ହେ ଭଗବାନ…ସାବିତ୍ରୀ ବ୍ରତରେ ଚାଲିଗଲା ସ୍ୱାମୀର ଜୀବନ,କାନ୍ଦି କାନ୍ଦି ଚେତାସୂନ୍ୟ ହୋଇପଡୁଛି ସ୍ତ୍ରୀ ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ …
ସାବିତ୍ରୀ ବ୍ରତ ଦିନରେ ସବୁ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଥିବା ବେଳେ କହୋଭରା କଣ୍ଠରେ କାନ୍ଦି କାନ୍ଦି ରାସ୍ତାରେ କାନ୍ଦି କାନ୍ଦି ଗଡି ଯାଉଛନ୍ତି ଜଣେ ମହିଳା। ଆଉ କହୁଛନ୍ତୁ କି ଠକା ଠକି ଦେଲାଲ ମୋତେ ଏବେ ମୁଁ କେମିତି ବଞ୍ଚିବି ତା ବିନା। ତାକୁ ଫେରାଇ ଆଣି ଦିଅଲ। ଚିତ୍କାର କରି ଗଳା ଫଟାଇ ରାସ୍ତାରେ କାନ୍ଦି କାନ୍ଦି ଗଡି ଯାଉଛନ୍ତି ମହିଳା ଜଣକ। କେତେବେଳେ ଚେତା ଶୂନ୍ୟ ହୋଇ ପଡିଛନ୍ତି ତ କେତେବେଳେ କାନ୍ଦି କାନ୍ଦି ପାଟି ଲାଖି ହୋଇ ଯାଉଛି। ଆଖିର ଲୁହ ସମୁଦ୍ର ପରି ବହି ଚାଲିଛି।
ତେବେ ମହିଳାଙ୍କ ଏଭଳି ଚେତାଶୂନ୍ୟ ହୋଇ ପଡ଼ିବାର କାରଣ ରହିଛି ତାଙ୍କ ସ୍ୱାମୀଙ୍କ ଦେହାନ୍ତ। ସାବିତ୍ରୀ ବ୍ରତ ପରି ଦିନରେ ପୂଜା ସାରି ସଜବାଜ ହୋଇ ସ୍ୱାମୀଙ୍କ ଆସିବା ବାଟକୁ ଚାହିଁ ରହିଥିଲେ ସ୍ତ୍ରୀ।ସ୍ବାମୀ ତ ଘରକୁ ଆସିଲେ ହେଲେ ଜୀବିତ ଅବସ୍ଥାରେ ନୁହେଁ ଘରକୁ ଆସିଲା ସ୍ଵାମୀଙ୍କ ମୃତ ଦେହ।
ତା ପରେ ସ୍ତ୍ରୀ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ସ୍ବାମୀଙ୍କ ଏଭଳି ଚାଲିଯିବା। ତାହା ପୁଣି ସାବିତ୍ରୀ ବ୍ରତ ଭଳି ଦିନରେ।ସାବିତ୍ରୀ ବ୍ରତ ଭଳି ଦିନରେ ସ୍ୱାମୀଙ୍କୁ ପୂଜା କରିଥାନ୍ତେ ସ୍ତ୍ରୀ। ହେଲେ ଶ୍ମଶାନରେ ସ୍ବାମୀଙ୍କ ମୃତ ଦେହର ଶବ ସତ୍କାର କରା ଯାଉଛି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ବିରିବାଡି ପଞ୍ଚାୟତ ଛକଟିପୁର ଗ୍ରାମରେ। ତେବେ ସ୍ବାମୀ ହୁଲାସ ମୋହନ ବୟସ ୩୫ ହେବ। ଗୁଜୁରାଟ ସୁରଟ ଯାଇଥିଲେ ଟଙ୍କା ରୋଜଗାର କରିବା ପାଇଁ। ନିଜ ପରିବାରର ଦେଖାଶୁଣା କରିବା ପାଇଁ ଟଙ୍କା ରୋଜଗାର କରି ପରିବାର ମୁହଁରେ ହସ ଫୁଟାଇଥାନ୍ତେ।
କିନ୍ତୁ ସତ ହେଲାନି ତାଙ୍କ ସ୍ଵପ୍ନ ସହି ପାରିଲାନି ଦୈବ। ହଠାତ୍ ଖବର ଆସିଲା ତାଙ୍କର ଦେହାନ୍ତ ହୋଇ ଯାଇଛି। ଆଉ ଭଳି ଦିନରେ ସ୍ତ୍ରୀ ପୁରା ଭାଙ୍ଗି ପଡ଼ିଛି। ଆଖିରୁ ଲୁହ ସୁଖୁନି। କଣ୍ଠରୁ ଶବ୍ଦ ବି ବହାରୁନି।
ସୁରଟରେ କାମ କରୁଥିବା କମ୍ପାନୀ ମଧ୍ୟ କ୍ଷତି ପୂରଣ ଦେବା ମନା କରିଦେଲେ। ଏହାପରେ ପରିବାର ଲୋକେ ୬୦ ହାଜର ଟଙ୍କା ଖର୍ଚ୍ଚ କରି ମୃତ ଶବକୁ ଦେଖିବା ପାଇଁ ଗ୍ରାମକୁ ଆଣିଥିଲେ। ଏବଂ ଗ୍ରାମ ଶ୍ମଶାନରେ ଶବ ସତ୍କାର କରିଥିଲେ ମୁଖାଗ୍ନି ଦେଇଥିଲା ପାଞ୍ଚ ବର୍ଷର ପୁଅ।
ତେବେ ପରିବାର ଲୋକେ କହିଲେ ୫ ଜଣ ସଦସ୍ୟ। ବିଧବା ମା, ସ୍ତ୍ରୀ ୫ ବର୍ଷର ପୁଅ ଓ ୩ ବର୍ଷର ଝିଅ। ଘରେ ସିଏ ଥିଲେ ଏକ ମାତ୍ର ରୋଜଗାରିଆ ପୁଅ। ବାହାଘରକୁ ମାତ୍ର ୮ ବର୍ଷ ପୁରିଛି। ହେଲେ ହଠାତ ସ୍ବାମୀ ଏଭଳି ଭାବରେ ଚାଲିଯାଇଛନ୍ତି ଯାହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ସ୍ତ୍ରୀ ଓ ପରିବାର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।