ଆମେ ଜନ୍ମ ଯେତେ ବେଳେ ପାଇଛନ୍ତି ଆମର ମୃତ୍ୟୁ ମଧ୍ୟ ରହିଛି କାରଣ ଜନ୍ମ ବିନା ମୃତ୍ୟୁ ଅସମ୍ଭବ ଆଉ ମୃତ୍ୟୁ ବିନା ଜନ୍ମ ଅସମ୍ଭବ ତେଣୁ କରି ଦିନେ ନା ଦିନେ ସମସ୍ତ ଙ୍କୁ ଏ ଧରା ପୃଷ୍ଠ କୁ ଛାଡ଼ି ଯିବା ପାଇଁ ପଡ଼ିବ | କିଏ କେତେ ବେଳେ ଜନ୍ମ ହେବ ତାହା ଆକଳନ କରି କହି ହେବ କିନ୍ତୁ କାହାର ଯେ କେତେ ବେଳେ ମୃତ୍ୟୁ ହେବ ତାହା କେବେ ହେଲେ ମଧ୍ୟ କହି ହେବ ନାହିଁ | ତେବେ ପ୍ରତେକ ବ୍ୟକ୍ତି ଙ୍କର ଜାଣିବା ପାଇଁ ଏହା ଇଚ୍ଛା ଥାଏ କି ତାଙ୍କର କେବେ ମୃତ୍ୟୁ ହେବ ଅର୍ଥାତ ମୃତ୍ୟୁ କୁ ନେଇ ସେମାନେ କିଛି ଜାଣିବା ପାଇଁ ଇଚ୍ଛା ପ୍ରକାଶ କରି ଥାଆନ୍ତି |
ସାଧାରଣତଃ ପତି ପତ୍ନୀ ଙ୍କ ଭିତରେ କାହାର ଆଗେ ମୃତ୍ୟୁ ହେବ ସେମାନେ ତାହା ଜାଣିବା ପାଇଁ ଚାହିଁ ଥାଆନ୍ତି, କାରଣ ଉଭୟ ଙ୍କ ମଧ୍ୟରେ ପ୍ରଚୁର ଭଲ ପାଇବା ହେତୁ କେହି କାହାରିକୁ ଛାଡ଼ି ବଞ୍ଚି ପାରନ୍ତି ନାହିଁ ଏବଂ କାହାର ମୃତ୍ୟୁ ହେବ ଏହି କଥାକୁ ନେଇ ଝଗଡ଼ା ମଧ୍ୟ ଲାଗି ଯାଆନ୍ତି | କିନ୍ତୁ ଦିନେ ଦିନେ ସମସ୍ତ ଙ୍କୁ ଯିବା ପାଇଁ ପଡ଼ି ଥାଏ ଆଉ ଏହା ଖୁବ ଦୁଃଖ ଦାୟକ ହୋଇଥାଏ | ତେବେ ଆଜି ଏଭଳି ଏକ ଉପାୟ ସମ୍ପର୍କ ରେ ଜଣାଇବୁ ଯାହା ଦ୍ୱାରା ଆପଣ ଜାଣି ପାରିବେ ଯେ ଆଗେ ପତି ର ମୃତ୍ୟୁ ହେବ ନା ଆଗେ ପତ୍ନୀ ର ମୃତ୍ୟୁ ହେବ |
ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରୁ କାହାରା ଆଗ ମୃତ୍ୟୁ ହେବ ଜାଣିବା ପାଇଁ ହେଲେ ଦୁହିଁଙ୍କର ନାମର ମୋଟ ଅକ୍ଷର ସଂଖ୍ୟାକୁ ଦୁଇଗୁଣ ରଖିବ | ଏହାପରେ ଦୁହିଁଙ୍କର ନାମାକ୍ଷରରେ ଥିବା ମାତ୍ରା ବା ଫଳା ସଂଖ୍ୟାକୁ 4 ଗୁଣ କରି ପୂର୍ବକ୍ତ ଦୁହିଁଙ୍କର ନାମାକ୍ଷର ସଂଖ୍ୟା ଅନ୍ୟ ସାଙ୍ଗରେ ମିଶାଇ 3 ଦ୍ୱାରା ହରଣ କରିବ | ଅବଶିଷ୍ଟ ଏକ ବା ଶୂନ୍ୟ ରହିଲେ ଅଗ୍ରେ ପତିର ମୃତ୍ୟୁ ହେବ ନଚେତ୍ 2 ରହିଲେ ଅଗ୍ରେ ପତ୍ନୀର ମୃତ୍ୟୁ ହେବ ବୋଲି ଜାଣିବାକୁ ହେବ |
ଉଦାହରଣ ସ୍ୱରୂପ – ପତିର ନାମ ଭଗବାନ ଅକ୍ଷର ସଂଖ୍ୟା – 4
ପତ୍ନୀର ନାମ ଚାନ୍ଦ ଅକ୍ଷର ସଂଖ୍ୟା – 2
ମୋଟ ସଂଖ୍ୟା – 6
6 +6 = 12
ପତିର ନାମ ମଧ୍ୟରେ କେବଳ ‘ବା ‘ ଥିବାରୁ ମାତ୍ରା ସଂଖ୍ୟା – 1
ପତ୍ନୀର ନାମ ମଧ୍ୟରେ କେବଳ ‘ ଚା ‘ ଥିବାରୁ ମାତ୍ରା ସଂଖ୍ୟା – 1
ମୋଟ ସଂଖ୍ୟା – 2
2 4 = 8
ଉଭୟ ଅକ୍ଷର ଦ୍ୱିଗୁଣ 12 + 8 = 20 / 3 = ଲବଧ୍ 2 ଅବଶିଷ୍ଟ
ଏହି ହରଣ ପ୍ରିକ୍ରିୟାରୁ ବୁଝାଗଲା ଅବଶିଷ୍ଟ 2 ରହିବାରୁ ଆଗରେ ପତ୍ନୀ ବା ଚାନ୍ଦ ର ମୃତ୍ୟୁ ହେବ | ହରଣ କରିବା ପରେ ଆବଶିଷ୍ଟ ଶୂନ ରହେ ତେବେ ପତି ର ମୃତ୍ୟୁ ହେବ ଏବଂ ହରଣ ରେ ଅବଶିଷ୍ଟ 2 ରହିବ ତାହେଲେ ଜାଣି ରଖନ୍ତୁ କି ପତ୍ନୀର ମୃତ୍ୟୁ ଆଗେ ହେବ |