ବର୍ତ୍ତମାନ ସୋସିଆଲ ମିଡିଆ ରେ ଅନେକ ପ୍ରକାର ଭିଡ଼ିଓ ଭାଇରାଲ ହେଉଛି। କିଛି ସତ ତ ଆଉ କିଛି ମିଛ। କିନ୍ତୁ ବେଳେ ବେଳେ ଏପରି ସତ ଘଟଣା ସମ୍ନା କୁ ଆସେ ଯାହାର ହୁଏତ କେହି କେବେ କଳ୍ପନା କରି ନ ଥିବେ। କର୍ଣ୍ଣାଟକ ର ମାନଡ୍ୟା ରୁ ଏକ ଭୟାନକ ଘଟଣା ର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ମହିଳା ନିଜ ପୁଅ କୁ ହଠାତ୍ କୋବ୍ରା ଠାରୁ ରକ୍ଷା କରିଥିଲେ। ସିସିଟିଭି ରେ ପୁରା ଦୃଶ୍ୟ କଏଦ ହୋଇଥିଲା।
ଏହି କ୍ଲିପ୍ ୧ ଲକ୍ଷ ରୁ ଅଧିକ ଭ୍ୟୁ ସହିତ ଭାଇରାଲ୍ ହୋଇଛି। କର୍ଣ୍ଣାଟକ ରେ ଏପରି ଘଟଣା ଘଟିଛି। ଜଣେ ମହିଳା ନିଜ ପୁଅ ସହ ଘରୁ ବାହାରୁ ଥିବା ସମୟ ରେ ପାହାଚ ତଳ ଦେଇ ରାସ୍ତା ରେ ଯାଉ ଥିବା ବିଷ ଧର ନାଗ ସାପ ଉପରେ ପିଲା ଟି ର ଗୋଡ଼ ପଡ଼ି ଯାଇଥିଲା। ସେହି ସମୟ ରେ ହଠାତ୍ ପିଲା ଟି କୁ ଟାଣି ଆଣି ଥିଲେ ତାର ମା’।
ନିଜ ପୁଅ କୁ ଉଦ୍ଧାର କରିବା ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। ସେ ପରା ମା ନିଜ ସନ୍ତାନ ପାଇଁ କିଛି ବି କରି ପାରନ୍ତି । ସନ୍ତାନ ର ଜୀବନ ବଞ୍ଚାଇ କୁ ଯାଇ ତାଙ୍କର ସବୁ ଡର ଭୟ ଉଭେଇ ଯାଇ ଥିଲା ଓ ପୁଅ କୁ ବିଷ ଧର ସାପ ପାଖରୁ ଉଦ୍ଧାର କରିଥିଲେ ।
ଗୋଟିଏ ମୁହର୍ତ ପାଇଁ ମାଆ କଣ କରିବେ କଣ ନାହିଁ ସେ କିଛି ଜାଣି ପାରିଲେ ନାହିଁ କିନ୍ତୁ ସାହସ ର ସହିତ ସେ ତାଙ୍କ ପୁଅ ପାଇଁ ସେ ଏତେ ବଡ ଦୁର୍ଘଟଣା ସହିତ ଲଢିବାକୁ ପୋଛିଲେ ନାହିଁ । ସେ ଦୃଢ଼ତା ର ସହିତ ବିଷଧର ସାପ ସହିତ ଲଢ଼ିଲେ ଓ ବିଷ ଧର ନାଗ ସାପ ପାଖରୁ ପୁଅ କୁ ଉଦ୍ଧାର କରିଛନ୍ତି ।
ଭିଡ଼ିଓ ରେ ଦେଖିବା କୁ ମିଳିଛି ଯେ ସାପ ପିଲା ଟି କୁ କାମୁଡ଼ିବା କୁ ଯାଉ ଥିଲା କିନ୍ତୁ ତାଙ୍କ ମା’ ତାକୁ କିଛି ସେକେଣ୍ଡ ପୂର୍ବ ରୁହିଁ ଟାଣି ନେଇ ଥିଲେ। ଯାହା ପାଇଁ ବାଳକ ଟି ର ଜୀବନ ବଞ୍ଚି ଯାଇ ଥିଲା। ଭାଇରାଲ୍ ଭିଡିଓ ଦେଖି ଅନେକ ଲୋକେ ବାଳକ ଟି ର ମା’ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। କାରଣ ସେ ହଠାତ୍ ତାଙ୍କ ପୁଅ କୁ ଟାଣି ଆଣି ଥିଲେ। ସାହସୀ ମାଆ ବୋଲି ଅନେକ ୟୁଜର କମେଣ୍ଟ ରେ ଲେଖିଛନ୍ତି।
ଯେ କୌଣସି ମାଆ ତାଙ୍କ ପୁଅ ପାଇଁ କିଛି ବି କରିପାରିବେ ସେଇଥି ପାଇଁ ତ ସେ ଜନନୀ । ଯେ ପିଲାଟିବେଳୁ ନିଜେ ନଖାଇ ଛୁଆର ପେଟକୁ ଆଗ ଦେଖେ । ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ସହିଯାଏ ।
ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ବାଢ଼ିଦିଏ । ଦେହ ପା ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ତ ସେ ମା’ । ସ୍ୱର୍ଗଠାରୁ ବଡ଼, ପୁଣି ଈଶ୍ୱରଙ୍କଠୁ ମହାନ। ସେଇ ପ୍ରେରଣାଦାୟୀ, ମମତାମୟୀ ମା’ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।