viral video – ଟେଲି ଅଭିନେତ୍ରୀ ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ଜୀବନ ହାରିଲେ ପ୍ରେମିକ ସନ୍ତୋଷ ପାତ୍ର,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ପ୍ରେମିକା ପରେ ଆତ୍ମହତ୍ୟା କଲେ ପ୍ରେମିକ। ପ୍ରେମିକାର ମୃତ୍ୟୁର ୧୮ ଦିନ ପରେ ରସି ଲଗାଇ ଆତ୍ମହତ୍ୟା କଲେ ପ୍ରେମିକ ସନ୍ତୋଷ। ହଁ ଆଜ୍ଞା ଆମେ କହୁଛୁ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ପ୍ରେମିକ ଓରଫ୍ ସ୍ବାମୀ ସନ୍ତୋଷ ପାତ୍ରଙ୍କ କଥା। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ରହସ୍ୟ ହଟି ନଥିବା ବେଳେ ପୁଣି ଆତ୍ମହତ୍ୟା କଲେ ପ୍ରେମିକ ସନ୍ତୋଷ ପାତ୍ର ଯାହାକୁ ନେଇ ଏବେ ଖୁବ୍ ସସ୍‌ପେନ୍ସ।

ତେବେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରେମିକ ସନ୍ତୋଷ ପାତ୍ରଙ୍କ ଝୁଲନ୍ତା ଶବ ତାଙ୍କ ରାଉରକେଲା ବାସନ୍ତୀ କଲୋନୀ ଘରୁ ଉଦ୍ଧାର ହୋଇଛି। ତେବେ ମିଳିଥିବା ସୂଚନା ଅନୁଯାୟୀ,ରାଉରକେଲା ବାସନ୍ତୀ କଲୋନୀ ନିଜ ଘରେ ବାପାଙ୍କ ସହିତ କୌଣସି କାରଣ ବଶତ ସନ୍ତୋଷଙ୍କ ଝଗଡ଼ା ବା ମନମାଳିନ ହୋଇଥିଲା। ପରେ ସେ ଏମିତି କରିଥିବାର କୁହା ଯାଉଛି।

ତେବେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଝୁଲନ୍ତା ଅବସ୍ଥାରେ ସନ୍ତୋଷଙ୍କ ମୃତଦେହ ରାଉରକେଲା ବାସନ୍ତୀ କଲୋନୀ ନିଜ ଘରୁ ଉଦ୍ଧାର କରା ଯାଇଛି। ରାତିରେ ଖାଇସାରିବା ପରେ ନିଜ ରୁମକୁ ଯାଇଥିଲେ। ଏହାପରେ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଜାଣିବାକୁ ପାଇଲେ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ତେବେ କେଉଁ କାରଣରୁ ଆତ୍ମହତ୍ୟା ସେନେଇ ପ୍ରଶ୍ନ ଉଠିଛି।

ତେବେ ଗତ କିଛଦିନ ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଥିଲା।

ତେବେ ରଶ୍ମିରେଖାଙ୍କ ଆତ୍ମହତ୍ୟା ପରେ ଜଣା ପଡିଥିଲା ରଶ୍ମିରେଖା ସନ୍ତୋଷ ପାତ୍ର ନାମକ ଜଣେ ଯୁବକଙ୍କ ସହିତ ଲିଭଇନ୍ ରିଲେଶନରେ ରହିଥିଲେ। କିନ୍ତୁ ରିଲେଶନରେ ରହିବା କିଛି ଦିନ ପେରେ ରଶ୍ମିରେଖାଙ୍କ ପୂର୍ବତନ ପ୍ରେମିକ ରାଜାଙ୍କୁ ନେଇ ଉଭୟଙ୍କ ମଧ୍ୟରେ ମନମାଳିନ ଦେଖିବାକୁ ମିଳିଥିଲା। ତା ପରେ ଆତ୍ମହତ୍ୟା କରିଥିଲେ ରଶ୍ମିରେଖା।

ଏହାପରେ ରଶ୍ମିଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ତୋଷଙ୍କ ନାରେ ଅଭିଯୋଗ ଆଣିଥିଲେ। ଆଉ ଏହାପରେ ପୋଲିସ ଉଭୟ ପୁରୁଷ ବନ୍ଧୁଙ୍କୁ ଜେରା କରିବା ପରେ ସନ୍ତୋଷଙ୍କୁ ଜେଲ୍ ପଠାଇ ଥିଲା। ପରବର୍ତ୍ତୀ ସମୟରେ ସନ୍ତୋଷ ବେଲେରେ ଆସି ରାଉଲକେଲା ନିଜ ଘରକୁ ଚାଲି ଯାଇଥିଲେ।

ଏବଂ ନିଜ ଘରେ ସେ ଆତ୍ମହତ୍ୟା କରିଛନ୍ତି। ଯାହା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ କେଉଁ କାରଣ ପାଇଁ ସନ୍ତୋଷ ଏଭଳି ଏକ ନିଷ୍ପତି ନେଇଗଲେ ତାକୁ ନେଇ ଏବେ ନାନା ପ୍ରକାର ପ୍ରଶ୍ନ ଉଠିଛି। ତେବେ ଏ ନେଇ ପୋଲିସ ତଦନ୍ତ ଜାରି ରଖିଛି ତେବେ ଆଗକୁ ଦେଖିବାକୁ ବାକି ରହିଲା ପୋଲିସ ଆଉ କେଉଁ ତଥ୍ୟ ସାମ୍ନାକୁ ଆଣୁଚି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।