omg ! ମମି… ମମି କହି ଅଳି କରୁଛି ପୁଅ, ଏପଟେ ଶୁଆ ପୁଅର ଏମିତି ମନ ବୁଝୁଛନ୍ତି ମାଆ… ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ତେବେ ଆଜିକାଲି ସୋସିଆଲ ମିଡିଆରେ ପଶୁପକ୍ଷୀ ମାନଙ୍କର କିଛି ମଜାଦାର ଅନୁଭୁତି ଗୁଡ଼ିକ ଭାଇରାଲ ହେବାରେ ଲାଗିଛି। ପଶୁପକ୍ଷୀ ମାନଙ୍କର ଏଭଳି କିଛି ବିଶେଷ ଗୁଣ ରହିଛି ଯାହାକୁ ନିଜ ଆଖିରେ ନ ଦେଖିଲେ ବିଶ୍ଵାସ କରି ହୁଏନାହିଁ।ସାଧାରଣତଃ ଦେଖାଯାଇଥାଏ କି ମଣିଷ ମାନଙ୍କ ପରି କଥା କହି ପାରୁଥିବା ପକ୍ଷୀ ଭାବରେ ଶୁଆମାନେ ଅନ୍ୟତମ।

କାରଣ ଶୁଆମାନଙ୍କର ମେଧା ଶକ୍ତି ସବୁ ପକ୍ଷୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟେ।ଏହି ଶୁଆମାନେ ମନୁଷ୍ୟ ସ୍ୱରକୁ ଅନୁକରଣ କରିପାରନ୍ତି। ଏବଂ ଏମାନେ ଖୁବ ଶୀଘ୍ର ପୋଷା ମଧ୍ୟ ହୋଇ ପାରନ୍ତି। ପକ୍ଷୀ ହୋଇ ମଧ୍ୟ ଶୁଆ ମଣିଷମାନଙ୍କ ପରି ବ୍ୟବହାର କରିପାରେ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟେ ଶୁଆ ଓ ଜଣେ ମହିଳାଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କକୁ ଦେଖିବାକୁ ମିଳୁଛି। ଭିଡିଓଟି ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି। ଲୋକେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଗୋଟେ ଛୋଟ ଟେବୁଲ୍ ଉପରେ ଏକ ଲାଲ ରଙ୍ଗର ସୁନ୍ଦର୍ ଶୁଆଟିଏ ବସିଛି।

ଯିଏକି ମମି ମମି କହି ଘର କମ୍ପେଇ ଦେଉଛି। ତାକୁ ଦରକାର୍ ଚାହା। ସେ ଚାହା ମାଗୁଛି।ସେପଟେ ମହିଳା ଜଣକ ଅର୍ଥାତ୍ ମା କହୁଛନ୍ତି ରହ୍ ମୁଁ ଆସୁଛି, ଏମିତି କହି ଦୂରରୁ ତାଙ୍କୁ ବୁଝାଉଛନ୍ତି।ତେବେ ଘରେ ଛୋଟ ପିଲା ଥିଲେ ଏମିତି ମା ମା କହି ଡାକିବା ଏବଂ ମା ମଧ୍ୟ କୁନି ପିଲାଟିକୁ ବୁଝେଇବା ଖୁବ୍ ସାଧାରଣ କଥା ଏଠାରେ କିନ୍ତୁ ମଣିଷ ଛୁଆ ସହିତ ନୁହେଁ ମହିଳା ଜଣକ ଶୁଆ ସହିତ କଥା ହେଉଛନ୍ତି।

ତେବେ ଭିଡିଓଟି ଭଲ ଭାବରେ ଦେଖନ୍ତୁ ଓ ଶୁଣନ୍ତୁ ଟେବୁଲ ଉପରେ ବସିଥିବା ଶୁଆଟି ଜୋରରେ ମମି ମମି କହି ଡାକୁଛି।ଆଉ କିଛି ସମୟ ପରେ ଘର ଭିତରୁ ମହିଳା ଜଣକ ହଁ ବେଟା କହି ଉତ୍ତର ମଧ୍ୟ ଦେଉଛନ୍ତି। ଖାଲି ସେତିକି ନୁହେଁ ଶୁଆଟି ଚାହା ପିଇବା ପାଇଁ ମଧ୍ୟ ଜିଦି କରୁଛି।

ଯେମିତି ଛୋଟ ପିଲାମାନେ ଚାଲାକି କରି ମା ପାଖରେ ଅଳି ଜାରୀ କିଛି ମାଗିଥାନ୍ତି ଶୁଆବି ଠିକ୍ ସେମିତି କରୁଛି।କେତେବେଳେ ମମି ମମି କହି ଡାକୁଛି ତ କେତେବେଳେ ମା ମା କହି ଖୁବ୍ ଗେହ୍ଲାରେ ଡାକୁଛି। ମା ସେପଟେ କହୁଛନ୍ତି ମୋ ପୁଅ ପରି କେହି ନାହିଁ। ଏହି କଥାରେ ଶୁଆଟି ଖୁବ୍ ଖୁସି ହୋଇ ହଁ ବୋଲି କହୁଛି।

ଏହି ଭିଡିଓ ଏବେ ସମସ୍ତଙ୍କ ମନକୁ ଛୁଇଁ ଯାଇଛି। ଦର୍ଶକ ଏହାକୁ ପସନ୍ଦ କରିବା ସହିତ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଏହି ସୁନ୍ଦର ଭିଡିଓଟି ଆଇପିଏସ୍ ଅଫିସର ଦିପାଂଶୁ କୋବ୍ରା ପୋଷ୍ଟ କରିଥିବା ବେଳେ ହଜାର ହଜାର ଦର୍ଶକ ଏହାକୁ ଦେଖିବା ସହ ପସନ୍ଦ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।