viral girl – ତୁମେ ଜାଣିଛ ମୁଁ କିଏ,ମୋ ବାପା କିଏ ,ମୁଁ ଜଣେ ବିଧାୟକଙ୍କ ଝିଅ, ମୋ ବାପା ଅରବିନ୍ଦ ଲିମ୍ବାଭାଲି ,ଏକଥା ମନେ ରଖିଥାଅ..,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବିଭିନ୍ନ ସମୟରେ ଟ୍ରାଫିକ ନିୟମ ଭାଙ୍ଗିବାରୁ ଅନେକଙ୍କର ଚାଲାଣ କାଟିଛି ପୋଲିସ । କିଏ ହେଲମେଟ ପିନ୍ଧି ନ ଥିବାରୁ ତ ପୁଣି କିଏ ଟ୍ରାଫିକ ନିୟମ ଭଙ୍ଗ କରିବା କାରଣରୁ ଫାଇନ ଦେଇଛି। ତେବେ ଟ୍ରାଫିକ ନିୟମ ଉଲଘଂନ କରିବାର ଦଣ୍ଡ ସମସ୍ତଂକ ପାଇଁ ସମାନ।

ସେ ନେତା ହୁଅନ୍ତୁ କି ସାଧାରଣ ଜନତା ନିୟମ ସମସ୍ତଂକ ପାଇଁ କଡାକଡି ରହିଛି। ଆଜିକାଲିର କିଛି ଯୁବକ ଯୁବତୀ ବାପାଙ୍କ ପଇସା ଓ ପାୱାରକୁ ନେଇ ଏସବୁ ନିୟମକୁ ଅଣଦେଖା କରୁଛନ୍ତି। ତେବେ ସେମିତି ଏକ ଯୁବତୀ ଯିଏକି ଜଣେ ବିଧାୟକଙ୍କ ଝିଅ ଟ୍ରାଫିକ ନିୟମ ଉଲଘଂନ କରି ପୋଲିସ୍ କର୍ମଚାରୀ ଏବଂ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଲାଲି ଆଖି ଦେଖାଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 ଟ୍ରାଫିକ୍ ନିୟମ ଉଲଘଂନ କଲେ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ଝିଆ। ଆଉ ତା ପରେ ଟ୍ରାଫିକ୍ ପୁଲିସଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏହି ବିଜେପି ବିଧାୟକଙ୍କ ଝିଅ ଜଣଙ୍କ। କହିଲେ ଟ୍ରାଫିକ ପୋଲିସକୁ ଲାଲି ଆଖି ଦେଖାଇ କହିଲେ ତୁମେ ଜାଣିଛ ମୁଁ କିଏ… ମୋ ବାପା କିଏ… ମୁଁ ଜଣେ ବିଧାୟକଙ୍କ ଝିଅ।

ମୋ ବାପା ଅରବିନ୍ଦ ଲିମ୍ବାଭଲି। ଏ କଥା ମନେ ରଖିଥାଉ…। କିଛି ଏଭଳି କହି ପୋଲିସକୁ ଧମକାଇ ଥିଲେ ଯୁବତୀ। ଖାଲି ଧମକ ଚମକ ଦେଉଥିଲେ ସେତିକି ନୁହେଁ ସେଠାରେ କ୍ୟାମେରାରେ ଭିଡିଓ କରୁଥିବା ଏକ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇ ଯାଇ ନଥିଲେ।

ତେବେ ଯୁବତୀ ଜଣକ ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ଝିଅ ଥିଲେ। ତେବେ ବିଧାୟକଙ୍କ ଝିଅ ଟ୍ରାଫିକ୍ ପୁଲିସ ଓ ମିଡିଆ କର୍ମୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଯାହା ଏବେ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି। ଅରବିନ୍ଦଙ୍କ ଝିଅ ଟ୍ରାଫିକ ସିଗ୍‌ନାଲ ଭାଙ୍ଗି ଧରା ପଡ଼ିଥିଲେ।

ଏହାପରେ ପୋଲିସ ତାଙ୍କୁ ଅଟକାଇବାକୁ ସେ ନିଜକୁ ବିଧାୟକଙ୍କ ଝିଅ ବୋଲି ପରିଚୟ ଦେଇ ଥିଲେ। ଏଥି ସହିତ ପୋଲିସ୍ କର୍ମଚାରୀଙ୍କ ସହିତ ଯୁକ୍ତିତର୍କ ଓ ଖୁବ୍ ଦୁର୍ବ୍ୟବହାର କରିଥିଲେ। ଏହାର ଦୃଶ୍ୟ ଗଣ ମାଧ୍ୟମର ପ୍ରତିନିଧି ମାନେ ରେକର୍ଡ କରୁଥିବା ବେଳେ ଏହି ବିଧାୟକଙ୍କ ଝିଅ ସେମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛାଇ ଯାଇ ନଥିଲେ। ଏହା ପରେ ଏହି ଦୃଶ୍ୟ ସୋସିଆଲ ମିଡ଼ିଆରେ ନିଆଁ ଭଳି ବ୍ୟାପି ଯାଇଥିଲା। ଆଉ ଏହା ପରେ ବିଧାୟକ ଅରବିନ୍ଦ ଲିମ୍ବାଭଲି ଚାରିଆଡୁ ସମାଲୋଚନା ହୋଇଥିଲେ।

ତେବେ ଝିଅର ଟ୍ରାଫିକ ନିୟମ ଭାଙ୍ଗିବା ସହ ଟ୍ରାଫିକ ପୋଲିସଓ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଏଭଳି ଭାବରେ ଦୁର୍ବ୍ୟବହାର ପାଇଁ ବିଧାୟକ ଅରବିନ୍ଦ ଲିମ୍ବାଭଲିଙ୍କ ପାଇଁ ଖୁବ୍ ଅଡ଼ୁଆ ସାଜିଛି। ବିଧାୟକ ଲିମ୍ବାଭଲି ଝିଅଙ୍କର ଏଭଳି ବ୍ୟବହାର ଓ ଭୁଲ ପାଇଁ ସେ ଗଣ ମାଧ୍ୟମ ପ୍ରତିନିଧି ଓ ଟ୍ରାଫିକ୍‌ ପୁଲିସଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।