new twist – ଟୁଙ୍ଗୁରୁ ଫିଲ୍ମ କୁ ଦେଖି କାନ୍ଦିଲେ ବର୍ଷା । ମୋର ଇଜତ ଗଲା ଟୁଙ୍ଗୁରୁ ହିରୋ ହେଲା ।,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଚର୍ଚ୍ଚାରେ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ। ଆଉ ଏ ପ୍ରେମ କାହାଣୀକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଫୁଲେଶରୀ ବସ୍ତିର ଟୁଙ୍ଗୁରୁ ଭୋଳଙ୍କ ବର୍ଷାଙ୍କ ସହ ଥିବା ପ୍ରେମ କାହାଣୀ ଖୁବ୍ ଭାଇରାଲ ହୋଇଛି।

ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ସୋସିଆଲ ମିଡିଆରେ ଟୁଙ୍ଗୁରୁଙ୍କ ନାଁରେ ମାଳମାଳ ଓଡ଼ିଆ ଆଲବମ୍ ତିଆରି ହେଉଛି।ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ କିଛି ଗୀତ ଏବେ ସାମାଜିକ ଗଣ ମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି। ଏମିତିକି ଦେଖିବାକୁ ଗଲେ ସୋସିଆଲ ମିଡିଆର ହିରୋ ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ।

 ତେବେ ସୂଚନା ମୁତାବକ ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳ ଙ୍କ ଅଟୋ ଭଡ଼ା କରି ଏମସ୍‌ ହସ୍ପିଟାଲ ଯାଇଥିଲେ ବର୍ଷା ନାମ୍ନୀ ବିବାହିତ ମହିଳା। ଏହାପରେ ଟୁଙ୍ଗୁରୁଙ୍କ ଫୋନ୍‌ ନମ୍ବର ଆଣିଥିଲେ ବର୍ଷା । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ସମ୍ପର୍କ ବଢ଼ି ଚାଲିଲା ଆଉ ଏ ସମ୍ପର୍କ ପ୍ରେମର ରୂପ ନେଇଥିଲା। କିନ୍ତୁ ଫରକ୍ ଥିଲା ଏତିକି ଟୁଙ୍ଗୁରୁଙ୍କୁ ୨୧ ବର୍ଷ ହୋଇଥିବା ବେଳେ ମହିଳା ତାଙ୍କ ଠାରୁ ଯଥେଷ୍ଟ ବଡ ଥିଲେ।

ଆଉ ଦୁହିଁଙ୍କ ଭିତରେ ପ୍ରେମ୍ ସମ୍ପର୍କ ମଜବୁତ ହେବାପରେ ବର୍ଷା ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ କିନ୍ତୁ ଟୁଙ୍ଗୁରୁ ବିବାହ ପାଇଁ ରାଜି ନଥିଲେ ଯାହାକୁ ନେଇ ବର୍ଷା ଥାନାରେ ଅଭିଯୋଗ କରିଥିଲେ। ଓ ଟୁଙ୍ଗୁରୁ ଥାନା ଭିତରେ ଥିବା ବେଳେ ସେ ଥାନା ବାହାରେ ହତାରେ ଶଙ୍ଖା ସିନ୍ଦୁର ଫୁଲ ମାଳ ଧରି ବିବାହ କରିବା ପାଇଁ ବସି ରହିଥିଲେ।


କିନ୍ତୁ ଏବେ ଏହି କାହାଣୀ ଭିନ୍ନ ମୋଡ଼ ନେଇଛି। ବର୍ଷା ଏବେ କୁଆଡେ଼ ଖୁବ୍ ସିରିଏସ ହୋଇଯାଇଛନ୍ତି। ତାଙ୍କ ମାନଇଜ୍ଜତ ଚାଲିଯାଇଛି ଆଉ ସେ ଲୋକ ଲଜ୍ୟାର ଶୀକାର ହୋଇଛନ୍ତି କାନ୍ଦୁଛନ୍ତି ବର୍ଷା।କିନ୍ତୁ ଏପଟେ ବର୍ଷା ଥାନାରେ କେଶ ଦେବା ପରେ ଟୁଙ୍ଗୁରୁ ଭୋଳ ହିରୋ ପାଲଟି ଯାଇଛନ୍ତି।

ତାଙ୍କୁ ଏବେ ଫିଲ୍ମରେ ହିରୋ ଭାବେ କାମ କରିବା ପାଇଁ ସୁଯୋଗ ମିଳିଛି। ଟୁଙ୍ଗୁରୁ ଏବେ ଫିଲ୍ମ୍ ସୁଟିଂରେ ବ୍ୟସ୍ତ ଅଛନ୍ତି। ଟୁଙ୍ଗୁରୁ ଏହାକୁ ନେଇ ବହୁତ୍ ଖୁସି ଅଛନ୍ତି। ଲୋକେ ତାଙ୍କୁ ନେଇ ଖୁବ୍ ଚର୍ଚ୍ଚା କରୁଛନ୍ତି ଏମିତିକି ସେ କୁଆଡେ଼ ବାହାରକୁ ଗଲେ ଲୋକେ ଆସି ତାଙ୍କ ସହ ସେଲଫି ନେଉଛନ୍ତି ଯେମିତି କି ସେ ଜଣେ ସେଲିବ୍ରେଟି ପାଲଟି ଯାଇଛନ୍ତି ।

ତେବେ ଶୁଣିବାକୁ ମିଳୁଛି ବର୍ଷା କୁଆଡେ଼ ଟୁଙ୍ଗୁରୁ ପାଇଁ ହାତ କାଟି ଦେଇଛନ୍ତି। ଆଉ ଟୁଙ୍ଗୁରୁ ବର୍ଷାଙ୍କୁ ବିବାହ କରିବା ପାଇଁ ରାଜି ହୋଇ ଯାଇଛନ୍ତି। ତେବେ ଦେଖିବାକୁ ବାକି ରହିଲା କାହାଣୀ ଆଗକୁ କେଉଁ ମୋଡ଼ ନେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।