New Twist – ରାଜା ରଶ୍ମିର ଲଭର୍ ଥିଲା ହେଲେ ରଶ୍ମି ସନ୍ତୋଷ ସହ ରହୁଥିଲା ! ସାଥୀ ଅଭିନେତ୍ରୀ ସୁପ୍ରିୟା କଲେ ଚାଂଚଲ୍ୟକର ଖୁଲାସା,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢ଼ି ଚାଲିଛି ସସ୍‌ପେନ୍ସ।ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ।ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଦେଖା ଦେଇଛି।

ଲିଭ୍-ଇନ୍ ରେଲେଶନରେ ରହୁଥିଲେ ରଶ୍ମିରେଖା, ତେବେ ଯାହା ସହ ସେ ରହୁଥିଲେ ତାଙ୍କୁ ବିବାହ କରିଥିଲେ କି ନାଇ ସେ କଥା ତଦନ୍ତ କରୁଛି ପୋଲିସ। ଏପଟେ ଅଭିନେତ୍ରୀ ରଶ୍ମିରେଖା ରହୁଥିବା ଘରର ଘର ମାଲିକ କହିଛନ୍ତି ସେମାନେ ଦୁହେଁ ସ୍ୱାମୀ ସ୍ତ୍ରୀ ଭଳି ରହୁଥିଲେ। ହେଲେ ପରିବାର ଲୋକେ କହୁଛନ୍ତି ତାଙ୍କ ଝିଅକୁ ସନ୍ତୋଷ ପାତ୍ର ବାହା ହୋଇଥିଲେ।

ତେବେ ଏହି ଟେଲି ଅଭିନେତ୍ରୀ ଜଣଙ୍କ ଜୀ ସାର୍ଥକ ଟିଭିର ମେଗା ଧାରବାହିକରେ କେମିତି କହିବି କହ ରେ ରୂପାଲି ଚରିତ୍ରରେ କାମ କରୁଥିଲେ। ତେବେ ଏହି ମେଗା ଧାରାବାହିକରେ ଅଭିନେତ୍ରୀ ସୁପ୍ରିୟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିଥିଲେ। ଏବଂ ରଶ୍ମିରେଖାକୁ ଦର୍ଶକ ସୁପ୍ରିୟାଙ୍କ ବେଷ୍ଟ ଫ୍ରେଣ୍ଡ୍ ଭାବରେ ଦର୍ଶକ ଦେଖିବାକୁ ପାଇଥିଲେ। ତେବେ ଅଭିନେତ୍ରୀ ସୁପ୍ରିୟା ଦେଲେ ଏକ ଚାଞ୍ଚଲ୍ୟ କର ଖବର।ଅଭିନେତ୍ରୀ ସୁପ୍ରିୟା କଲେ ବଡ ଖୁଲାସା।

ଅଭିନେତ୍ରୀ ସୁପ୍ରିୟା ରଶ୍ମିରେଖାଙ୍କ ମୃତ୍ୟୁକୁ ସହଜରେ ବିଶ୍ଵାସ କରି ପାରୁ ନାହାଁନ୍ତି। କାହିଁକି ନା ସେମାନେ ଏକାଠି ଗୋଟେ ବର୍ଷ କାମ କରିଛନ୍ତି ଆଉ ଦୁହେଁ ଭଲ ସାଙ୍ଗ ଥିଲେ ଆଉ ରଶ୍ମିଙ୍କ ମେଣ୍ଟାଲିଟି ଯେମିତି ସେ ଆତ୍ମହତ୍ୟା କରିବା ଝିଅ ନୁହଁନ୍ତି।

 ସେ ବହୁତ୍ ଭଲ ଝିଅ ଥିଲେ। ରାଜା ବୋଲି ଏକ ଯୁବକଙ୍କ ସହିତ ରଶ୍ମିରେଖାଙ୍କ ସମ୍ପର୍କ ରହିଥିଲା ସେ ତାଙ୍କୁ ବିବାହ କରିବା ପାଇଁ ଚାହୁଁଥିଲେ କିନ୍ତୁ ପରେ ତାଙ୍କର ବ୍ରେକଅଫ୍ ହୋଇ ଯାଇଥିଲା।କିନ୍ତୁ ଘର ମାଲିକଙ୍କ କହିବା ଅନୁସାରେ ରହୁଥିଲେ ସନ୍ତୋଷ ପାତ୍ର ନାମକ ଯୁବକ ସହ ଲିଭ୍-ଇନ୍ ରେଲେଶନରେ ରହୁଥିଲେ।

ତେବେ ରଶ୍ମି ଆତ୍ମହତ୍ୟା କରିବାର ଦୁଇ ଦିନ ପୂର୍ବରୁ ଧାରାବାହିକ କେମିତି କହିବି କହ ର ଏକ ସହ କଳାକାରଙ୍କ ସହିତ କଥା ହେଇଥିଲେ ଏବଂ କହିଥିଲେ କି ତାଙ୍କ ଆଖିରେ ପୋକ ମାଡ ହୋଇଯିବା କାରଣରୁ ତାଙ୍କୁ ଠିକ୍ ସେ ଦେଖା ଯାଉନାହିଁ।

ତେବେ ଅଭିନେତ୍ରୀ ସୁପ୍ରିୟା ଙ୍କ କହିବା କଥା ହେଉଛି କି ହୁଏତ ତାଙ୍କୁ କେହି ବାଡେଇ ଥାଇ ପାରେ ଓ କିଛି ଚାପ୍ ଗ୍ରସ୍ତ ହୋଇ ସେ ଏଭଳି ଆତ୍ମହତ୍ୟା କରିଥାଇ ପାରନ୍ତି। ତେବେ ପୋଲିସ ତଦନ୍ତ ଏହାର ତଦନ୍ତ ଜାରି ରଖିଛି। ତେବେ ତଦନ୍ତ ପରେ ହିଁ ପ୍ରକୃତ ସତ ସାମ୍ନାକୁ ଆସି ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।