Priyanka’s Tips – ମାତ୍ର ୫ ମିନିଟରେ ତ୍ଵଚାରେ ଚମକ ଆଣନ୍ତୁ,କରନ୍ତୁ ଏହି ଘରୋଇ ଛୁଟିଆ ଉପାୟ…..

ଆଧୁନିକ ଜୀବନଶୈଳୀ, ଭୁଲ୍ ଖାଦ୍ୟପେୟ,ବଢୁଥିବା ପ୍ରଦୂଷଣ ଓ ବଢୁଥିବା ବୟସକୁ ନେଇ ଆମ ତ୍ଵଚାରେ ଦିନକୁ ଦିନ ବହୁତ୍ ଗୁଡ଼ାଏ ସମସ୍ୟା ଦେଖିବାକୁ ମିଳୁଛି।ପ୍ରତିଦିନ ଆମେ ଆମ ଖାଦ୍ୟପାନୀୟ ଉପରେ ବିଶେଷ ଧ୍ୟାନ ଦେବା ସହିତ, ତ୍ୱଚା ପ୍ରତି ମଧ୍ୟ ଯତ୍ନଶୀଳ ହେବା ନିହାତି ଆବଶ୍ୟକ । ଭଲ ଭାବରେ ତ୍ୱଚାର ଯତ୍ନ ନନେଲେ, ତ୍ୱଚାକୁ ପୋଷଣ ମିଳେ ନାହିଁ । ତ୍ୱଚାକୁ ଠିକ୍ ଭାବେ ପୋଷଣ ନମିଳିବା ଦ୍ୱାରା, ତ୍ୱଚା ଜନିତ ଅନେକ ସମସ୍ୟା ଦେଖାଦେଇଥାଏ ଏବଂ ତ୍ୱଚାରେ ଚମକ କମିଯାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମିଡ଼ି ବାବଦରେ ଜଣାଇବୁ ଯାହା ଆପଣଙ୍କ ତ୍ୱଚାକୁ ସୁରକ୍ଷିତ ରଖିବା ସହ ତ୍ଵଚାରେ ଉଜ୍ଜଳତା ଆସିଯିବ। ତେବେ ଏଥିପାଇଁ ଆବଶ୍ୟକ ସାମଗ୍ରୀ ଏବଂ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-

୧.ଗୋଟିଏ ଆଳୁ,୨. ବେସନ,୩.ହଳଦୀ ଗୁଣ୍ଡ,୪. ମହୁ,୫.ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ:-

ଏକ ଆଳୁ ନିଅନ୍ତୁ, ଆଳୁ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବେ ଏହି ଆଳୁର ଚୋପା ଛଡ଼ାଇ ଆଳୁ କୁ କୋରି ଏକ ଗିନା ରେ କିଛି ସମୟ ପାଇଁ ରଖିଦିଅନ୍ତୁ।କିଛି ସମୟ ପରେ ଆଳୁ ରୁ ରସ ବାହାର କରନ୍ତୁ ।ଆଳୁ ରସ ଯାହାକି ତ୍ବଚା ପାଇଁ ଏକ ଲାଭକାରୀ ଉପକରଣ ଯାହା ତ୍ବଚାରେ ଚମକ ଆଣିଥାଏ ।

ଏହା ପରେ ଆଉ ଏକ ଗିନାରେ ଗୋଟେ ଚାମଚ ବେସନ ନିଅନ୍ତୁ ଏହା ଚେହେରାର କଳାପଣ ଓ ଦାଗ ଦୂର କରିଥାଏ। ଏବେ ବେସନ ରେ ଅଧ ଚାମଚ ହଳଦୀ ଗୁଣ୍ଡ ମିଶାଇ ଦିଅନ୍ତୁ। ହଳଦୀ ତ୍ବଚା ପାଇଁ ମଧ୍ୟ ଭଲ ଉପକାର ଦେଇଥାଏ। ବେସନ ଏବଂ ହଳଦୀ କୁ ଭଲଭାବରେ ମିଶେଇ ଏଥିରେ ଆଳୁରସକୁ ଗୋଳାଇ ଦିଅନ୍ତୁ ଏବଂ ଟିକେ ମହୁ ଓ ଗୋଲାପ ଜଳ ମିଶାଇ ଭଲ ଭାବରେ ଗୋଳାନ୍ତୁ।

ଏବେ ପ୍ରସ୍ତୁତ ହୋଇଥିବା ସାମଗ୍ରୀକୁ ହାତ ସାହାଯ୍ୟରେ ମୁହଁରେ ଲଗାନ୍ତୁ । ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖିଲା ପରେ ମୁଁହକୁ ଆସ୍ତେ ଆସ୍ତେ ଧୁଅନ୍ତୁ । ତା ପରେ ଏକ ସଫା କପଡ଼ାରେ ମୁହଁକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏହା ଚେହେରାର କଳା ଦାଗ ଦୂର କରିଥାଏ।

ତ୍ବଚାରେ ବ୍ରଣକୁ ଦୂର କରିବା ସହ ଗୋରା ଏବଂ ସୁନ୍ଦର ମଧ୍ୟ କରିଥାଏ।ଏଥିରେ ବ୍ୟବହୃତ ହୋଇଥିବା ସାମଗ୍ରୀ ଗୁଡ଼ିକ ସଂପୂର୍ଣ୍ଣ ପ୍ରାକୃତିକ ଯାହା ତ୍ବଚାକୁ ସୁରକ୍ଷିତ ରଖେ। ଏହା ଲଗେଇବା ଦ୍ୱାରା ଚେହେରାରେ କୈାଣସି ସମସ୍ୟା ଦେଖା ଦେଇନଥାଏ। ଏହି ସବୁ ସାମଗ୍ରୀ ନିଜ ଘରେ ହିଁ ମିଳିଯିବ ଯାହା ଖୁବ୍ କମ୍ ସମୟ ମଧ୍ୟରେ ପ୍ରସ୍ତୁତ କରି ହେବ ଏବଂ କିଛିଦିନ ମଧ୍ୟରେ ଚେହେରାରେ ଚମକ ଆସିଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।