୁତ୍ୱ ର ଅଭିଯୋଗ ଆଣିଛନ୍ତି ନିଜ ପୁଅ ଓ ଝିଅ। ଏ ଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମ ରେ। ଗାଁ ର ପୂଜକ ରଙ୍ଗାଧର ଦାସ ଙ୍କ ପତ୍ନୀ ରତ୍ନମଣି ଙ୍କ ସହ ସେହି ଗାଁ ର ଅସିତ ଶତପଥି ଙ୍କ ର ଦୀର୍ଘ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠି ଥିଲା।

 ଅସିତ ଶତପଥୀ ରଙ୍ଗାଧର ଙ୍କ ଅନୁପସ୍ଥିତି ରେ ରତ୍ନମଣି ଙ୍କ ଘର କୁ ଯାଆସ କରି ଆସୁଥିଲା। ତେବେ ମାର ଏହି ଅନୈତିକ ସମ୍ପର୍କ କୁ ପୁଅ ଓ ଝିଅ ଜାଣିବା ପରେ ପ୍ରତିବାଦ କରିବା ରୁ ଅସିତ ଓ ରତ୍ନମଣି ମିଶି ମାଡ଼ ମାରିବା ସହ ବାପା ଙ୍କୁ ମାରି ଦେବା ପାଇଁ ଧମକ ଦେଇ ଆସୁଥିଲେ।

ହେଲେ ସ୍ୱାମୀ ଙ୍କୁ ରାସ୍ତା ରୁ ହଟାଇବା ପାଇଁ ଗତ ୧୭ ତାରିଖ ଦିନ ରଙ୍ଗାଧର ମନ୍ଦିର କୁ ପୂଜା କରିବା କୁ ଯାଇ ଥିବା ବେଳେ ପତ୍ନୀ ରତ୍ନମଣି ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖି ବାକୁ ପାଇ ଥିଲେ। ତାର କିଛି ସମୟ ପରେ ରଙ୍ଗାଧର ଙ୍କ ପତା ମିଳି ନ ଥିଲା।

ଏ ନେଇ ରଙ୍ଗାଧର ଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନା ରେ ଅଭିଯୋଗ କରିଥିଲେ। ଆଉ ଏହାର ୫ ଦିନ ପରେ ଗାଁ ନିକଟସ୍ଥ ସିମିଳି ମାହାରା ଜୋର ନିକଟ ରୁ କ୍ଷତାକ୍ତ ମୃତ ଦେହ କୁ ପୋଲିସ ଉଦ୍ଧାର କରିଥିଲା । ଆଉ ସବୁଠୁ ବଡ଼ କଥା ହେଉଛି ଗୋଟିଏ ପଟେ ମଶାଣି ରେ ସ୍ୱାମୀର ଚିତା ଲିଭିନ ଥିବା ବେଳେ!

ସ୍ତ୍ରୀ ରତ୍ନମଣି ୪ ପିଲା ଙ୍କୁ ଛାଡି ସର୍ବ ସମୁଖ ରେ ପ୍ରେମିକ ର ହାତ ଧରି ଗାଁ ଦାଣ୍ଡ ରେ ଚାଲି ଚାଲି ଯାଉଥିବା ର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରା ଯାଇଛି । ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଆଗକୁ ତଦନ୍ତ ଆଗେଇବ ବୋଲି ରାଜକନିକା ଆଇ ଆଇ ସି କହିଛନ୍ତି।

ରତ୍ନମଣି ଓ ତାଙ୍କ ପ୍ରେମିକ ଜାଣିଶୁଣି ରଙ୍ଗାଧରକୁ ବେକ ଚିପିବା ସହ ମୁଣ୍ଡରେ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଯାଏ ବି ଏମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସେମିତି ହୋଇ ନ ଥିବା !

ବେଳେ ମୃତ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର କରିଥିବା ଅଭିଯୋଗର ସତ୍ୟତା ବେଶ୍ ପ୍ରାସଙ୍ଗିକ ମନେହୁଏ। ଅପରପକ୍ଷରେ ରତ୍ନମଣି ସ୍ୱାମୀର ଜୂଇ ଜଳୁଥିବା ବେଳେ ପ୍ରେମିକର ହାତ ଧରି ଫେରାର ହୋଇଯିବା ଓ ଗ୍ରାମବାସୀଙ୍କ ଅଭିଯୋଗ ନିଶ୍ଚିତ ଭାବେ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଡେ ଇଙ୍ଗିତ କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।