Ajira Anuchinta – ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ ( କୋଟିପତି ) କେବେବି ହେବନି ଧାନର ଅଭାବ ଜାଣନ୍ତୁ କଣ….
ଗୋଟିଏ ଝିଅ ଯେତେବେଳେ ବାହା ହୋଇ ଅନ୍ୟ ଘରକୁ ଯାଇଥାଏ ସେ ସେହି ଘରକୁ ସ୍ଵର୍ଗ ପରି ଗଢି ତୋଳିବାକୁ ପ୍ରୟାସ କରିଥାଏ । ଭବିଷ୍ୟ ପୁରାଣ ଅନୁସାରେ ଜୀବନ ରେ ଉନ୍ନତି କରିବାକୁ ଚାହୁଁଥିଲେ ପୁରୁଷମାନେ କୌଣସି ଏକ ବିଶେଷ ଗୁଣ ଥିବା ସ୍ତ୍ରୀ ଙ୍କୁ ବିବାହ କରିବା କରିବା ଉଚିତ । ଏହି ସ୍ତ୍ରୀଙ୍କୁ ମାତା ସ୍ଵୟଂ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି କୁହା ଯାଇଥାଏ । ତେବେ ଚାଲନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ସ୍ତ୍ରୀଙ୍କ କେଉଁ ତିନୋଟି ବିଶେଷ ସ୍ଵଭାବ ସ୍ଵାମୀଙ୍କୁ କୋଟିପତି କରି ଦେଇଥାଏ ।
ଯେଉଁ ସ୍ତ୍ରୀ ଲୋକ ମାନେ ଧର୍ମର ମାର୍ଗ ରେ ଚାଲିଥାନ୍ତି ଓ ନିଜ ଜୀବନକୁ ଆଗକୁ ବଢାଇବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଈଶ୍ବରଙ୍କ ଉପରେ ବିଶ୍ବାସ ରଖିଥାନ୍ତି ସେହି ସ୍ତ୍ରୀମାନେ ବହୁତ ଭଲ ଗୁଣର ହୋଇଥାନ୍ତି । ସେମାନଙ୍କର ଏହି ଗୁଣ ହେତୁ ଘରେ ସବୁବେଳେ ହସ ଖୁସି ଲାଗି ରହିଥାଏ । ନିଜ ସାମୀଙ୍କ ସହ ଏମାନେ ଘରର ଅନ୍ୟ ସଦସ୍ୟ ମାନ ଙ୍କୁ ମଧ୍ୟ ଖୁସିରେ ରଖିଥାନ୍ତି ।
ଏହିଭଳି ସ୍ତ୍ରୀ ଲୋକ ମାନେ ମାତା ଲକ୍ଷ୍ମୀଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି । ତେଣୁ ତାଙ୍କ କୃପା ସର୍ବଦା ସେହି ସ୍ତ୍ରୀଙ୍କ ଉପରେ ଏବଂ ତାଙ୍କ ଘର ଉପରେ ବଜାୟ ରଖିଥାନ୍ତି । ତାଙ୍କ ପାଇଁ ପୁରା ପରିବାରର ସଦସ୍ୟଙ୍କୁ ମାତା ଲକ୍ଷ୍ମୀ କୃପା କରିଥାନ୍ତି । ଏହି ସ୍ତ୍ରୀ ମାନଙ୍କ ଯୋଗୁଁ ଘରେ ସୁଖ ସମୃଦ୍ଧି ଭରପୁର ରୁହେ ।
ଦ୍ଵିତୀୟ ରେ ହେଉଛି ଯେଉଁ ସ୍ତ୍ରୀ ଲୋକଙ୍କ ଇଚ୍ଛା ସୀମିତ ରହିଥାଏ ତାଙ୍କ ସ୍ଵାମୀ ସବୁବେଳେ ଖୁସିରେ ରହିଥାନ୍ତି । ଏହାସହ ଯେଉଁ ସ୍ତ୍ରୀ ସବୁବେଳେ ତଥା ସବୁ ପରିସ୍ଥିତି ରେ ସ୍ବାମୀ ଙ୍କ ସହ ରହିଥାନ୍ତି ସେହି ଦମ୍ପତ୍ତି ସବୁବେଳେ ସୁଖ ରେ ଜୀବନ ଅତିବାହିତ କରିଥାନ୍ତି । ଯଦି ଆପଣଙ୍କ ସ୍ତ୍ରୀଙ୍କ ମନରେ କ୍ରୋଧ ଭାବନା ନ ରହିବ ତେବେ ଆପଣଙ୍କ ଜୀବନ ସୁଖମୟ ହେବ ।
ତେଣୁ ପ୍ରତ୍ଯେକ ସ୍ଵାମୀ ଏହିପରି ସ୍ତ୍ରୀ ପାଇବା କୁ ଇଛା ପ୍ରକାଶ କରିଥାନ୍ତି । ଯିଏ କି ତାଙ୍କ କଥା ବୁଝି ପାରୁଥିବ, ବିନା କାରଣ ରେ ରାଗିବ ନାହିଁ ଏବଂ ସବୁବେଳେ ସନ୍ତୁଷ୍ଟ ରହୁଥିବ । ଏହି ଭଳି ସ୍ତ୍ରୀ ରହୁଥିବା ଘରେ କେବେବି ଧନର ଅଭାବ ରହିବ ନାହିଁ ।
ତୃତୀୟ ରେ ହେଉଛି ସ୍ତ୍ରୀ ର କଥା ଏବଂ ଭାଷା ଯଦି ଭଲ ହୋଇଥିବ ତେବେ ଘରେ ସବୁ ବେଳେ ଖୁସିର ବାତା ବରଣ ଲାଗି ରୁହେ । କିନ୍ତୁ କିଛି ପତ୍ନୀମାନେ ଘରେ ସବୁବେଳେ କଟୁ କଥା କହିଥାନ୍ତି ଓ ବିବାଦ ମଧ୍ୟ ସୃଷ୍ଟି କରିଥାନ୍ତି । ଏହିପରି ଘରେ କେବେ ବି ସୁଖ ଆସି ନଥାଏ ।
ତେଣୁ ସ୍ତ୍ରୀ ମାନେ ଘରେ ସବୁବେଳେ ମଧୁର ବଚନ କହୁଥିବା ଆବଶ୍ୟକ । ଏମିତି ସ୍ତ୍ରୀ ମାନେ ସମସ୍ତ ଙ୍କ ର ପ୍ରିୟ ପାତ୍ର ହୋଇଥାନ୍ତି ଓ ଏମାନ ଙ୍କୁ ସମସ୍ତେ ଭଲ ମଧ୍ୟ ପାଇଥାନ୍ତି । ଏହି ତିନୋଟି ଅଭ୍ଯାସ ଥିବା ନାରୀ ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !