Savitri Brata -ଆଜି ପବିତ୍ର ସାବିତ୍ରୀ ବ୍ରତ କରନ୍ତୁ ନାହିଁ ଏହି ୫ଟି ଭୁଲ | ସ୍ଵାମୀଙ୍କ ହେବ ଅକାଳ ମୃତ୍ୟୁ |ଜାଣନ୍ତୁ କଣ କଣ କରିବେନି …

ଜ୍ୟୈଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ଓଷା ପାଳନ କରାଯାଇଥାଏ । ଏ ଦିନ ସଧବା ସ୍ତ୍ରୀ ଲୋକମାନେ ନିଜ ସ୍ଵାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରି ବ୍ରତ ରଖିଥାନ୍ତି। ଏ ବର୍ଷର ସାବିତ୍ରୀ ବ୍ରତ ଆସନ୍ତା ମଇ ୩ ତାରିଖରେ ପଡୁଅଛି। ତେବେ ଏହି ସାବିତ୍ରୀ ବ୍ରତରେ ଆପଣ ଏମିତି କିଛି ଭୁଲ୍ କରିଥାନ୍ତି ଯାହା ସ୍ୱାମୀଙ୍କ ଉପରକୁ ବିପଦ ଆଣିଦିଏ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ସାବିତ୍ରୀ ବ୍ରତରେ କେଉଁ ଭୁଲ କରିବା ଉଚିତ୍ ହୋଇନଥାଏ। ତେବେ ଆସନ୍ତୁ ଜାଣିବା ସେହି ଭୁଲ ସବୁ କଣ।

୧.ସଧବା ନାରୀ ମାନଙ୍କ ପାଇଁ ଲାଲ୍ ରଙ୍ଗ ଖୁବ୍ ଶୁଭ ହୋଇଥାଏ ଅର୍ଥାତ୍ ଲାଲ୍ ରଙ୍ଗର ଶାଢ଼ୀ, ସିନ୍ଦୁର, ଲାଲ୍ ଅଳତା ଇତ୍ୟାଦି। କିନ୍ତୁ କଳାରଙ୍ଗ ସଧବା ନାରୀ ମାନଙ୍କ ପାଇଁ ଶୁଭ ହୋଇନଥାଏ ତେଣୁ ସାବିତ୍ରୀ ବ୍ରତ ଦିନ କିମ୍ବା ଅନ୍ୟ କୌଣସି ଶୁଭ ଦିନରେ କେବେ ବି କଳା ରଙ୍ଗର ଶାଢୀ ପିନ୍ଧାନ୍ତୁ ନାହିଁ । ଏହା ଅଶୁଭ ଅଟେ।

୨.ଏହି ଅମାବାସ୍ୟା କିମ୍ବା ଅଲଗା ଦିନରେ ରାତିରେ ବାହାରେ ଲୁଗା ଶୁଖାନ୍ତୁ ନାହିଁ । କାରଣ ଏହି ଦିନ ଅମବାସ୍ୟା ହେତୁ କାଳରାତ୍ରି ବୋଲି କୁହାଯାଏ । ସେଥିପାଇଁ ଆପଣଙ୍କର ଓ ସ୍ଵାମୀଙ୍କ ଲୁଗା କେବେ ବି ରାତିରେ ବାହାରେ ଶୁଖାନ୍ତୁ ନାହିଁ ।

୩.ସାବିତ୍ରୀ ବ୍ରତ ଦିନ କିମ୍ବା କୌଣସି ବି ଶୁଭ ଦିନରେ ସ୍ଵାମୀ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହା ଦ୍ଵାରା ସ୍ଵାମୀଙ୍କ ଆୟୁଷ କମ ହୋଇପାରେ ।

୪.ଚତୁର୍ଥ ଭୁଲ ହେଉଛି ସାବିତ୍ରୀ ବ୍ରତ ଦିନ କୌଣସି ବି ଜିନିଷ କାଟିବେ ନାହିଁ ।ଏହା ସହିତ ସ୍ଵାମୀଙ୍କୁ ବି ଏହି ଦିନରେ କୌଣସି ଜିନିଷ କାଟିବାକୁ ମନା କରିବେ । ଯେମିତି କି ଗଛ କାଟିବା ଇତ୍ୟାଦି ।

୫. ଏହି ସାବିତ୍ରୀ ବ୍ରତ ଦିନ କେବେ ବି ରୋଷେଇ ହୋଇଥିବା ଖାଦ୍ୟ ସେବନ କରିବା ଉଚିତ୍ ହୋଇ ନଥାଏ। କାରଣ ଏହି ସାବିତ୍ରୀ ବ୍ରତ ଦିନ ବହୁତ ନିଷ୍ଠାର ସହ ଉପବାସ ରହି କରିବାକୁ ପଡିଥାଏ। ଆପଣଙ୍କ ପୂଜାରେ ଯେଉଁ ଭୋଗ ଲାଗିଥିବ ସେଥିରୁ ଆପଣ ଖାଇପାରିବେ। ଯେପରିକି ଗଜାମୁଗ ଗଜାବୁଟ ଫଳମୂଳ ଇତ୍ୟାଦି ଖାଇ ପାରିବେ ଏବଂ ପଣା ମଧ୍ୟ ପିଇ ପାରିବେ।

୬.ଏହି ସାବିତ୍ରୀ ଅମାବାସ୍ୟା ଦିନ ଯଦି ଆପଣଙ୍କ ପରିବାରର କାହାର ମୃତ୍ୟୁ ହୋଇଛି ଓ ଘରେ ଶିଶୁ ଜନ୍ମ ହୋଇଛି ଓ ଆପଣଙ୍କର ମାସିକ ଧର୍ମ ଚାଲୁଅଛି ଏହି ବ୍ରତ କେବେ ବି ପାଳନ କରିବେ ନାହିଁ। ନଚେତ୍ ଏହା ଶୁଭ ହେବା ବଦଳରେ ଅନେକ ଗୁଡ଼ିଏ ଅଶୁଭ ସୂଚନା ଦେଇଥାଏ।

୭. ସାବିତ୍ରୀ ବ୍ରତରରେ ଆପଣଙ୍କ ପୂଜାରେ ଲାଗିଥିବାପୂଜା ସାମଗ୍ରୀ ଯେମିତିକି ଫୁଲ, ଆମ୍ବ ଡାଳ, କଳସ, ପଇଡ ଇତ୍ୟାଦିକୁ କେଉଁଟି ବି ରଖିବେ ନାହିଁ କି ଏଣେ ତେଣେ ଫିଙ୍ଗିବେ ନାହିଁ ଏହାକୁ କେବଳ ପାଣିରେ ହିଁ ବିସର୍ଜନ କରିବା ଉଚିତ୍ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।