ସ୍ୱାମୀର ଚାଲିଛି ଅନ୍ତିମ ସତ୍କାର ..ଏପଟେ ୪ ଛୁଆଙ୍କୁ ଛାଡି ପ୍ରେମିକ ସହ ନୂଆ ସଂସାର ଗଢିବା ପାଇଁ ଚାଲିଗଲା ମା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ରାଜକନିକା ଥାନା ଭାମଣ୍ଡା ଗ୍ରାମ ନୃସିଂହ ନାଥ ମନ୍ଦିରର ପୂଜକ ରଙ୍ଗାଧର ଦାଶ ଯିଏକି ଗତ ୧୭ ତାରିଖରୁ କେଉଁଆଡେ ନିଖୋଜ ହେବା ନେଇ ରାଜକନିକା ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ପ୍ରଥମେ ରଙ୍ଗାଧର ଦାଶଙ୍କ ସ୍ତ୍ରୀ ରତ୍ନମଣି ଥାନାରେ ଅଭିଯୋଗ କରିଥିଲେ।
ଏହାପରେ ରାଜକନିକା ଥାନାରେ ପୁଣିଏକ ଅଭିଯୋଗ କରିଥିଲେ ନିଖୋଜ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର। ପାରିପାରିକ ଏହି ଝଗଡା ସେଇ ଗ୍ରାମର ଏକ ଯୁବକ ଓ ରତ୍ନମଣିଙ୍କ ଅବୈଧ ସମ୍ପର୍କକୁ ନେଇ ସବୁ ବେଳେ ରଙ୍ଗାଧର ମନସ୍ତାପରେ ରହୁଥିଲେ।
ପରିବାର ଲୋକ ଗତକାଲି ରଙ୍ଗାଧରଙ୍କ ଅନ୍ତେଷ୍ଟି କାର୍ଯ୍ୟ କରିଥିଲେ। ହେଲେ ତାଜୁବ କରିବା ଭଳି କଥାଟି ହେଉଛି ଯେଉଁ ସ୍ତ୍ରୀ ସ୍ୱାମୀର ଏଭଳି ମୃତାହତ ହେବା ବେଳେ ଦୁଃଖରେ ମ୍ରିୟମାଣ ହେବା କଥା ତାହା ତାଙ୍କ ପାଖେ ଦେଖିବାକୁ ମିଳିନଥିଲା ମଶାଣୀକୁ ଶବ କୋକେଇ ଯୋଗେ ବୁହା ହେଲା।
ଜୂଇରେ ବି ନିଆଁ ଲାଗିଲା। ହେଲେ ସାତଜନମକୁ ସାଥି ହୋଇ ଥିବା ପତ୍ନୀ ଜଣକ କିନ୍ତୁ ମୁହଁ ମୋଡି ଚାଲିଗଲା ପ୍ରେମିକ ସହ। ଯାହାକି ପରକୀୟା ପ୍ରୀତି ନେଇ ଉଠିଥିବା କଥାଟି ଏଠାରେ ସତ୍ୟ ବୋଲି ବିବେଚିତ ହୋଇଛି। ସ୍ୱାମୀର ଜୂଇ ଲିଭି ନ ଥିଲା,ଏପାଖରେ ହାତରୁ ଶଂଖା ଖୋଲି ସ୍ତ୍ରୀ ନିଜ ପ୍ରେମିକ ସହ ଫେରାର ହୋଇଯିବ ।
ଗଙ୍ଗାଧର ଓ ରତ୍ନମଣିଙ୍କର ଏବେ ଦୁଇ ଝିଅ,ଦୁଇ ପୁଅ ରହିଛନ୍ତି। ଦୁଇ ଝିଅ ନିଜ ପ୍ରତିକ୍ରିୟାରେ ଆମ ମାଆ ଅନ୍ୟ ଲୋକ ସହିତ ଖରାପ ସମ୍ପର୍କ ରଖି ଆମ ବାପାକୁ ମାରିଦେଲେ ବୋଲି କହିବା ସହ ଏମିତି ମାଆ କାହାକୁ ନ ମିଳୁ। ଏଭଳି ମାଆଙ୍କୁ ଆମେ ଚାହୁଁନା ବୋଲି କାନ୍ଦ କାନ୍ଦ ହୋଇ କହିଥିଲେ।
ଅନ୍ୟପଟେ ରତ୍ନମଣିଙ୍କ ପ୍ରେମିକ ବି ରୋକଠୋକ୍ ଚାରିବର୍ଷ ହେବ ରତ୍ନମଣିଙ୍କ ସହ ସମ୍ପର୍କ ଥିବା ନେଇ କହିଥିଲେ।ଏମିତିକି ଏକଥା ରଙ୍ଗାଧର ବି ଏହାକୁ ଜାଣିଥିଲେ ବୋଲି ମଧ୍ୟ କହିଥିଲେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ଏସବୁ ଘଟଣାରେ ରତ୍ନମଣିଙ୍କ ପ୍ରତିକ୍ରିୟା ନେଇଥିଲୁ!
ସେ ବି ସ୍ପଷ୍ଟ ଭାବେ ଅନ୍ୟ ସେହି ବିବାହିତ ଯୁବକଙ୍କ ସହ ଅବୈଧ ମିଳାମିଶା ଅଛି ବୋଲି ମାନିଥିଲେ।ଏମିତିକି ସ୍ୱାମୀ ଗଲାପରେ ବିଧବା ହୋଇ ଶାଶୁଘରେ ପିଲାମାନଙ୍କ ସହ ରହିବ କି ନାହିଁ ପଚାରିଲା ପରେ ପିଲାମାନେ ତାଙ୍କୁ ରଖାଇ ଦେବେ ନାହିଁ।ସେଥିପାଇଁ ପ୍ରେମିକ ସହ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ।
ଅନ୍ୟପଟେ ଏ ଘଟଣାକୁ ନେଇ ଭାମଣ୍ଡା ଗ୍ରାମରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲୁଚାଛପାରେ ଦୁହିଂଙ୍କର ଅବୈଧ ପ୍ରେମ ବେଶ୍ ବହୁ ବର୍ଷ ଧରି ଚାଲିଥିବା କଥା ଚର୍ଚ୍ଚା ହୋଇଛି। ପ୍ରେମିକ ବି ଏହାକୁ ନେଇ ଚେତାବନୀ ଦେବା ପରେ ଆଜି ତାହା ସତ ହୋଇଛି। ରତ୍ନମଣି ଓ ତାଙ୍କ ପ୍ରେମିକ ଜାଣିଶୁଣି ରଙ୍ଗାଧରକୁ ବେକ ଚିପିବା ସହ ମୁଣ୍ଡରେ ଲୁହାରଡରେ ପିଟି ପିଟି ହତ୍ୟା କରିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏଯାଏ ବି ଏମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ସେମିତି ହୋଇ ନ ଥିବା ବେଳେ ମୃତ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର କରିଥିବା ଅଭିଯୋଗର ସତ୍ୟତା ବେଶ୍ ପ୍ରାସଙ୍ଗିକ ମନେହୁଏ। ଅପରପକ୍ଷରେ ରତ୍ନମଣି ସ୍ୱାମୀର ଜୂଇ ଜଳୁଥିବା ବେଳେ ପ୍ରେମିକର ହାତ ଧରି ଫେରାର ହୋଇଯିବା ଓ ଗ୍ରାମବାସୀଙ୍କ ଅଭିଯୋଗ ନିଶ୍ଚିତ ଭାବେ ସୁପରିକଳ୍ପିତ ହତ୍ୟାକାଣ୍ଡ ଆଡେ ଇଙ୍ଗିତ କରୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।