viral video-କାନ୍ଦିଲା କାଳିଆ ଆଖିରୁ ଝରିଲା ଲୁହ,ଭିଡ଼ିଓ ଦେଖିଲେ ବିଶ୍ୱାସକରିପାରିବେନି।ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ….

ଓଡ଼ିଶାର ମୁଖ୍ୟ ଯାତ୍ରା ରୂପେ ପୁରୀର ରଥଯାତ୍ରା ବିଶ୍ଵପ୍ରସିଦ୍ଧ। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିକୁ କେବଳ ଓଡିଶା ବାସୀ ନୁହଁନ୍ତି ସାରା ବିଶ୍ଵ ଅନେଇ ରହିଥାଏ।ସମସ୍ତଙ୍କ ଅପେକ୍ଷା କେବଳ ଏହି ଗୋଟିଏ ଦିନ ପାଇଁ ରହିଥାଏ, ଯେଉଁଦିନ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜ ଭାଇ ଭଉଣୀଙ୍କୁ ନେଇ ଶ୍ରୀମନ୍ଦିରରୁ ବାହାରିବେ ଆଉ ରଥରେ ବିଜେ କରି ସମସ୍ତ ଭକ୍ତ ମାନଂକୁ ଦର୍ଶନ ଦେବେ। ଆଉ କୋଟି କୋଟି ଭକ୍ତଙ୍କ ମେଳରେ ଘର ଘର ନାଦ କରି ଗଡିବ ନନ୍ଦିଘୋଷ ଆଉ ସେଇ ନାଦରେ ନିନାଦିତ ହେବେ ଭକ୍ତ ଆଉ ମୋଚନ କରିବେ ନିଜ ପାପ।

ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ କର୍ମବେଦୀ ଶ୍ରୀମନ୍ଦିରରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି।

ମହାପ୍ରଭୁଙ୍କ ଏହି ପବିତ୍ର ଯାତ୍ରାକୁ ଦର୍ଶନ କରି ନିଜ ଚକ୍ଷୁକୁ ପବିତ୍ର କରିବା ନେଇ ଦେଶ ବିଦେଶରୁ ଧାଇଁ ଆସିଥାନ୍ତି ଲକ୍ଷ ଲକ୍ଷ ଭକ୍ତ ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇବାର ସୌଭାଗ୍ୟ ଅର୍ଜନ କରିଥାନ୍ତି।ତେବେ ଦୀର୍ଘ ଦୁଇ ବର୍ଷ ଧରି କୋଭିଡି କଟକଣା ପାଇଁ ଭକ୍ତ ମାନେ ମହାପ୍ରଭୂ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ପାଇ ପାରି ନଥିଲେ। କିନ୍ତୁ ଚଳିତ ବର୍ଷ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୂ। ଯାହାକୁ ନେଇ ଭକ୍ତଙ୍କ ଖୁସି କହିଲେ ନସରେ।

ତେବେ ଚଳିତ ବର୍ଷ ରଥ ଯାତ୍ରାରେ ମହାପ୍ରଭୁଙ୍କ କିଛି ଅଦ୍ଭୁତ ଲୀଳା ଦେଖିବାକୁ ମିଳୁଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଭକ୍ତଙ୍କ ସହ ବର୍ଷାରେ ଭିଜି ଭିଜି ଶ୍ରୀଗୁଣ୍ଡିଚା ପାଖରେ ପହଁଚି ଥିଲେ ଓ ସେହି ସମୟରେ ମହାପ୍ରଭୁଙ୍କ ଆଖିରୁ ଲୁହ ଝରୁଥିବାର ମଧ୍ୟ ଦେଖିବାକୁ ମିଳୁଛି।

ହଁ ଆଜ୍ଞା ବଡ଼ ଠାକୁର ଶ୍ରୀବଭଳଦ୍ର ଓ ମା’ ସୁଭଦ୍ରାଙ୍କ ପହଣ୍ଡି ‌ପରେ ଶେଷରେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ରଥାରୂଢ଼ ମହାବାହୁଙ୍କ ପହଣ୍ଡି ସମୟରେ ସେବାୟତ ବି ଘେରି ରହିଥିଲେ। କିନ୍ତୁ ମହାପ୍ରଭୁ ରଥରୁ ଚାରମାଳ ପାଖକୁ ଆସିଛନ୍ତି କି ନାହିଁ ଅଜାଡ଼ିଥିଲା ବର୍ଷା। ସତେ ଯେପରି ଅଗଣିତ ଭକ୍ତଙ୍କ ଉପରେ କୃପାର ବର୍ଷା ଅଜାଡ଼ିଥିଲେ ମହାବାହୁ। ଏତେଦିନ ପରେ ଭକ୍ତଙ୍କୁ ପାଖରେ ପାଇ ସତେ ଯେପରି ଭାବବିହ୍ବଳ ହୋଇ ପଡ଼ିଥିଲେ ଭାବବିନୋଦିଆ କଳାଠାକୁର।

ରଥ ଉପରୁ ବର୍ଷାରେ ଭିଜି ଭିଜି ପହଣ୍ଡିରେ ଯାଇ ପହଞ୍ଚିବା ଶ୍ରୀଗୁଣ୍ଡିଚା ମନ୍ଦିର ପାକରେ ପହଞ୍ଚିଥିଲେ, ହେଲେ ମନ୍ଦିର ଭିତରକୁ ପ୍ରବେଶ ବେଳକୁ ହଠାତ୍‌ ବର୍ଷା ଛାଡ଼ି ଯାଇଥିଲା। ଉପସ୍ଥିତ ଭକ୍ତ, ସେବାୟତ ଏହାକୁ ମହାପ୍ରଭୁଙ୍କ ଆଶୀର୍ବାଦ କହୁଥି‌ବାବେଳେ ଭକ୍ତ ବି ମହାପ୍ରଭୁଙ୍କ ଏଭଳି ଲୀଳାଖେଳା ଦେଖି ଲୋତକାଶ୍ରୁ ଝରାଇଛନ୍ତି। ମହାପ୍ରଭୁଙ୍କ ଏଭଳି ଅପୂର୍ବ ଲୀଳା ଦେଖି ଭାବବିହ୍ବଳ ହୋଇ ପଡିଛନ୍ତି ଭକ୍ତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।