viral video-ସୁପରହିଟ ଫିଲ୍ମ ପୁଷ୍ପା ରେ ରହିଛି ଅଗଣନୀୟ ଭୁଲ…..ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଟିକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ , ଟଲିଉଡ଼ ବା ତେଲୁଗୁ ଫିଲ୍ମ “ପୁଷ୍ପା” କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମ ରେ ଆମ ଷ୍ଟାଇଲିସ ହିରୋ ଆଲୁ ଅର୍ଜୁନ ଏବଂ ଚୁଲବୁଲି ହିରୋଇନ ରଶ୍ମିକା ଙ୍କର ଅଭିନୟ ଲୋକଙ୍କୁ ବହୁତ ଆକୃଷ୍ଟ କରିଛି। ତେବେ ସବୁଠାରୁ ଅଧିକ ଲୋକପ୍ରିୟ ହେଉଛି ଏହି ଫିଲ୍ମ ର ଗୀତ ଗୁଡିକ ଯାହାକି ଲୋକଙ୍କୁ ଏତେ ଆକର୍ଷଣୀୟ କରିଛି କି ପ୍ରାୟ ସମସ୍ତେ ଏହାକୁ ନେଇ ରିଲ ଭିଡିଓ ବନାଉଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିପରି ଅନେକ ରିଲ ଭିଡିଓ ଦେଖିବାକୁ ମିଳିଛି ଆଉ ଖୁବ ଭାଇରଲ ହେଉଛି ମଧ୍ୟ।

କିନ୍ତୁ ବର୍ତ୍ତମାନ ଏକ ୟୁ ଟ୍ୟୁବ ଚେନାଲ ଏହି ପୁଷ୍ପା ଫିଲ୍ମ ର କେତେକ ଭୁଲ କୁ ନେଇ ଏକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ସେୟାର କରିଛନ୍ତି ଯାହାକି ବର୍ତ୍ତମାନ ନିଆଁ ପରି ଭାଇରଲ ହେଉଛି। ମାତ୍ର ଆମେ ଆପଣ ଙ୍କୁ ଜଣେଇ ଦେଉଛୁ କି ଏହି ସବୁ କୁ ଆମେ ଫିଲ୍ମ ର ଭୁଲ ବୋଲି କହିବା ନାହିଁ ବରଂ ସସପେନ୍ସ ଭିଡିଓ ଅଟେ।ତେବେ ଆସନ୍ତୁ ଜାଣିବା ସେହି ମିଷ୍ଟେକ ଗୁଡିକ ବିଷୟ ରେ।

୧.ବନ୍ଧୁଗଣ ଆପଣ ଏହି ପୁଷ୍ପା ଫିଲ୍ମ ରେ ଦେଖିବାକୁ ପାଇଥିବେ କି, ଜଙ୍ଗଲ ମଧ୍ୟରେ ପ୍ରାୟ ଏହାର ସିନ ସବୁ ରହିଛି। ତେବେ ଗୋଟିଏ ସିନ ରେ ଦେଖିଥିବେ ଯେଉଁ ଠାରେ ପୁଷ୍ପା ପୋଲିସ ହାତରେ ଧରା ପଡିଯାଇଥିଲା।ତେବେ ଏଠାରେ ଲକ୍ଷ କରିଥିବେ କି ସବୁ ଗାଡି ର ହେଡ ଲାଇଟ ଧଳା ବା ସୁନେଲି ରଙ୍ଗ ର ଥିଲା ଏହାପରେ ମଧ୍ୟ ସେଠାରେ ଲାଲ ରଙ୍ଗର ଲାଇଟ ପଡିଥିଲା ତାହା କୁଆଡୁ ଆସିଲା।

୨.ଦ୍ୱିତୀୟ ରେ ଦେଖିଥିବେ କି ସେହି ଫାଇଟ ସମୟରେ ପୋଲିସ ମାନ ଙ୍କୁ ଆମ ହୀର ପୁଷ୍ପା ଧୁମ ମାରୁଛନ୍ତି କିନ୍ତୁ କେହି ବି ପୋଲିସ ବନ୍ଧୁକ ବାହାର କରି ନାହାନ୍ତି ବରଂ ତାଙ୍କ ଠାରୁ ମାଡ଼ ଖାଉଛନ୍ତି। ତେବେ ଶେଷ ରେ ଜଣେ ବନ୍ଧୁକ ବାହାର କରି ପୁଷ୍ପା ଙ୍କୁ ଗିରଫ କରିଛନ୍ତି। ତେବେ ଆଗରୁ ଏହା କହିଥିଲେ ପୋଲିସ ମାନେ ମାଡ଼ ଖାଇନଥାନ୍ତେ।

୩.ଆପଣ ଦେଖିବେ କି ପୁଷ୍ପା ଯେତେବେଳେ ଗାଡ଼ିରେ ଥିବା ବେଳେ ପୋଲିସ ଙ୍କୁ ଏକ ଲକ୍ଷ ଟଙ୍କା କଥା କହୁଛନ୍ତି ସେତେବେଳେ ତାଙ୍କର ଗାଡି ବ୍ରେକ ମାରୁଚି।ମାତ୍ର ଆପଣ ଗାଡିର ମିରର ରେ ଦେଖି ପାରିବେ କି ଗାଡି ତ ଚାଲୁଛି ତେବେ ବ୍ରେକ ମାରିବା ଟା ଖାଲି ମିଛ ଅଟେ।

୪.ସେହିଭଳି ଅନ୍ୟ ଏକ ଭିଡିଓ ରେ ଦେଖିବେ କି ପୁଷ୍ପା ଗୋଟିଏ ରସି କୁ କାଟୁଛନ୍ତି ଆଉ ଏକା ଥରକେ ଜଙ୍ଗଲ ଭିତରୁ ଚନ୍ଦନ କାଠ ର ବର୍ଷା ଆରମ୍ଭ ହୋଇଯାଉଛି।

୫.ସେହିପରି ଅନ୍ୟ ଏକ ଭିଡ଼ିଓ ରେ ଦେଖାଯାଇଛି ଯେ ପୁଷ୍ପା ଜଣେ ଲୋକଙ୍କ ଠାରୁ କିଛି ଟଙ୍କା ନେଇ ପକେଟ ରେ ପୁରାଉଛି ମାତ୍ର ସଂଗେ ସଂଗେ ସେ ସେଠାରେ ଛିଡା ହେବା ବେଳକୁ ଟଙ୍କା କୁଆଡେ ଗାଏବ ହୋଇଯାଇଛି।

ତେବେ ଏହିପରି ଅନେକ ମିଷ୍ଟେକ ପୁଷ୍ପା ଫିଲ୍ମ ରେ ରହିଛି, ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଏହି ଭିଡିଓ ଟିକୁ ଦେଖନ୍ତୁ ଆଉ ଜାଣନ୍ତୁ ଏହିସବୁ ବିଷୟରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।