ସମଗ୍ର ଦେଶରେ ମଣିଷ ମାନଙ୍କର କିଛି ନା କିଛି ରୋଗ ରହିଛି ।ସେହି ରୋଗ ରୁ ମୁକ୍ତି ପାଇଁ ଆପଣମାନେ ଡାକ୍ତର ଙ୍କ ପରାମର୍ଶ ନେଇଥାନ୍ତି । ସେହି ପରି ଆପଣ ମାନେ ଆଉ ଗୋଟିଏ ରୋଗ ବିଷୟରେ ଜାଣନ୍ତୁ କିପରି ହୁଏ ,ଏହାର ପ୍ରତିକାର କିପରି କରିବେ ଜାଣନ୍ତୁ,ବ୍ରେନ ଟ୍ୟୁମର ବିଷୟ ରେ ଜାଣନ୍ତୁ ଏହାର ଲକ୍ଷଣ କଣ ଏହା କିପରି ହେଇଥାଏ।
ବ୍ରେନ ଟ୍ୟୁମର କାହାକୁ କୁହାଯାଏ ?
ମୁଣ୍ଡ ଭିତରେ ଅନେକ ଅଂଶ ରହୁଛି କିନ୍ତୁ ଯେତେବେଳେ ମସ୍ତିଷ୍କ ଭିତରେ ଥିବା ସେଲ ବା ଯେଉଁଠା ପ୍ରପର ମସ୍ତିଷ୍କ ସେଥିରେ କିଛି ଇମବେଲେନ୍ସ ବା ଏବନର୍ମାଲ ଦେଖାଯାଏ ସେତେବେଳେ ତାହାକୁ ବ୍ରେନ ଟ୍ୟୁମର କୁହାଯାଏ ।
ଆଉ ଏହି ବ୍ରେନ ଟ୍ୟୁମର ସାଧାରଣତଃ ଦୁଇ ପ୍ରକାରର ହେଇଥାଏ ଗୋଟିଏ ହେଉଛି ବିନାଇନ ବା ସାଧା ଟ୍ୟୁମର ହେଇଥାଏ ଆଉ ମେଳିଗନେଟ ଏହା ଟ୍ୟୁମର ର କ୍ୟାନ୍ସର ଷ୍ଟେଜ ଅଟେ ।ତେବେ ମେଟେଷ୍ଟେଟିକ ଆଉ ଗୋଟିଏ ପ୍ରକାର ବ୍ରେନ ଟ୍ୟୁମର ଏଥିରେ ଶରୀରର ଗୋଟିଏ ଜାଗାର ଟ୍ୟୁମର ବ୍ରେନ କୁ ମାଡି ଯାଇଥାଏ ।
ବ୍ରେନ ଟ୍ୟୁମର ର ଲକ୍ଷଣ:-
ମୁଣ୍ଡ ବିନ୍ଧିବା ହରୁଛି ବ୍ରେନ ଟ୍ୟୁମର ର ପ୍ରଥମ ଲକ୍ଷଣ ତେବେ ଏହି ମୁଣ୍ଡ ବିନ୍ଧାରେ ପୁରା ମୁଣ୍ଡ ବିନ୍ଧିଥାଏ ଓ ତା ସହିତ ବାନ୍ତି ବି ହେଇଥାଏ ।ସକାଳୁ ସକାଳୁ ନିଦରୁ ଉଠିଲା ପରେ ଓ ରାତି 3ଟା ରେ ହଠାତ ମୁଣ୍ଡ ବହୁତ ଜୋରରେ ବିନ୍ଧିବା ଏଥିରେ ଦେଖାଯାଏ ।
ସିଜର,ତେବେ ଆଗପଟ ମୁଣ୍ଡ ଆମର ବ୍ୟବହାର କୁ ନିୟନ୍ତ୍ରଣ କରିଥାଏ,ଆମେ କାହାକୁ କେମିତି କଣ କହିବା ସେସବୁ ଗାଇଡ଼ କରିଥାଏ ।ଆଉ ଯେତେବେଳେ ଆମ ବ୍ୟବହାର ରେ ହଠାତ କିଛି ପରିବର୍ତ୍ତନ ଦେଖାଯାଏ ତେବେ ଏହା ବି ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।
ଗୋଡ଼ ହାତ ବା ଆଙ୍ଗୁଳି ଧୀରେଧୀରେ କରି ହଠାତ ପାରାଲିସିସ ହେଇଯିବା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।ବାମ ପାଖ ମୁଣ୍ଡା ଆମର କଥା କହିବାକୁ,କ୍ରୋଧ,ହସ ଆଦିକୁ ନିୟନ୍ତ୍ରଣ କରିଥାଏ ଯେପରି ଆମେ ବହୁତ ସମୟରେ ହସିବାକୁ ଇଚ୍ଛା ଯହିଲେ ବି ଚୁପ ରହୁ ସେହି କାର୍ଯ୍ୟ କରିଥାଏ ।
କିନ୍ତୁ ଯେତେବେଳେ ଦେଖିବେ ପାଟି ଖନୀ ମାରିବା ଆରମ୍ଭ କରିବ ବହୁତ ସମୟରେ ଅଚାନକ ରାଗି ଯାଉଥିବେ ତେବେ ତାହା ବ୍ରେନ ଟ୍ୟୁମର ର ଲକ୍ଷଣ ଅଟେ ।ଆଖି ପାଖ ପିଟ୍ୟୁଟାରୀ ରେ ବା ବ୍ରେନ ପଛରେ ଟ୍ୟୁମର ଥିଲେ ଆଖିରେ ଆପଣ ଦୁଇ ପାଖକୁ ଦେଖି ପାରିବେ ନାହିଁ ଏହା ବି ର୍କ ବ୍ରେନ ଟ୍ୟୁମର ର ଲକ୍ଷଣ ।
କାହିଁକି ବ୍ରେନ ଟ୍ୟୁମର ହୁଏ..
ତେବେ ବହୁତ ସମୟରେ ହର୍ମୋନାଲ ଇମବେଲେନ୍ସ ପାଇଁ ଜିନରେ ମ୍ୟୁଟେସନ ହୁଏ ଏଥିପାଇଁ ବ୍ରେନ ଟ୍ୟୁମର ହେଇଥାଏ ।ଆଉ କିଛି କେସରେ ଏହା ଜେନେଟିକ ଭାବରେ ହେଇଥାଏ ଯେପରି ମାକୁ ବ୍ରେଷ୍ଟ ଟ୍ୟୁମର ଥିଲେ ପିଲାକୁ ବ୍ରେନ ଟ୍ୟୁମର ହେଇଥାଏ।ପୋଷ୍ଟ ପ୍ରେଗନେନ୍ସି ରେ ହର୍ମୋନାଲ ଚେଞ୍ଜସ ରୁ ବ୍ରେନ ଟ୍ୟୁମର ହେଇଥାଏ ।
ବ୍ରେନ ଟ୍ୟୁମର ର ପରୀକ୍ଷା ଓ ଚିକିତ୍ସା:-
ଆପଣକୁ ମୁଣ୍ଡ ବିନ୍ଧିବା ପରି ସମସ୍ୟା ଦେଖା ଯାଉଚି ଆଉ ଯେତେ ମେଡ଼ିସିନ ଖାଇବାପରେ ବି ମାସ ମାସ ଧରି ମୁଣ୍ଡ ବିନ୍ଧା କମି ନଥାଏ ଆଉ ଆଖିରେ ସକାଳୁ ଉଠିଲା ପରେ ଧୁଆଳିଆ ଦେଖାଯାଉଛି ସେତେବେଳେ ଯାଇ ଡାକ୍ତରଙ୍କୁ ଦେଖାଇବା ଦରକାର ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।