shocking ଭିଡ଼ିଓ – ବେଳ ବୁଡିଲେ ଆସୁଛି ନନ୍ଦିନୀ ଗାଁ ଦାଣ୍ଡରେ କଇଁ କଇଁ ହୋଇ କାନ୍ଦୁଛି,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଖିରେ ଆଖିଏ ସ୍ୱପ୍ନ, ଅଭିଳାଷାର ଅଳନ୍ଧି ଭିତରେ ସାଇକେଲ ଧରି ପାଠ ପଢିବା ପାଇଁ ବାହାରି ଯାଇଥିବା ଝିଅ ନନ୍ଦିନୀ ଘରକୁ ଆଉ ଫେରିବ ନାହିଁ ଏକଥା କିଏ ଜାଣିଥିଲା। ନନ୍ଦିନୀ, ନିମାପଡ଼ା ଡେଣୁଅଁ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀ। ୧୦ ତାରିଖ ଦିନ ସ୍କୁଲକୁ ଯାଇ ଆଉ ଫେରି ନଥିଲା ନନ୍ଦିନୀ। ନନ୍ଦିନୀ ଘରକୁ ଫେରିବା ବେଳେ ପଛ ପଟରୁ ଦୃତ ଗତିରେ ଏକ ଟ୍ରକ ଆସି ନନ୍ଦିନୀକୁ ଧକ୍କା ଦେଇ ଚାଲି ଯାଇଥିଲା।

ଏହାପରେ ନନ୍ଦିନୀ ତଳେ ପଡି ବେହୋସ୍ ହୋଇ ପଡ଼ିଥିଲା।ସ୍ଥାନୀୟ ଲୋକ ନନ୍ଦିନୀକୁ ଗୁରୁତର ଭାବେ ଉଦ୍ଧାର କରି ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ପରିବାର ଲୋକଙ୍କୁ ଖବର ଦେଇଥିଲେ।କିନ୍ତୁ ଅବସ୍ଥା ଅଧିକ ସଂକଟାପନ୍ନ ହେବାରୁ ଡାକ୍ତର ଭୁବନେଶ୍ୱର ସ୍ଥାନାନ୍ତର କରି ଦେଇଥିଲେ।

ତେବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ନନ୍ଦିନୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସ୍ପଷ୍ଟ କରିଥିଲେ। ଏହାପରେ ଶବ ବ୍ୟବଚ୍ଛେଦ କରାଯାଇ ଡାକ୍ତର ନନ୍ଦିନୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହାପରେ ନନ୍ଦିନୀଙ୍କୁ ଘରକୁ ଆଣି ଗ୍ରାମ ଶ୍ମଶାନରେ ଶବ ସତ୍କାର କରା ଯାଇଥିଲା।

 

କିନ୍ତୁ କୁହା ଯାଉଛି ବେଳ ବୁଡ଼ିଲେ ନନ୍ଦିନୀ ଆସୁଛି। କାହା କାହାକୁ ଦେଖାମଧ୍ୟ ଦେଉଛି କଇଁ କଇଁ ହୋଇ ସବୁବେଳେ ଘର ଗାଁ ଦାଣ୍ଡ ଶ୍ମଶାନ ସବୁଠି କାନ୍ଦୁଛି ନନ୍ଦିନୀ। ସଞ୍ଜ ହେଲେ ଶୁଭୁଚି ନନ୍ଦିନୀର କାନ୍ଦ। ତେବେ ଏକଥା କହୁଛନ୍ତି ନନ୍ଦିନୀଙ୍କ ପରିବାର ସାଙ୍ଗ ସାଥୀ ସାଇପଡିଶା। ନନ୍ଦିନୀ ଯିବା ପର ଠାରୁ ଗାଁ ଦାଣ୍ଡ ସବୁଠି ନନ୍ଦିନୀର କାନ୍ଦ ସ୍ୱର ଶୁଭୁଚି।

 ନିଜ ଘରର ଛାତ ଉପରେ ବିଳମ୍ବିତ ରାତିରେ ପରିବାର ଲୋକେ ନନ୍ଦିନୀର କାନ୍ଦ ସ୍ୱର ଶୁଣି ପାରୁଛନ୍ତି। ସାଙ୍ଗ ସାଥି ମାନଙ୍କୁ ମଧ୍ୟ ନନ୍ଦିନୀ ଡ଼ାକୁଥିବାର ନନ୍ଦିନୀର ସାଙ୍ଗ ମାନେ କହୁଛନ୍ତି। ଅନେକ ସମୟରେ ଗାଁ ଦାଣ୍ଡରେ ନିଜ ଘର ଆଗରେ ଏବଂ ଦୁର୍ଘଟଣା ଘଟିଥିବା ସ୍ଥାନରେ ରାତ୍ରି ସମୟରେ ଅନେକ ଲୋକେ ନନ୍ଦିନୀ ଛିଡା ହୋଇଥିବାର ଦେଖିବାକୁ ପାଉଛନ୍ତି।ତେବେ ନନ୍ଦିନୀ ବାହାରୁଥିବାରୁ ଲୋକେ ଭୟରେ ରାତି ହେଲେ ତାଟି କବାଟ ପକାଇ ଦେଉଛନ୍ତି।

ସେପଟେ ପୋଲିସ କେବଳ ଟ୍ରକକୁ ଜବତ କରି ଚୁପ୍ ହୋଇ ବସି ରହିଛି। ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭରକୁ ମଧ୍ୟ ପୋଲିସ ଏପର୍ଯ୍ୟନ୍ତ କାବୁ କରି ପାରି ନାହିଁ। ତେବେ ଏଭଳି ପରିସ୍ଥିତିରେ ନନ୍ଦିନୀକୁ କେବେ ମିଳିବ ନ୍ୟାୟ ସେ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ତେବେ ନନ୍ଦିନୀଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ ସେ ପର୍ଯ୍ୟନ୍ତ ନନ୍ଦିନୀର ଆତ୍ମାକୁ ଶାନ୍ତି ମିଳିବ ନାହିଁ ଏବଂ ନନ୍ଦିନୀର ଅତୃପ୍ତ ଆତ୍ମା ଏପରି ଘୁରି ବୁଲୁଥିବ ବୋଲି ନନ୍ଦିନୀଙ୍କ ପରିବାର ଓ ସମ୍ପର୍କୀୟ ମାନେ କହୁଛନ୍ତି। ତେବେ ନନ୍ଦିନୀର ଅତୃପ୍ତ ଆତ୍ମାର ଶାନ୍ତି ପାଇଁ ନନ୍ଦିନୀଙ୍କୁ ନ୍ୟାୟ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।