Sad Song – ଭାଇରାଲ ଝିଅ ବିଦାୟ ଭିଡ଼ିଓ ବାପା ବାପା ବୋଲି କିଏ ଡାକିବ ଆଉ,ଦେଖିଲେ ଆଖିରୁ ଲୁହ ସୁଖିବନି,ନିଜ ଝିଅ ପାଇଁ ଥରୁଟିଏ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଓଡ଼ିଆ ବାହା ଘର ବିଭିନ୍ନ ସମୟ ରେ ଘରର ପ୍ରତ୍ୟେକ ସଦସ୍ୟ ଙ୍କୁ ଧରି କନିଆଁ ଦ୍ୱାରା ବୋଲା ଯାଉଥିବା ରୋଦନ ସଙ୍ଗୀତ । ଏହି କାନ୍ଦଣା ଆଶୁକବିତା ଉପରେ ଆଧାରିତ । ଝିଅ ନିଜ ପରିବେଶ ରେ ଦେଖୁଥିବା ଘଟଣା ଓ ଶାଶୂ ଘର ସମ୍ବନ୍ଧ ରେ ଯାହା ଶୁଣିଥାଏ ତାହାକୁ ଆଧାର କରି ଗୀତ ବୋଲି ପ୍ରକାଶ କରିଥାଏ ।
ବାହା ଘର ଆଗରୁ ଝିଅ ଶାଶୂ ଘର ବାବଦ ରେ କିଛି ଜାଣି ନ ଥିବା ବେଳେ ଲାଜ ହେତୁ ସେ ନିଜର ସ୍ୱାମୀ ଓ ଶାଶୂ ଘର ପରିବାର ର ଆଉ କାହା ବିଷୟ ରେ କିଛି ପଚାରିବା ର ସୁଯୋଗ ପାଇ ନ ଥାଏ । ଅଜଣା ପରିବେଶ ରେ ନୂଆ ଲୋକ ଙ୍କ ସହିତ କିପରି ଚଳିବ ତାହା ଝିଅ ଟି କାନ୍ଦଣା ବୋଲି ଜଣାଇଥାଏ ।
ବାହୁନିବା ପ୍ରସଙ୍ଗ ରେ ଝିଅ ମାନେ ପୌରାଣିକ ଆଖ୍ୟାୟିକାମାନ ମଧ୍ୟ ବୋଲିଥାନ୍ତି । ପରିବା ରର ବୟୋଜ୍ୟୋଷ୍ଠା ନାରୀ ମାନେ ଝିଅମାନ ଙ୍କୁ ଏହି ବାହୁନା ଶିଖାଇଥାନ୍ତି । ଏକବିଂଶ ଶତାବ୍ଦୀ ବେଳ କୁ ଏହି ପରମ୍ପରା ଧୀରେ ଧୀରେ ଲୋପ ପାଇବା ଆରମ୍ଭ କରିଥିଲା।
ଅବସର ସମୟ ରେ ଝିଅ ମାନେ ନିଜର ମା’, ଜେଜେମା, ଆଈ ଆଦିଙ୍କ ଠାରୁ ଶୁଣି ଶିଖୁ ଥିଲେ । ଗାଁ ରେ ହେଉଥିବା ଯାତ୍ରା ଓ ମେଳା ତଥା ବୁଲା ବିକାଳିଙ୍କ ଠାରୁ ଝିଅ ମାନେ “ଶଶୀଦେଈ”, “ଜେମାଦେଈ” ଆଦି ବହି ରୁ ମଧ୍ୟ ସମସ୍ତ ଙ୍କୁ ଛାଡି ଚାଲି ଯାଇ ଥାଆନ୍ତି ଝିଅମାନେ ବହୁତ କାନ୍ଦି ଥାଏ ।
ବାଡ଼ୁଅ ପାଣି ରେ ଝିଅ କୁ ଗାଧୋଇବା ପାଇଁ ଘରର ମହିଳା ମାନେ ସଜବାଜ କରୁଥିବା ଦେଖି ସେ ନିଜର ବୋଉ, ଖୁଡ଼ୀ, ମାଈଁ, ଭାଉଜ ଆଦି ଙ୍କୁ ଧରି କାନ୍ଦିଥାଏ ବର ପକ୍ଷ ଗାଁ ମୁଣ୍ଡ ରେ ଆସି ପହଞ୍ଚିଲେ କନ୍ୟା ପକ୍ଷ ବର କୁ ବାଟ ବରଣ କରିବାକୁ ଯାଇଥାନ୍ତି ।
ଏହା ଜାଣିବା ପରେ ଝିଅ ଟି ଏ ବାପଘର ଜୀବନ ର ଅନ୍ତ ହେବା କୁ ଯାଉଛି ବୋଲି ଭାବି ନିଜ ବୋଉ କୁ ଧରି କାନ୍ଦିଥାଏ । ଝିଅ ଟିଏ ଶାଶୂ ଘର କୁ ଯିବା ଆଗରୁ ସେଠାର ଲୋକ ଓ ପରିବେଶ ବାବଦରେ ଅଜ୍ଞ ଥାଏ । ସେ ଶାଶୂଘରେ ଜୀବନ ଖୁବ କଷ୍ଟକର ହେବ ବୋଲି ମନ ଭିତରେ ଥିବା ଭୀତି କାନ୍ଦଣା ମାଧ୍ୟମ ରେ ବୋଲି ପ୍ରକାଶ କରିଥାଏ ।
ଏହି ସମୟ ରେ ଝିଅ ଟି ଏ ନିଜର ଆତ୍ମୀୟ, ବାନ୍ଧବୀ ଆଦି ଙ୍କୁ ଧରି କାନ୍ଦିଥାଏ । ଏହି କାନ୍ଦଣା ମାଧ୍ୟମ ରେ ସେ ନିଜର ଆତ୍ମୀୟ ମାନଙ୍କ ଠାରୁ ଦୂରେଇ ଯିବାର ବେଦନା ରେ ବାପ ଘରେ କଟାଇଥିବା ସୁଖର ଦିନ, ସାଙ୍ଗ ସାଥି ଙ୍କ ମେଳ ରେ କତାଇଥିବେ ପିଲା ଦିନ, ପୂଜା ପର୍ବ, ମେଳା ଉଚ୍ଛବ ଆଦିର ଖୁସି କୁ ହରାଇବା କାନ୍ଦଣା ରେ ପ୍ରକାଶ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !